Cricket

ଭାରତୀୟ ଖେଳାଳିଙ୍କ ପ୍ରତି ଅବହେଳା ଦେଖି ବିରକ୍ତ ପ୍ରକାଶ କଲେ ପାଣ୍ଡ୍ୟା

ବ୍ୟୁରୋ: ସାଧାରଣ ସୁବିଧା ସୁଯୋଗ ନମିଳିବାରୁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ଉପରେ ରାଗିଲେ ହାର୍ଦ୍ଦିକ ପାଣ୍ଡ୍ୟା । ୱେଷ୍ଟଇଣ୍ଡିଜ୍ରେ ଭାରତୀୟ ଖେଳାଳି ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ଥିଲେ । ତେବେ ଭାରତୀୟ ଖେଳାଳି ୱେଷ୍ଟଇଣ୍ଡିଜ୍ରେ କୌଣସି ବିଳାଶପୂର୍ଣ୍ଣ ସୁଯୋଗ ଖୋଜୁନାହାନ୍ତି ୱେଷ୍ଟଇଣ୍ଡିଜ୍ କେବଳ ସାଧାରଣ ସୁବିଧାସୁଯୋଗ ଯୋଗାଇ ଦେଉ ବୋଲି ପାଣ୍ଡ୍ୟା କହିଛନ୍ତି ।

ଟେଷ୍ଟ ସିରିଜ୍ ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜ୍ ମଧ୍ୟ ଜିତିସାରିଛି ଭାରତୀୟ ଦଳ ।ଏବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତୀୟ ଦଳ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ତେବେ ଏହି ସିରିଜ ସମୟରେ ଭାରତୀୟ କ୍ରିକେଟରଙ୍କୁ ସାଧାରଣ ସୁବିଧା ସୁଯୋଗ ଦିଆଯାଇନି ବୋଲି ପାଣ୍ଡ୍ୟା କହିଛନ୍ତି । ସେ କହିଛନ୍ତି ଯେ, ଏବେ ସମୟ ଆସିଯାଇଛି ସିଡବ୍ଲ୍ୟୁଆଇ ଏ ଉପରେ ଧ୍ୟାନ ଦେବା ଉଚିତ୍ । ବ୍ରାଏନ୍ ଲାରା ଷ୍ଟାଡିୟମରେ ମ୍ୟାଚ୍ ପରେ ପାଣ୍ଡ୍ୟା କହିଥିଲେ, ଆମେ ଖେଳିଥିବା ଷ୍ଟାଡିୟମମାନଙ୍କ ଭିତରେ ଏ ଷ୍ଟାଡିୟମ ସବୁଠୁ ଭଲ ଅଟେ । ହେଲେ ଆଗାମୀ ଥରକୁ ସବୁ ଜିନିଷ ଭଲ ହେଇପାରିବ । ଯାତ୍ରାଠୁ ଆରମ୍ଭ କରି ବହୁତ ଜିନିଷର ମ୍ୟାନେଜମେଣ୍ଟରେ ବହୁତ ଅସୁବିଧା ହେଇଥିଲା । ଯାହା ଗତ ବର୍ଷ ମଧ୍ୟ ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ପୋର୍ଟ ଅଫ୍ ସ୍ପେନର ନିର୍ଣ୍ଣାୟକ ଦିନିକିଆରେ ଟିମ୍ ଇଣ୍ଡିଆ ବଡ ବିଜୟ ହାସଲ କରିଥିଲା । ଶୁଭମନ୍ ଗିଲ, ସଞ୍ଜୁ ସାମସନ୍, ଇଶାନ କିଷାନ ଚମକ୍ରାର ଇଂନିସ ଖେଳିଥିଲେ । ଏଥିସହିତ ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତିନେଇଥିଲା ।

Related posts

ଆସିଲା ଟି-୨୦ ବିଶ୍ୱକପ ଖେଳସୂଚୀ

Odisha Sports Bureau

ଆଇପିଏଲ୍ ଫାଇନାଲରେ ଧୋନୀଙ୍କ ଷ୍ଟମ୍ପିଂକୁ ନେଇ ଚର୍ଚ୍ଚା

ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau