Cricket

ଦ୍ବିତୀୟ ଟେଷ୍ଟରେ ଘରୋଇ ଦଳ ଉପରେ ଚାପର ପାହାଡ଼

ଶେଷ ୪ ୱିକେଟ୍‌ରେ ଅବିଶ୍ବସନୀୟ ଭାବେ ୨୪୩ ରନ୍ ଯୋଡ଼ିବା ସହ ଗୁଆହାଟୀ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଅତ୍ୟନ୍ତ ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି । ପ୍ରଥମ ଦିନରେ ୬ ୱିକେଟ୍ ହରାଇଥିଲା ଭ୍ରମଣକାରୀ ଦଳ କିନ୍ତୁ ଦ୍ବିତୀୟ ଦିନରେ ଘରୋଇ ଦଳ ଉପରେ ଚାପର ପାହାଡ଼ ସୃଷ୍ଟି କରିଛି । ସ୍ପିନର୍ ସେନୁରନ୍ ମୁଥୁସାମି (୧୦୯) ଓ ନବମ ସ୍ଥାନରେ ବ୍ୟାଟିଂ ଆସିଥିବା ମାର୍କୋ‌ ୟାନସେନ୍‌ (୯୩) ଘରୋଇ ବୋଲରଙ୍କ ସବୁ ଚାଲ୍‌କୁ ବିଫଳ କରିଥିଲେ । ମୁଥୁସାମିଙ୍କ ପ୍ରଥମ ଶତକ ଏବଂ ୟାନସେନ୍‌ଙ୍କ କ୍ୟାରିୟର୍ ଶ୍ରେଷ୍ଠ ୯୩ ରନ୍‌ ବଳରେ ଦକ୍ଷିଣ ଆଫ୍ରିକା ୨୪୭/୬ରୁ ଖେଳ ଆରମ୍ଭ କରି ୪୮୯ ରନ୍‌ର ବଡ଼ ସ୍କୋର୍ କରି ନେଇଛି । ଜବାବରେ ଭାରତ ରବିବାର ଷ୍ଟମ୍ପ୍ସ ବେଳକୁ ବିନା କ୍ଷତି‌ରେ ମାତ୍ର ୯ ରନ୍ କରିଛି । ଯଶସ୍ବୀ ଜୟସ୍ବାଲ ୭ ଏବଂ କେଏଲ୍ ରାହୁଲ ୨ ରନ୍ କରି ଅପରାଜିତ ରହିଛନ୍ତି ।

India vs SA 2nd Test Day 3: India bowled out for 201, South Africa decline  follow-on

ପ୍ରଥମ ପାଳିରେ ଏତେ ରନ୍ କରି କୌଣସି ବିଦେଶୀ ଦଳ ଭାରତରେ ଟେଷ୍ଟ ହାରି ନଥିବାରୁ ଭାରତ ଏବେ ହରଡ଼ଘଣାରେ ପଡ଼ିଛି । ଦକ୍ଷିଣ ଆଫ୍ରିକା ଯଦି ଏହି ପୂର୍ବ ଧାରାକୁ ବଜାୟ ରଖିବାକୁ ସକ୍ଷମ ହୁଏ, ତେବେ ଗତ ୧୨ ମାସ ଭିତରେ ଘରୋଇ ପରିବେଶରେ ଭାରତ ଦ୍ବିତୀୟ ଶୃଙ୍ଖଳା ହାରିବ । ୧୨ ବର୍ଷ ଧରି ଘରେ କୌଣସି ଶୃଙ୍ଖଳା ହାରି ନଥିବା ଭାରତକୁ ଗତବର୍ଷ ନ୍ୟୁଜିଲାଣ୍ଡ ୦-୩ରେ ହରାଇଥିଲା । ଚଳିତ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ଇଡେନ୍ ଗାର୍ଡେନ୍ସରେ ପ୍ରଥମ ଟେଷ୍ଟକୁ ଜିତି ୧-୦ରେ ଆଗୁଆ ଥିବାରୁ ଭାରତ ମୁଣ୍ଡରେ ଆଉ ଏକ ଶୃଙ୍ଖଳା ପରାଜୟର ଖଣ୍ଡା ଝୁଲୁଛି । ଦକ୍ଷିଣ ଆଫ୍ରିକାକୁ ବଡ଼ ସ୍କୋର୍ କରିବାର ସୁଯୋଗ ଦେବା ପରେ ଗୁଆହାଟୀ ଟେଷ୍ଟକୁ ଜିତିବା ଭାରତ ପାଇଁ କାଠିକର ପାଠ ହେବାକୁ ଯାଉଛି ।

IND Vs SA Highlights, 2nd Test Day 2: Jaiswal And Rahul Cautious After South  Africa Post 489 - News18

Related posts

ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଧୋନଙ୍କ ବାମ ଆଣ୍ଠୁର ସଫଳ ଅସ୍ତ୍ରୋପଚାର ହୋଇଛି

ଦ୍ୱିତୀୟ ରଣଜୀ ମ୍ୟାଚରେ ହାରିଲା ଓଡ଼ିଶା, ୟୁପିକୁ ଫୁଲ ପଏଣ୍ଟ

Odisha Sports Bureau

ଦିଲ୍ଲୀରୁ ବାହାରିବେ କି ଅଶ୍ୱୀନ??

Odisha Sports Bureau