Cricket

ପ୍ରେସ କ୍ଳବ ଏକାଦଶ ଓ ବ୍ଲକ ପ୍ରଶାସନ ଏକାଦଶ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ  : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମିନିଷ୍ଟାଡିୟମ ଠାରେ ଫିରିଙ୍ଗିଆ ପ୍ରେସ କ୍ଳବ ଏକାଦଶ ଓ ବ୍ଲକ ପ୍ରଶାସନ ଏକାଦଶ ମାଧ୍ୟ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି I ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କ୍ରିକେଟ ଟୁର୍ନାମେଣ୍ଟ ରେ ପ୍ରେସ କ୍ଲବ ଏକାଦଶ ତରଫରୁ କ୍ଳବ ର ମୁଖ୍ୟ ଉପଦେଷ୍ଟା ମହାଦେବ ସାହୁ କ୍ୟାପଟେନ ଭାବରେ ନେତୃତ୍ୱ ନେଇଥିବା ବେଳେ  ବ୍ଲକ ପ୍ରଶାସନ ଏକାଦଶ ତରଫରୁ ବ୍ଲକ ର ମୁଖ୍ୟ କିରାଣୀ ମାନସ କୁମାର ସେଠି କ୍ୟାପଟେନ ଭାବରେ ନେତୃତ୍ୱ ନେଇଥିଲେ I ତେବେ ଟଚ ଜିତି ବ୍ଲକ ଏକାଦଶ ବ୍ୟାଟିଂ ନିଷ୍ପତି ନେଇଥିବା ବେଳେ ପ୍ରେସ ଏକାଦଶ ଫିଲଡିଂ କରିଥିଲା I ଅନ୍ୟପଟେ ବ୍ୟାଟିଂ କରି ବ୍ଲକ ଏକାଦଶ ସମୁଦାୟ  ୧୫ଓଭର ରେ ତିନି ଉଇକେଟ ହରାଇ ୧୬୩ରନ କରିଥିବା ବେଳେ ପ୍ରେସ କ୍ଳବ ଏକାଦଶ ୧୫ ଓଭର ରେ ଚାରୋଟି ଉଇକେଟ ହରାଇ ୧୫୧ ରନ କରି ୧୨ରନ ବ୍ୟବଧାନରେ ବ୍ଲକ ପ୍ରଶାସନ ଠାରୁ ପ୍ରେସ ଏକାଦଶ ପରାଜିତ ହୋଇଥିଲା I ଅମପେୟାର ଭାବରେ ଅଂଚଳର ଜଣାଶୁଣା କ୍ରୀଡା ସଂଗଠକ ବିଭୁଦତ୍ତ ମୁଖି ଙ୍କ ସହ ବ୍ଲକ ରେ କାର୍ଯ୍ୟାଳୟରେ କାର୍ଯ୍ୟରତ ଭାବନି ଦେଓ ଓ ଟିଂକୁନ ଦିଗାଳ ଖେଳ ପରିଚାଳନା କରିଥିଲେ I ତେବେ ବ୍ଲକ ପ୍ରଶାସନ ତରଫରୁ ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା ଙ୍କ ସହ କନିଷ୍ଠ ଯନ୍ତ୍ରୀ ଲୀନ୍ମୟ ସ୍ୱାଇଁ, ଜୀବିକା ମିଶନ ରେ କାର୍ଯ୍ୟରତ ସଂଗ୍ରାମ କେଶରୀ ସାହୁ ଓ ରତିକାନ୍ତ ସାହୁ, ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ସୁମନ୍ତ ଉଠାଣସିଂ, ଡିଇଓ ଜିତେନ୍ଦ୍ର ଆଚାର୍ଯ୍ୟ, ଜିଆରଏସ ଗୌରାଙ୍ଗ କହଁର, ନରୋତ୍ତମ କହଁର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚକ୍ରଧର ମହାରଣା, ଯୋଗାଣ ବିଭାଗ ଡିଇଓ ବିକାଶ ବିଶ୍ୱାଳ, ମିଶନଶକ୍ତି ଗୋଷ୍ଠି ପ୍ରକଳ୍ପ ପରିଚାଳକ ବାଦଲ କୁମାର ନାଏକ, ଆରଏଚ ବିପିଓ ପଦ୍ୟୁଷ ମହାନ୍ତି, ଜିଆରଏସ ପୁରଞ୍ଜନ କହଁର ପ୍ରମୁଖ ଖେଳାଳି ଭାବରେ ଯୋଗ ଦେଇଥିବା ବେଳେ ପ୍ରେସ ଏକାଦଶ ପକ୍ଷରୁ ପ୍ରେସ କ୍ଲବ ସଭାପତି ଉତ୍ତମ ଖମାରି, କୋଷାଧକ୍ଷ ସୁବ୍ରତ କୁମାର ମହାନ୍ତି,ଉପଦେଷ୍ଟା ଶରତ ମିଶ୍ର, ସଂଯୋଜକ ହୂରଞ୍ଜନ ସେଠି, ଗୋଲକ ବିହାରୀ କହଁର, ସହ ସମ୍ପାଦକ ହେମନ୍ତ ନାଏକ, ଦେବାଶିଷ ଦିଗାଳ, ପ୍ରଶାନ୍ତ କହଁର, ମୃତ୍ୟୁଞ୍ଜୟ ଦିଗାଲ,ସୁନାସିର ଦିଗାଳ, ସଞ୍ଜୟ କୁମାର ସାହୁ ପ୍ରମୁଖ ଖେଳାଳି ଭାବରେ ଯୋଗଦେଇଥିଲେ I ଖେଳ ଶେଷରେ ଉଭୟ ବିଜେତା ଓ ଉପବିଜେତା ଦଳକୁ ବ୍ଲକ ପ୍ରଶାସନ ତରଫରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରେଶ ରଥ ଉପସ୍ଥିତ ରହି ସହଯୋଗ କରିଥିଲେ I

Related posts

ଟି-୨୦ ବିଶ୍ୱକପରେ ଭାଷ୍ୟକାର ଭୂମିକାରେ ନଜର ଆସିବେ ଦିନେଶ କାର୍ତ୍ତିକ

Odisha Sports Bureau

କୋହଲିଙ୍କ ୫୦ ତମ ଶତକ , ଭାଙ୍ଗିଲେ ସଚିନଙ୍କ ରେକର୍ଡ

Odisha Sports Bureau

ଏସିଆନ ଗେମ୍ସ: ମହିଳା କ୍ରିକେଟ ସେମିରେ ଭାରତ

Odisha Sports Bureau