Cricket

ଭାରତୀୟ ଖେଳାଳିଙ୍କ ପ୍ରତି ଅବହେଳା ଦେଖି ବିରକ୍ତ ପ୍ରକାଶ କଲେ ପାଣ୍ଡ୍ୟା

ବ୍ୟୁରୋ: ସାଧାରଣ ସୁବିଧା ସୁଯୋଗ ନମିଳିବାରୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ଉପରେ ରାଗିଲେ ହାର୍ଦ୍ଦିକ ପାଣ୍ଡ୍ୟା । ୱେଷ୍ଟଇଣ୍ଡିଜ୍ରେ ଭାରତୀୟ ଖେଳାଳି ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ଥିଲେ । ତେବେ ଭାରତୀୟ ଖେଳାଳି ୱେଷ୍ଟଇଣ୍ଡିଜ୍ରେ କୌଣସି ବିଳାଶପୂର୍ଣ୍ଣ ସୁଯୋଗ ଖୋଜୁନାହାନ୍ତି ୱେଷ୍ଟଇଣ୍ଡିଜ୍ କେବଳ ସାଧାରଣ ସୁବିଧାସୁଯୋଗ ଯୋଗାଇ ଦେଉ ବୋଲି ପାଣ୍ଡ୍ୟା କହିଛନ୍ତି ।

ଟେଷ୍ଟ ସିରିଜ୍ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ ମଧ୍ୟ ଜିତିସାରିଛି ଭାରତୀୟ ଦଳ ।ଏବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତୀୟ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ତେବେ ଏହି ସିରିଜ ସମୟରେ ଭାରତୀୟ କ୍ରିକେଟରଙ୍କୁ ସାଧାରଣ ସୁବିଧା ସୁଯୋଗ ଦିଆଯାଇନି ବୋଲି ପାଣ୍ଡ୍ୟା କହିଛନ୍ତି । ସେ କହିଛନ୍ତି ଯେ, ଏବେ ସମୟ ଆସିଯାଇଛି ସିଡବ୍ଲ୍ୟୁଆଇ ଏ ଉପରେ ଧ୍ୟାନ ଦେବା ଉଚିତ୍ । ବ୍ରାଏନ୍ ଲାରା ଷ୍ଟାଡିୟମରେ ମ୍ୟାଚ୍ ପରେ ପାଣ୍ଡ୍ୟା କହିଥିଲେ, ଆମେ ଖେଳିଥିବା ଷ୍ଟାଡିୟମମାନଙ୍କ ଭିତରେ ଏ ଷ୍ଟାଡିୟମ ସବୁଠୁ ଭଲ ଅଟେ । ହେଲେ ଆଗାମୀ ଥରକୁ ସବୁ ଜିନିଷ ଭଲ ହେଇପାରିବ । ଯାତ୍ରାଠୁ ଆରମ୍ଭ କରି ବହୁତ ଜିନିଷର ମ୍ୟାନେଜମେଣ୍ଟରେ ବହୁତ ଅସୁବିଧା ହେଇଥିଲା । ଯାହା ଗତ ବର୍ଷ ମଧ୍ୟ ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ପୋର୍ଟ ଅଫ୍ ସ୍ପେନର ନିର୍ଣ୍ଣାୟକ ଦିନିକିଆରେ ଟିମ୍ ଇଣ୍ଡିଆ ବଡ ବିଜୟ ହାସଲ କରିଥିଲା । ଶୁଭମନ୍ ଗିଲ, ସଞ୍ଜୁ ସାମସନ୍, ଇଶାନ କିଷାନ ଚମକ୍ରାର ଇଂନିସ ଖେଳିଥିଲେ । ଏଥିସହିତ ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତିନେଇଥିଲା ।

Related posts

ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଷ୍ଟାର ବୋଲର ଜସପ୍ରୀତ ବୁମରା

Odisha Sports Bureau

‘ଟସ୍’ ଜିତିବା ପରେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛ ଶ୍ରୀଲଙ୍କା

Odisha Sports Bureau

ପାକିସ୍ତାଦ କ୍ରିକେଟ ଦଳର ଫିଲ୍ଡିଂ କୋଚ ହେଲେ ମହମ୍ମଦ ମସରୁର

Odisha Sports Bureau