Badminton

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ

ଭୁବନେଶ୍ୱର: ବ୍ରାଜିଲର ସାଓ ପାଓଲୋରେ ଚାଲିଥିବା ପାରା ବ୍ୟାଟମିଣ୍ଟନ ଆନ୍ତର୍ଜାତିକ ବିଜେତା ପ୍ରମୋଦ ଭଗତ ଗୁରୁବାର କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଥିବା ପ୍ରମୋଦ ଶୁକ୍ରବାର ପୁରୁଷ ଏକକରେ ପେରୁ ପ୍ରତିଦ୍ବନ୍ଦ୍ବୀ ପେଡ୍ରୋ ପାବ୍ଲୋ ଡି ଭିନାଟିଙ୍କୁ ୨୧-୭ ଓ ୨୧-୧୨ରେ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚି ଯାଇଛନ୍ତି ।
ସେହିପରି ପ୍ରମୋଦ ସିଙ୍ଗେଲ ଓ ଡୁଓ କ୍ୱାଟଣ ଖେଳି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି । ଡୁଓରେ ତୃତୀୟ ଗ୍ରୁପ ମ୍ୟାଚରେ ସୁକାନ୍ତ କଦମଙ୍କୁ ସାଥୀ କରି ପେରୁ ଯୋଡ଼ି ପାବ୍ଲୋ ସେସାର କୁଇଟୋ-ପାଟ୍ରିସିଓ ଆନ୍ଦ୍ରେସ୍ ଇଚେଭେରିଆଙ୍କ ୨୧-୬ ଓ ୨୧-୭ ହରାଇଛନ୍ତି ।ଦ୍ୱିତୀୟ ଗ୍ରୁପ ୨୧-୧୦ ଓ ୨୧-୯ ଡିକ୍ବେଜ୍ ବାନ୍ସେସ୍ ମୋରାଲେସ୍-ଜେନି ବର୍ଥା ଭେଣ୍ଟୋସିଲାଙ୍କୁ ହରାଇ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଥିଲେ । ତୃତୀୟଥର ଡିକ୍ବେଜ୍ ବାନ୍ସେସ୍ ମୋରାଲେସ୍-ଜେନି ବର୍ଥା ଭେଣ୍ଟୋସିଲାଙ୍କୁ ୨୧-୧୦ ଓ ୨୧-୯ରେ ପରାସ୍ତ କରି କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି । ଓଡିଶାରୁ ଯାଇଥିବା ଦିଲେଶ୍ବର ରାଓ ମଧ୍ୟ ଯୁଗଳ ବର୍ଗ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିଛନ୍ତି । ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ସ୍ଥାନ ସୁୂରକ୍ଷିତ କରନ୍ତି ।

Related posts

ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ: ସାଇନା,କଶ୍ୟପ ଓ ସୌରଭ ସେମିଫାଇନାଲରେ

Odisha Sports Bureau

ଅସୁସ୍ଥତା କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରିଲେ ସାଇନା

Odisha Sports Bureau

ମୋଦୀଙ୍କୁ ସାକ୍ଷାତ କଲେ ସିନ୍ଧୁ, ମେଡ଼ାଲ ପିନ୍ଧାଇ ଆଶୀର୍ବାଦ ଦେଲେ ପ୍ରଧାନମନ୍ତ୍ରୀ

Odisha Sports Bureau

Leave a Comment