(ଓଡିଶା ସ୍ପୋର୍ଟ): ଦବଙ୍ଗ ଦିଲ୍ଲୀ ପ୍ରୋ କବାଡି ଲିଗ୍(ପିକେଏଲ୍)୬ର ଘରୋଇ ମ୍ୟାଚ୍ ର ଆରମ୍ଭ ବିଜୟ ସହିତ ଆରମ୍ଭ ହୋଇଛି । ମେରାଜଜ୍ ସେଖ୍ଙ୍କ ବନ୍ଦିରେ ଦିଲ୍ଲୀ ଭଲ ପ୍ରଦର୍ଶନ କରି ଶୁକ୍ରବାର ଦିନ ଜୟପୁୁରର ପିଙ୍କ୍ ପୈଥର୍ସକୁ ୪୮-୩୫ରେ ପରାଜିତ କରିଛି । ଦିଲ୍ଲୀ ପାଇଁ ମେରାଜ୍(୧୫), ନବିନ୍ କୁୁମାର(୯) ଏବଂ ଚନ୍ଦ୍ରନ୍ ରଞ୍ଜିତ୍ (୯)ର ତ୍ରିମୂର୍ତ୍ତି ମିଶି ସମୂଦାୟ ୩୩ ଅଙ୍କ ସଂଗ୍ରହ କରି ବିଜୟରେ ମୂକ୍ଷ୍ୟ ଭୂମିକା ନିଭାଇଥିଲେ । ଜୟପୁର ଟିମ୍ ଧୀମା ଆରମ୍ଭ କରିଥିଲେ ଏବଂ ଦିଲ୍ଲୀ ଟିମ୍ଙ୍କ ପ୍ରଦର୍ଶନ ଆଗରେ ତାଙ୍କୁ ଆଣ୍ଠେଇବାକୁ ପଡିଥିଲା ।
୧୪ ମ୍ୟାଚ୍ ରୁ ଦିଲ୍ଲୀ ଟିମ୍ ପାଇଁ ଏହା ଷଷ୍ଠ ବିଜୟ ଅଟେ ଏବଂ ସେ ୬ଟି ବିଜୟରୁୁ ଜୋନ୍ ଏ ରେ ୩୯ ଅଙ୍କ ସହିତ ଚତୁର୍ଥ ସ୍ଥାନରେ ପହଞ୍ଚି ସାରିଛନ୍ତି । ସେପଟେ, ତାମିଲ ଥଲାଇୱାଜ୍ ଏବଂ ପାଟନା ପାଇରେଷ୍ଟସ୍ଙ୍କ ମଧ୍ୟରେ ମୁକାବିଲା ୩୫-୩୫ ରେ ଡ୍ରରେ ଶେଷ ହୋଇଛି ।
