Cricket

ଟିମ୍ ଇଣ୍ଡିଆ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ ଟିମର ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ଟିମ୍ ଇଣ୍ଡିଆର ମୁଖ୍ୟ ଚୟନ କର୍ତ୍ତା ଭାବେ ନିଯୁକ୍ତି ପାଇଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତରଫରୁ ମଙ୍ଗଳବାର ରାତିରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି । ବିସିସିଆଇର ତିନି ଜଣିଆ କ୍ରିକେଟ ଆଡଭାଇଜରୀ କମିଟିଙ୍କ ସର୍ବସମ୍ମତରେ ତାଙ୍କୁ ମନୋନୀତ କରାଯାଇଛି । ଚେତନ ଶର୍ମାଙ୍କ ସ୍ଥାନରେ ଅଗରକରଙ୍କୁ ମିଳିଛି ଏହି ନିଯୁକ୍ତି । ଏକ ଷ୍ଟିଙ୍ଗ୍ ଅପରେସନରେ ଚେତନ ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ବିସିସିଆଇ ତାଙ୍କୁ ପଦରୁ ହଟାଇ ଦେଇଥିଲା । ଏହାପରେ ଫେବ୍ରୁଆରୀରୁ ଏହି ପଦ ଖାଲି ପଡ଼ିଥିଲା । ଚୟନ କମିଟିରେ ଅଗରକରଙ୍କୁ ମିଶାଇ ମୋଟ ୫ ଜଣ ସଦସ୍ୟ ରହିଛନ୍ତି । ଅଗରକର ଭାରତୀୟ କ୍ରିକେଟ ପୁରୁଷ ଦଳର ଚୟନ କମିଟି ଅଧ୍ୟକ୍ଷ ହୋଇଥିବା ବେଳେ ଶିବସୁନ୍ଦର ଦାସ, ସୁବ୍ରତ ବାନାର୍ଜୀ, ସଲିଲ୍ ଆରୋରା ଓ ଶ୍ରୀଧରଣ ଶରଥ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

ଭାରତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଅଜିତ ଅଗରକରଙ୍କ ନାମ ସବୁଠାରୁ ଆଗରେ ରହିଥିଲା । ଟିମ୍ ଇଣ୍ଡିଆ ପାଇଁ ସେ ୨୬ଟି ଟେଷ୍ଟ, ୧୯୧ଟି ଦିନିକିଆ ଓ ୪ଟି ଟି-୨୦ ଖେଳିଛନ୍ତି । ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଅଗରକର । ଭାରତୀୟ କ୍ରିକେଟର ଭାବରେ ଏବେବି ତାଙ୍କ ନାଁରେ ରହିଛି ଦିନିକିଆରେ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ । ୨୦୦୦ ମସିହାରେ ଜିମ୍ବାୱେ ବିପକ୍ଷରେ ମାତ୍ର ୨୧ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେହି ମ୍ୟାଚରେ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୨୭ ବଲରୁ ଅପରାଜିତ ୬୭ ରନ୍ କରିଥିଲେ ଅଗରକର । କ୍ରିକେଟରୁ ଅବସର ନେବା ପରଠୁ ସେ ମୁମ୍ବାଇ କ୍ରିକେଟ୍ ସଂଘର ମୁଖ୍ୟ ଚୟନକର୍ତ୍ତା ଓ ପରେ ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ପ୍ରଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ।

Related posts

ଟ୍ୱିଟ କରି ଟ୍ରୋଲ ହେଲେ ରୋହିତ

Odisha Sports Bureau

ନୂଆ ଜର୍ସିରେ ବିରାଟ

Odisha Sports Bureau

ରଣଜୀ ଟ୍ରଫିରେ ଓଡିଶାର ବଡ ବିଜୟ

Odisha Sports Bureau