Cricket

ଆଜିଠାରୁ ଦ୍ବିତୀୟ ଟେଷ୍ଟ: କୋଟଲାରେ ଭାରତ ୩୬ ବର୍ଷ ହେବ ଟେଷ୍ଟ୍ ମ୍ୟାଚ୍‌ ହାରିନାହିଁ

ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ ଆଜିଠାରୁ ଆରମ୍ଭ ହେବ। ନୂଆଦିଲ୍ଲୀରେ ୨୦୧୭ରେ ଶେଷ ଥର ପାଇଁ ଏକ ଟେଷ୍ଟ୍ ଖେଳା‌ଯାଇଥିବା ବେଳେ ଦ୍ବିତୀୟ ପାଳିରେ ଶ୍ରୀଲଙ୍କା ୧୦୦ରୁ ଊର୍ଧ୍ବ ଓଭର ବ୍ୟାଟିଂ କରିଦେବାରୁ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଅଷ୍ଟ୍ରେଲିଆ କିନ୍ତୁ ଏଠାରେ ୨୦୧୩ରେ ଶେଷ ଟେଷ୍ଟ୍ ଖେଳିଥିଲା। ଅଷ୍ଟ୍ରେଲିଆ କେବଳ ଏଠାରେ ହାରିନଥିଲା ଶୃଙ୍ଖଳାରେ ମଧ୍ୟ ୦-୪ରେ ମୂଳପୋଛ ହୋଇଥିଲା। ରବିଚନ୍ଦ୍ରନ ଅଶ୍ବିନ୍‌ ଏବଂ ରବୀନ୍ଦ୍ର ଜାଦେଜା ମିଳିତ ଭାବେ ୧୪ ୱିକେଟ୍ ନେଇଥିଲେ। ଏବେ ପୁଣି ଥରେ ଏହି ସ୍ପିନ୍‌ ଯୋଡିଙ୍କ ଉପରେ ମଧ୍ୟ ଭାରତ ଭରସା କରି ପଡ଼ିଆକୁ ଓହ୍ଲାଇବ। ଅଷ୍ଟ୍ରେଲିଆ ପାଇଁ ଏକମାତ୍ର ସକାରାତ୍ମକ ଦିଗ ହେଉଛି ନାଥନ୍ ଲାୟନ୍ ସେଥର ଏଠାରେ ୭/୯୪ ବୋଲିଂ ଚିତ୍ର ପାଇଥିଲେ।

ଗତ ସପ୍ତାହରେ ନାଗପୁରରେ ପଦାର୍ପଣରେ ୭ ୱିକେଟ୍ ନେଇଥିବା ଅଫସ୍ପିନର୍‌ ଟଡ୍ ମର୍ଫିଙ୍କ ସହ ମିଶି ଲାୟନ୍ କୋଟଲାରେ କିଛି କରିସ୍ମା କରିବେ ବୋଲି ଦଳ ଆଶା ରଖିଛି। ନାଗପୁରରେ ଏକତରଫା ବିଜୟ (ଏକ ପାଳି ଓ ୧୩୨ ରନ୍‌ରେ) ହାସଲ କରିଥିବା ଭାରତ ଫିରୋଜ ସାହ କୋଟଲାରେ ଅନୁରୂପ ପ୍ରଦର୍ଶନ ସହିତ ଶୃଙ୍ଖଳାର ଭାଗ୍ୟକୁ ପ୍ରଥମେ ସିଲ୍ କରିଦେବା ଲକ୍ଷ୍ୟରେ ରହିଛି। ଆହତ ସମସ୍ୟା ଏବଂ ଭାରତୀୟ ସ୍ପିନରଙ୍କୁ ଖେଳିବାର ଦୁର୍ବଳତା ଭିତରେ ସଂଘର୍ଷ କରୁଥିବା ପ୍ୟାଟ୍ କମିନ୍ସଙ୍କ କଙ୍ଗାରୁ ଦଳ କିନ୍ତୁ ଲଢ଼ୁଆ ପ୍ରତ୍ୟାବର୍ତନ କରିବା ଆଶାରେ ରହିଛି।

କୋଟଲାରେ ଭାରତ ୩୬ ବର୍ଷ ହେବ ଟେଷ୍ଟ୍ ମ୍ୟାଚ୍‌ ହାରିନାହିଁ। ୧୯୮୭ରେ ଶେଷ ଥର ପାଇଁ ୱେଷ୍ଟଇଣ୍ଡିଜଠାରୁ ଏଠାରେ ହାରିଥିଲା। ରବୀନ୍ଦ୍ର ଜାଦେଜା ନିଜ ୨୫୦ ଟେ‌ଷ୍ଟ୍ ୱିକେଟ୍ ପୂର୍ଣ୍ଣ କରିବାକୁ ମାତ୍ର ଗୋଟିଏ ଦୂରରେ ରହିଛନ୍ତି। ଦିଲ୍ଲୀରେ ଅଶ୍ବିନ୍‌ ତୃତୀୟ ଅଗ୍ରଣୀ ବୋଲର ଅଛନ୍ତି। ୪ ଟେଷ୍ଟରୁ ୨୭ ୱିକେଟ୍ ନେଇଛନ୍ତି ଅଶ୍ବିନ୍। ଦିଲ୍ଲୀ ଟେଷ୍ଟ୍ ସବୁବେଳେ କିନ୍ତୁ ଅନିଲ କୁମ୍ବଲେଙ୍କ ପରଫେକ୍ଟ ଟେନ୍ (୧୦/୭୪ ବନାମ ପାକିସ୍ତାନ, ୧୯୯୯) ପାଇଁ ସ୍ମରଣୀୟ ରହିଛି ଓ ରହିବ।

Related posts

RCB ଏବେ ଯାଏଁ କାହିଁକି ଜିତିନାହିଁ IPL ଟ୍ରଫି ? ଏମିତି କହିଲେ ୟୁଜବେନ୍ଦ୍ର ଚହଲ …

ଭାରତ-ପାକିସ୍ତାନ T20 ବିଶ୍ୱକପକୁ ନେଇ ମୁହଁ ଖୋଲିଲେ ପାକ୍ ପ୍ରଧାନମନ୍ତ୍ରୀ

Odisha Sports Bureau

ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଦିନିକିଆ: ଇଂଲଣ୍ଡ ମହିଳା ଦଳକୁ ଚାରି ୱିକେଟରେ ପରାସ୍ତ କଲା ଟିମ୍ ଇଣ୍ଡିଆ

Odisha Sports Bureau