Uncategorized

ସ୍ୱର୍ଣପଦକ ଜିତିଲେ ପ୍ରଣବ

ଯାଜପୁର; ସ୍ୱର୍ଣ୍ଣ ପଦକ ହାସଲ କଲେ ପ୍ରଣବ । ଜାତୀୟ ପେଣ୍ଟାଥଲନ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଓଡିଆ ପୁଅ ପ୍ରଣବ ଦାସ । ତେବେ ପ୍ରଣବଙ୍କ ଘର ଯାଜପୁର ଜିଲ୍ଲା ଧର୍ମଶାଳାରେ । ନିଜର କଠିନ ପରିଶ୍ରମ ପାଇଁ ସେ ଦେଶ ପାଇଁ ଆଣିଛନ୍ତି ଗୌରବ । ଉତ୍ତରାଖଣ୍ଡରେ ଚାଲିଥିବା ଜାତୀୟ ପେଣ୍ଟାଥଲନ ପ୍ରତିଯୋଗିତାରେ ନିଜ ଦେଶର ଟେକ ରଖିଛନ୍ତି ପ୍ରଣବ । ତେବେ ତାଙ୍କର ଏହି ସଫଳତା ପାଇଁ ଛୁଟୁଛି ସବୁଆଡୁ ଶୁଭେଚ୍ଛାର ସୁଅ । ସୂଚନା ମୁତାବ,କ ଜାତୀୟ ପେଣ୍ଟାଥଲନ ପ୍ରତିଯୋଗିତାରେ ଓଡିଶାରୁ ୫ ଜଣିଆଟିମ୍ର ନେତୃତ୍ୱ ନେଇଥିବା ପ୍ରଣବ ଦାସ ବାଇଥେଲ୍ ଓ ଟ୍ରାଇଥେଲେଟ୍ ଇଭେଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତେବେ ପୂର୍ବରୁ ମଧ୍ୟ ପ୍ରଣବ ଜାତୀୟସ୍ତରରେ ମଡର୍ଣ୍ଣ ପେଣ୍ଟାଥଲନ ପ୍ରତିଯୋଗିତାରେ ଭାଗ ନେଇ ବେଶ ସଫଳତା ସାଉଁଟ ିସାରିଛନ୍ତି । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ପ୍ରଣବଙ୍କୁ ପ୍ରୋତ୍ସାହନ ମିଳିଲେ ସେ ଆହୁରି ଓଡିଶାର ନାଁ ରଖିବେ ବୋଲି କହିଛନ୍ତି ।

Related posts

ମନୁ ଭାକର ଏବଂ ପିଭି ପିଆର ଶ୍ରୀଜେଶ ହେବେ ଧ୍ୱଜାଧାରୀ

Odisha Sports Bureau

ସ୍ୱର୍ଣ୍ଣ ହାସଲ କରିଥିବା ହର୍ଷବର୍ଦ୍ଧନ ସାହୁଙ୍କୁ ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ

ରୋଇଂ ଗେମ୍ସର ସିଙ୍ଗଲସ୍ ସ୍କଲସର ପ୍ରଥମ ହିଟରେ ୪ର୍ଥ ସ୍ଥାନରେ ରହିଛନ୍ତି ବଲରାଜ