Cricket

ଖୁବଶୀଘ୍ର ଚେନ୍ନାଇ ସୁପର କିଙ୍ଗସ ଛାଡିପାରନ୍ତି ରବୀନ୍ଦ୍ର ଜାଡେଜା

ରବୀନ୍ଦ୍ର ଜାଡେଜା ଖୁବଶୀଘ୍ର ଛାଡିପାରନ୍ତି ଚେନ୍ନାଇ ସୁପର କିଙ୍ଗସ । ଚେନ୍ନାଇ ସୁପର କିଙ୍ଗସ  ସହିତ ରବୀନ୍ଦ୍ର ଜାଡେଜାଙ୍କର ଖୁବ ଶୀଘ୍ର ଶେଷ ହୋଇପାରେ ୧୨ ବର୍ଷର ସମ୍ପର୍କ । ସେ ରାଜସ୍ଥାନ ରୟାଲ୍ସକୁ ଯିବା ପାଇଁ ଏକ ବାଣିଜି୍ୟକ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି । ତେବେ ଚେନ୍ନାଇ ସୁପରକିଙ୍ଗସ ସହିତ ଜାଡେଜାଙ୍କର ସମ୍ପର୍କ ବହୁ ପୁରୁଣା । ସେ ଦୀର୍ଘ ବାରବର୍ଷ ଧରି ଏହି ଦଳରେ ରହିବାସହ ତିନିଥର ଆଇପିଏଲ ଟାଇଟଲ ମଧ୍ୟ ଜିତିଛନ୍ତି ।ଏବେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଜାଡେଜାଙ୍କୁ ମୁକ୍ତ କରିବାର ଚେନ୍ନାଇ ସୁପର କିଙ୍ଗସ କୌଣସି ଉଦ୍ଦେଶ୍ୟ ନଥିଲା। କିଛି ମାସ ପୂର୍ବେ ଯେତେବେଳେ ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସ ଛାଡିବା ଖବର ପ୍ରକାଶିତ ହେଲା, ସେତେବେଳେ ତାଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ପ୍ରଥମ ଦଳ ମଧ୍ୟରୁ ଗୋଟିଏ ଥିଲା CSK । ରାଜସ୍ଥାନ ରୟାଲ୍ସ ପରିଚାଳନା CSK ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ, ଏବଂ ଯେତେବେଳେ ସେମାନେ ସାମସନଙ୍କ ବଦଳରେ ଜଣେ ଖେଳାଳି ଦାବି କରିଥିଲେ, ପଛକୁ ହଟିଥିଲା ଚେନ୍ନାଇ ଦଳ ।

ସଞ୍ଜୁ ସାମସନଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ନଗଦ ଦେବାକୁ ଚାହୁଁଥିଲା ଚେନ୍ନାଇ ସୁପର କିଙ୍ଗ୍ସ, କିନ୍ତୁ RR ର ନଜର ଥିଲା ରବିନ୍ଦ୍ର ଜାଡେଜା ଉପରେ । ବାଣିଜ୍ୟ ଚୁକ୍ତି ଏପରି ସ୍ଥିତିରେ ପହଞ୍ଚିଛି ସାମସନଙ୍କ ବଦଳରେ CSK ଛାଡି ରାଜସ୍ଥାନ ରୟାଲ୍ସରେ ଖେଳିପାରନ୍ତି ଯେ ରବିନ୍ଦ୍ର ଜାଡେଜା ଏବଂ ସାମ କରନ । କିନ୍ତୁ, ଏହି ବାଣିଜ୍ୟ ଚୁକ୍ତି ଉପରେ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତତା ମିଳିନାହିଁ। ଏକ ରିପୋର୍ଟ ଅନୁଯାୟୀ, ଏମ୍ଏସ୍ ଧୋନି ସମେତ CSK ମ୍ୟାନେଜମେଣ୍ଟ ସାମସନଙ୍କୁ ବୋର୍ଡରେ ଆଣିବାକୁ ଏତେ ଆଗ୍ରହୀ ଥିଲେ ଯେ ଅଧିକାରୀମାନେ ଆମେରିକାରେ ମେଜର ଲିଗ୍ କ୍ରିକେଟ୍ ସମୟରେ ତାଙ୍କ ସହିତ ସାକ୍ଷାତ ମଧ୍ୟ କରିଥିଲେ। ଧୋନି ଦୀର୍ଘ ଦିନ ଧରି ଆଣ୍ଠୁ ସମସ୍ୟାରେ ପୀଡିତ ଥିବାରୁ, ଚେନ୍ନାଇ ଦଳକୁ ଜଣେ ଉତ୍ତରାଧିକାରୀଙ୍କ ଅତ୍ୟନ୍ତ ଆବଶ୍ୟକତା ରହିଛି। ପୂର୍ବରୁ ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍ ମଧ୍ୟ କହିଥିଲେ ଯେ ଯଦି CSK ଦଳର ମଙ୍ଗଳ ପାଇଁ MS ଧୋନିଙ୍କୁ ରବିନ୍ଦ୍ର ଜାଡେଜାଙ୍କୁ ବଳିଦାନ ଦେବାକୁ ପଡ଼େ, ତେବେ ଏହା ଠିକ୍ ହେବ, କାରଣ ସାମସନଙ୍କ ଆଗମନ ସହିତ ଚେନ୍ନାଇ ଦଳରେ ଅଧିନାୟକତ୍ୱ ପାଇଁ ଆଉ ଏକ ବିକଳ୍ପ ଖୋଲିବ।

Related posts

ଆଜିଠାରୁ ଦ୍ବିତୀୟ ଟେଷ୍ଟ: କୋଟଲାରେ ଭାରତ ୩୬ ବର୍ଷ ହେବ ଟେଷ୍ଟ୍ ମ୍ୟାଚ୍‌ ହାରିନାହିଁ

Odisha Sports Bureau

ବାରବାଟୀକୁ ଫେରିବ ଟେଷ୍ଟ ମ୍ୟାଚ!

Odisha Sports Bureau

ଭାରତୀୟ ଲେଗ୍-ସ୍ପିନର ପୀୟୂଷ ଚାୱଲା କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ଅବସର ଘୋଷଣା କରିଛନ୍ତି

Odisha Sports Bureau