ପଞ୍ଜାବ : ଗତ କାଲି ଥିଲା ଆଇପିଏଲରେ ମୁହାଁ ମୁହିଁ ହୋଇଥଲେ ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ । ଦୁଇ ଦଳ ଭିତରେ ଚାଲିଥିଲା କଡା ଟକ୍କର । ହେଲେ ବାଜି ମାରି ନେଲା ପଞ୍ଜାବ କିଙ୍ଗସ । ଆଉ ୮ ୱିକେଟରେ ଜିତି ଗଲା ପଞ୍ଜାବ । ଏହି ବିଜୟ ମୁକୁଟ ସହ ଦଳ ପଞ୍ଚମ ବିଜୟ ହାସଲ କରିଛି । ପଞ୍ଜାବର ବିଜୟ ସହ ଗୁଜୁରାଟର ଏହା ଦ୍ୱିତୀୟ ପରାଜୟ ଥିଲା । ଅର୍ଦ୍ଧ ଶତକ ଲଗାଇ ଶିଖର ଧାୱନ ଥିଲେ ଏହି ମ୍ୟାଚର ହିରୋ । ହେଲେ ସମସ୍ତଙ୍କ ନଜର କିନ୍ତୁ ଥିଲା ଲିୟାମ ଲିଭଂଷ୍ଟୋନଙ୍କ ଉପରେ ରହିଥିଲା । କାରଣ ସେ ୧୦ ବଲରେ ୩୦ ରନ୍ ରେଥିଲେ । ଏହି ମ୍ୟାଚରେ ସେ ୨ ଚଉକା ସହ ୩ ଛକା ଲଗାଇଛନ୍ତି ।
ଚଳିତ ଆଇପିଏଲରେ ସବୁଠୁ ଲମ୍ବା ଛକା ଲଗାଇଥିଲେ ଲିଭଂଷ୍ଟୋନ । ସେ ୧୧୭ ମିଟର ଛକା ଲଗାଇ ଚର୍ଚ୍ଚାରେ ରହି ଆସିଛନ୍ତି । ଯାହା ଷ୍ଟାଡିଅମର ବାହାରେ ପଡିଥିଲା । କେବଳ ଏତିକି ନୁହେଁ ସେ ମୁମ୍ବାଇ ଇଣ୍ଡିଆନ୍ସର ଡି ବ୍ରେଭିସଙ୍କ ରେକର୍ଡ ମଧ୍ୟ ଭାଙ୍ଗିଥିଲେ । ଏହି ମ୍ୟାଚରେ ୧୬ ଓଭରରେ ଛକା ଲଗାଇଥିଲେ ଲିଭଂଷ୍ଟୋନ । ଯାହା ଫଳରେ ରଶିଦ ଖାନ ଚକିତ ହୋଇ ଲିଭଂଷ୍ଟୋନଙ୍କ ବ୍ୟଟକୁ ଜାଞ୍ଚ କରିଥିବା ଦେଖିବାକୁ ମିଳିଥିଲା ।