Cricket

ୱାଙ୍ଖେଡ଼େରେ ମୁମ୍ବାଇ-ଗୁଜରାଟ ମଧ୍ୟରେ ପ୍ଲେ ଅଫ୍ ରେସ୍ ଲଢ଼େଇ

ମୁମ୍ବାଇ : ଆଇପିଏଲର ୧୬ତମ ସଂସ୍କରଣ ଶୁକ୍ରବାର ୱାଙ୍ଖେଡ଼େରେ ଖେଳାଯିବ । ଏହି ଦମଦାର ମ୍ୟାଚରେ ମୁହାଁମୁହିଁ ହେବେ ୫ଥରର ଚାମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଡିଫେଣ୍ଡିଂ ଚାମ୍ପିଆନ ଗୁଜରାଟ ଟାଇଟନ୍ସ । ନିଜ ଗଡ଼ରେ ବିଜୟ ଧ୍ୱଜା ଉଡ଼ାଇବାକୁ ଚେଷ୍ଟା କରିବ ମୁମ୍ବାଇ ଇଣ୍ଡିଆନ୍ସ । ଆଜିର ମ୍ୟାଚ ଜିତି ଘରୋଇ ଦଳ ପ୍ଲେ ଅଫ୍ ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଟାଇଟନ୍ସ ମଧ୍ୟ ପ୍ଲେ ଅଫ୍ କ୍ୱାଲିଫାୟାର ପାଇଁ ଆଜିର ମ୍ୟାଚ ଖେଳିବ । ବିଜୟ ସହ କ୍ୱାଲିଫାଏ କରିବାକୁ ଦଳ ପ୍ରୟାସ କରିବ । ଦଳ ୧୧ଟି ମ୍ୟାଚରୁ ୧୬ ପଏଣ୍ଟ ହାସଲ କରିଛନ୍ତି । ପ୍ଲେ ଅଫ୍ ଏକ ପ୍ରକାର ନିଶ୍ଚିତ ହୋଇସାରିଥିବା ବେଳେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲେ ଟାଇଟନ୍ସ ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହି ଅଭିଯାନ ଶେଷ କରିପାରିବ । ଅର୍ଥାତ ଟାଇଟନ୍ସ ଜିତିବା ପରେ ଶେଷ ୨ଟି ଲିଗ ମ୍ୟାଚରେ ପରାଜିତ ହେଲେ ମଧ୍ୟ ପଏଣ୍ଟ ତାଲିକାରେ ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହିପାରିବ ।

Related posts

ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ୨୧ରେ ଦଳ ଚୟନ

କାନପୁର କ୍ରିକେଟ କ୍ଲବ ଅନୁକୂଲ୍ୟରେ  ଏମଏନସିସି ଚମ୍ପିଆନ ଟ୍ରଫି ଉଦଘାଟିତ

Odisha Sports Bureau

ଅଷ୍ଟ୍ରେଲିଆ ନମ୍ବର ୱାନ

Odisha Sports Bureau