Football

ଖେଳ ପଡ଼ିଆକୁ ପଶିଲେ ବିକ୍ଷୋଭକାରୀ

ଲୁସେଲ୍ : ଚଳିତ ବର୍ଷ ହେଉଥିବା ଫୁଟୁବଲ ବିଶ୍ୱକପରେ ଗତ ସୋମବାର ସୋମବାର ପର୍ତ୍ତୁଗାଲ ଓ ଉରୁଗୁଏ ମଧ୍ୟରେ ଏକ ମ୍ୟାଚ ଖେଳାଯାଉଥିଲା । ଆଉ ସେତିକିବେଳେ ଜଣେ ବିକ୍ଷୋଭକାରୀ ପଡ଼ିଆ ଭିତରକୁ ପଶିଆସିଥିଲେ । ସେ ତାଙ୍କ ହାତରେ ଏକ ସପ୍ତରଙ୍ଗୀ ପତାକା ଧରିଥିଲେ । ଆଉ ତାଙ୍କ ଟି-ଶାର୍ଟରେ ୟୁକ୍ରେନ୍କୁ ବଞ୍ଚାଅ’ ଏବଂ ଇରାନ ମହିଳାଙ୍କୁ ସମ୍ମାନ’ ଲେଖା ରହିଥିଲା । ତେଣୁ କରି ସେଠାରେ ଉପସ୍ତିତ ଥିବା ସୁରକ୍ଷାକର୍ମୀମାନେ ବିକ୍ଷୋଭକାରୀଙ୍କୁ ଗୋଡାଇ ଗୋଡାଇ ଧରିଥିଲେ। ତାଙ୍କ ହାତରୁ ପତାକାଟିକୁ ଛଡ଼ାଇ ନିଆଯିବା ପରେ ପଡ଼ିଆରେ ଫିଙ୍ଗି ଦିଆଯାଇଥିଲା। ତା ପରେ ଜଣେ ବ୍ୟକ୍ତି ତାକୁ ନେଇଯାଇଥିଲେ । ତେବେ ଏହି କାରଣରୁ ଖେଳକୁ କେତେ ସମୟ ପାଇଁ ରୋକିବାକୁ ପଡିଥିଲା । ସୋସିଆଲ ମିଡିଆ ଜରିଆରେ ବିକ୍ଷୋଭକାରୀଙ୍କୁ ଚିହ୍ନଟ କରାଯାଇଛି। ସେ ହେଉଛନ୍ତି ଇଟାଲୀର ମାରିଓ ଫେରି। ଫୁଟ୍ବଲ ମ୍ୟାଚ ବେଳେ ସେ ଅନେକଥର ଏହିଭଳି କାର୍ୟ୍ୟ କରିଛନ୍ତି। ଆୟୋଜକ କମିଟି ଏହି ବ୍ୟକ୍ତିଙ୍କୁ କାତାରରେ ଅବଶିଷ୍ଟ ବିଶ୍ୱକପ୍ ମ୍ୟାଚ ଗୁଡ଼ିକରୁ ବାସନ୍ଦ କରିଛି ।

Related posts

ଭାରତ ଓ ଓମାନ ମଧ୍ୟରେ ଅଭ୍ୟାସ ମ୍ୟାଚ୍‌ ଡ଼୍ର

Odisha Sports Bureau

ଭୁବନେଶ୍ୱରରେ ଓଡିଶାର ନୁଆ-ଓ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି

Odisha Sports Bureau

କରୋନାରେ ସ୍ପେନର ଯୁବ ଫୁଟବଲ କୋଚଙ୍କ ମୃତ୍ୟୁ

Odisha Sports Bureau