Cricket

ପିସିବିର ହାଇବ୍ରିଡ ମଡେଲ : ୧୩ଟିରୁ ୪ଟି ମ୍ୟାଚ ପାକିସ୍ତାନରେ ଚାହେଁ ପିସିବି

କରାଚି : ଏସିଆ କପର ଆୟୋଜକ ପାକିସ୍ତାନ କ୍ରିକେଟ୍ ବୋର୍ଡ଼ର ହାଇବ୍ରିଡ୍ ମଡେଲ୍ ପ୍ରସ୍ତାବକୁ ଏସିସି ସଦସ୍ୟ ବର୍ତ୍ତମାନ ବିରୋଧ କରିବାକୁ ଲାଗିଲେଣି । ପାକିସ୍ତାନ କ୍ରିକେଟ୍ ବୋର୍ଡ଼ କହିବା ଅନୁସାରେ ନିରପେକ୍ଷ ଭେନ୍ୟୁରେ ଏସିଆ କପ୍ କରାଗଲେ ମଧ୍ୟ ମୋଟ ୧୩ଟି ମ୍ୟାଚରୁ ୪ଟି ପାକିସ୍ତାନରେ ଖେଳାଯିବା ବେଳେ ଅବଶିଷ୍ଟ ମ୍ୟାଚ ସହିତ ଫାଇନାଲ ମ୍ୟାଚ ନିରପେକ୍ଷ ଭେନ୍ୟୁରେ ଖେଳାଯାଉ । ପିସିବି ଅଧ୍ୟକ୍ଷ ନଜମ ସେଠୀ ଏହି ପ୍ରସ୍ତାବ ଦେଇଛନ୍ତି । ଏକ ପୋଡ଼କାଷ୍ଟ କାର୍ୟ୍ୟକ୍ରମରେ ଭାଗ ନେଇ ନଜମ କହିଛନ୍ତି, ହାଇବ୍ରିଡ୍ ମଡେଲ୍ ପ୍ରସ୍ତାବ ସଫଳ ହେଲେ ଏହାକୁ ଚଳିତ ବର୍ଷର ଦିନିକିଆ ବିଶ୍ବକପ୍ ବେଳେ ମଧ୍ୟ ପ୍ରୟୋଗ କରାଯାଇ ପାରିବ। ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ବକପ୍ ଭାରତରେ ଖେଳାଯିବାକୁ ଥିବାବେଳେ ଏହା ପୂର୍ବରୁ ସେପ୍ଟେମ୍ବରରେ ଏସିଆ କପ୍ ଆୟୋଜନ ଅଧିକାର ପାକିସ୍ତାନ ପାଖରେ ରହିଛି।

Related posts

ICC ନେଲା ବଡ଼ ନିଷ୍ପତ୍ତି, ଏକାଠି ବସିବେ BCCI-PCB

Odisha Sports Bureau

ଦିନେଶ ମୋଙ୍ଗିଆ ହେବେଓଡ଼ିଶା ରଣଜୀ ଦଳର ନୂଆ କୋଚ୍!

Odisha Sports Bureau

ଇଣ୍ଡିଜ୍ କୁ ପରାସ୍ତ କରିବା ପରେ ‘ହିଟ୍ ମ୍ୟାନ୍’ଙ୍କ ଆତ୍ମବିଶ୍ୱାସ ଆକାଶଛୁଆଁ

Odisha Sports Bureau