Cricket

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ପାକିସ୍ତାନୀ କ୍ରିକେଟର ସାଉଦ ସକିଲ

କଲମ୍ବୋ:  ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ କଲମ୍ବୋରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରି ଇତିହାସ ରଚିଛନ୍ତି ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସାଉଦ୍ ସକିଲ । ସକିଲ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ୭ ଟି ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିବାରେ ବିଶ୍ୱର ପ୍ରଥମ କ୍ରିକେଟର ହୋଇଛନ୍ତି । ଏପର୍ୟ୍ୟନ୍ତ କୌଣସି ଦେଶର ବ୍ୟାଟ୍ସମ୍ୟାନ୍ ଏହା କରିପାରିନାହାନ୍ତି । ୨୭ ବର୍ଷୀୟ ସକିଲ ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ୭ଟି ଟେଷ୍ଟ ମ୍ୟାଚରେ ୫୦ କିମ୍ବା ତା’ଠାରୁ ଅଧିକ ସ୍କୋର କରିଛନ୍ତି। ଏହା ସହ ତାଙ୍କ ନାମରେ ଏକ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି ।

ସାଉଦ୍ ନିଜ କ୍ୟାରିୟରର ପ୍ରଥମ ଟେଷ୍ଟରେ ୭୬ ରନ କରିଥିବାବେଳେ ୨ୟ ଟେଷ୍ଟରେ ୬୩ ଓ ୯୪ ରନ କରିଥିଲେ । ୩ୟ ଟେଷ୍ଟରେ ୫୩ ଓ ୪ର୍ଥ ଟେଷ୍ଟରେ ୫୫ ରନ କରିଥିଲେ । ସେହିପରି ୫ମ ଟେଷ୍ଟରେ ୧୨୫ ରନ ଓ ୬ଷ୍ଠ ଟେଷ୍ଟରେ ଅପରାଜିତ ୨୦୮ ଓ ୭ମ ଟେଷ୍ଟରେ ଅପରାଜିତ ୫୩ରନ କରିଥିଲେ ।

ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଶ୍ରୀଲଙ୍କା ଦଳ ମାତ୍ର ୧୬୬ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହାପରେ ଖବର ଲେଖାଯିବା ପର୍ୟ୍ୟନ୍ତ ପାକିସ୍ତାନ ତା’ର ପ୍ରଥମ ଇନିଂସରେ ୪ ୱିକେଟ୍ ହରାଇ ୩୪୪ ରନ୍ କରିଛି। ପାକିସ୍ତାନ ୧୭୮ ରନ୍ କରି ଏବେ ଅଗ୍ରଣୀ ରହିଛି। ଓପନର ଅବଦୁଲ୍ଲା ଶଫିକ୍ ୧୬୫ ଓ ସରଫରାଜ ଅହମ୍ମଦ ୧୪ ରନ୍ କରି ଖେଳୁଛନ୍ତି।

Related posts

ବାରବାଟୀ ଷ୍ଟାଡିୟମ ଟିମ୍‌ ଇଣ୍ଡିଆ ପାଇଁ ପୁଣି ଶୁଭ ସାବ୍ୟସ୍ତ ହୋଇଛି

Odisha Sports Bureau

ଗୌତମ-ବିରାଟ କଳି ପରେ ନିଜ ଘଟଣାକୁ ମନେ ପକାଇଲେ ହରବଜନ

Odisha Sports Bureau

ଟେଷ୍ଟ ଫର୍ମାଟ୍‌ରେ ପରିବର୍ତ୍ତନ କ୍ଷତିକାରକ ସାବ୍ୟସ୍ତ ହେବାର ସମ୍ଭାବନା: କୋହଲି

Odisha Sports Bureau