Cricket

ୱାଙ୍ଖେଡ଼େରେ ମୁମ୍ବାଇ-ଗୁଜରାଟ ମଧ୍ୟରେ ପ୍ଲେ ଅଫ୍ ରେସ୍ ଲଢ଼େଇ

ମୁମ୍ବାଇ : ଆଇପିଏଲର ୧୬ତମ ସଂସ୍କରଣ ଶୁକ୍ରବାର ୱାଙ୍ଖେଡ଼େରେ ଖେଳାଯିବ । ଏହି ଦମଦାର ମ୍ୟାଚରେ ମୁହାଁମୁହିଁ ହେବେ ୫ଥରର ଚାମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଡିଫେଣ୍ଡିଂ ଚାମ୍ପିଆନ ଗୁଜରାଟ ଟାଇଟନ୍ସ । ନିଜ ଗଡ଼ରେ ବିଜୟ ଧ୍ୱଜା ଉଡ଼ାଇବାକୁ ଚେଷ୍ଟା କରିବ ମୁମ୍ବାଇ ଇଣ୍ଡିଆନ୍ସ । ଆଜିର ମ୍ୟାଚ ଜିତି ଘରୋଇ ଦଳ ପ୍ଲେ ଅଫ୍ ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଟାଇଟନ୍ସ ମଧ୍ୟ ପ୍ଲେ ଅଫ୍ କ୍ୱାଲିଫାୟାର ପାଇଁ ଆଜିର ମ୍ୟାଚ ଖେଳିବ । ବିଜୟ ସହ କ୍ୱାଲିଫାଏ କରିବାକୁ ଦଳ ପ୍ରୟାସ କରିବ । ଦଳ ୧୧ଟି ମ୍ୟାଚରୁ ୧୬ ପଏଣ୍ଟ ହାସଲ କରିଛନ୍ତି । ପ୍ଲେ ଅଫ୍ ଏକ ପ୍ରକାର ନିଶ୍ଚିତ ହୋଇସାରିଥିବା ବେଳେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲେ ଟାଇଟନ୍ସ ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହି ଅଭିଯାନ ଶେଷ କରିପାରିବ । ଅର୍ଥାତ ଟାଇଟନ୍ସ ଜିତିବା ପରେ ଶେଷ ୨ଟି ଲିଗ ମ୍ୟାଚରେ ପରାଜିତ ହେଲେ ମଧ୍ୟ ପଏଣ୍ଟ ତାଲିକାରେ ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହିପାରିବ ।

Related posts

ବାରବାଟୀରେ ୱେଷ୍ଟଇଣ୍ଡିଜ-ଭାରତ ମ୍ୟାଚ ଆଶା ଉଜ୍ଜୀବିତ

Odisha Sports Bureau

ବିଦାୟ ନେଲେ ମାଲିଙ୍ଗା

Odisha Sports Bureau

ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ମ୍ୟାଚ

Odisha Sports Bureau