Cricket

ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆର ଶେଷ ପ୍ରସ୍ତୁତି

ବିଶ୍ୱକପକୁ ଆଉ ଦୁଇ ଦିନ ବାକି ଅଛି । କ୍ରିକେଟର ଏହି ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଭାରତ ଖେଳିବ ଦ୍ୱିତୀୟ ଅଭ୍ୟାସ ମ୍ୟାଚ । ଥରୁଅନନ୍ତପୁରମରେ ନେଦରଲ୍ୟାଣ୍ଡକୁ ଭେଟିମ ଟିମ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇ ଯାଇଥିଲା । ତେଣୁ ଆଜି ଭାରତୀୟ ଦଳ ଉପଯୁକ୍ତ ଅଭ୍ୟାସ ସହ ବିଶ୍ୱକପ୍‌ ପାଇଁ ଶେଷ ପ୍ରସ୍ତୁତି ସାରିବାକୁ ଲକ୍ଷ୍ୟ ରଖିଛି ।

ଅନ୍ୟପଟେ ନେଦରଲାଣ୍ଡ୍‌ସ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲା । ଉକ୍ତ ମ୍ୟାଚ୍‌ରେ ମଧ୍ୟ ବର୍ଷା ପ୍ରଭାବ ପକାଇଥିଲା । ୨୩ ଓଭର ଖେଳ ହୋଇଥିଲା । ଗ୍ରୀନ୍‌ ଫିଲ୍ଡ ଷ୍ଟାଡିୟମ୍‌ର ପିଚ୍‌ ଉଭୟ ବ୍ୟାଟିଂ ଓ ପେସ୍ ବୋଲିଂ ପାଇଁ ଅନୁକୂଳ । ଶେଷ ଅଭ୍ୟାସ ମ୍ୟାଚ୍‌ ହୋଇଥିବାରୁ ଉଭୟ ୧୫ଜଣ ଖେଳାଳିଙ୍କୁ ସୁଯୋଗ ଦେବାକୁ ଯୋଜନା କରିଛନ୍ତି । ନେଦରଲାଣ୍ଡ୍‌ସ ବିପକ୍ଷରେ ଭାରତର ଶତ ପ୍ରତିଶତ ବିଜୟ ରେକର୍ଡ ରହିଛି । ମାତ୍ର ଯୁବ ନେଦରଲାଣ୍ଡ୍‌ସ ଦଳ ଏଥର ବିଶ୍ୱକପ୍‌କୁ ସ୍ମରଣୀୟ କରିବା ପାଇଁ ଆଶାବାଦୀ ରହିଛି । ପ୍ରଥମ ଦଳ ଭାବେ ନେଦରଲାଣ୍ଡ୍‌ସ ବିଶ୍ୱକପ୍‌ ଖେଳିବା ପାଇଁ ଭାରତରେ ଆସି ପହଞ୍ଚିଥିଲା । ବେଙ୍ଗାଲୁରୁରେ ଦଳ ଅଭ୍ୟାସ କରିବା ସହ ସ୍ଥାନୀୟ ଜଳବାୟୁ ସହ ଖାପ ଖୁଆଇ ସାରିଛି । ୧୨ବର୍ଷ ପରେ ଭାରତରେ ବିଶ୍ୱକପ୍‌ ଆୟୋଜନ କରୁଛି । ତେଣୁ ଚଳିତ ଥର ବିଶ୍ୱକପ୍‌ ହାସଲ କରିବା ପାଇଁ ଘରୋଇ ଦଳ ଆଶାବାଦୀ ରହିଛି ।

Related posts

ବିଶ୍ୱ ଟେଷ୍ଟ ଚାମ୍ପିଅନ ଅଷ୍ଟ୍ରେଲିଆ

ଅନିଶ୍ଚିତତାରେ ବାରବାଟୀ ମ୍ୟାଚ

Odisha Sports Bureau

‘ଟସ୍’ ଜିତିବା ପରେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛ ଶ୍ରୀଲଙ୍କା

Odisha Sports Bureau