ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଆଇପିଏଲ ୨୦୨୨କୁ ନେଇ ଚର୍ଚ୍ଚା ଜୋର ଧରିବାକୁ ଲାଗିଲାଣି । ଏହି ସିଜନରେ ୮ ବଦଳରେ ୧୦ଟି ଟିମ ଖେଳିବାକୁ ଯାଉଛନ୍ତି । ଏ ନେଇ ଖେଳାଳୀମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଖୁବ ଅଧିକ ଥିବା ଦେଖାଯାଇଛି । ତେବେ ଏହି ସମୟରେ ମିଷ୍ଟର ଆଇପିଏଲ ତଥା ଚେନ୍ନାଇ ସୁପର କିଙ୍ଗସ ଦଳର ଭରଷାଯୋଗ୍ୟ ଖେଳାଳୀ ସୁରେଶ ରୈନାଙ୍କ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।
ଗତବର୍ଷ ଅଗଷ୍ଟରେ ୧୫ରେ କ୍ରିକେଟ ଜଗତରୁ ଧୋନୀଙ୍କ ଅବସର କରିବାର କିଛିି ସମୟ ପରେ ରୈନା ମଧ୍ୟ କ୍ରିକେଟ ଜଗତରୁ ବିଦାୟ ନେଇଥିଲେ । ଏଥିରୁ ଧୋନୀଙ୍କ ପ୍ରତି ଥିବା ତାଙ୍କର ବନ୍ଧୁତାପଣିଆ ଏବଂ ଭଲପାଇବା ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଏବେ ସେହିଭଳି ଆଉ ଏକ ନିଷ୍ପତ୍ତି ନେଇଛନ୍ତି ଚିନ୍ନା ଥାଲା । ଯାହାଦ୍ୱାରା ସେ ସମସ୍ତ କ୍ରିକେଟ ପ୍ରେମୀଙ୍କ ମନ କିଣି ପାରିଛନ୍ତି । ଆସନ୍ତା ସିଜନରେ ଧୋନୀ ଖେଳିବେ କି ନାହିଁ ଏ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ତେବେ ଯଦି ଧୋନୀ ଆସନ୍ତା ଆଇପିଏଲ ନଖେଳନ୍ତି ତେବେ ସେ ମଧ୍ୟ ଖେଳରୁ ଦୂରେଇ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
ରୈନା ଏହା ମଧ୍ୟ କହିଛନ୍ତ ଯେ ମୋ ପାଖରେ ଆହୁରି ୪-୫ ବର୍ଷ ବାକି ଅଛି ମୁଁ ଖେଳିବାରିବି । ତେବେ ଧୋନ୍ର ଯଦି ନ ଖେଳିବେ ମୁଁ ମଧ୍ୟ କ୍ରିକେଟରୁ ବିଦାୟ ନେବି । ୨ଟି ଟିମ ମେଗା ଅକ୍ସନରେ ଭାଗ ନେଲେ ମଧ୍ୟ ସିଏସକେ ତରଫରୁ ଖେଳିବା ନେଇ ଆଶା ରଖିଛନ୍ତି ମିଷ୍ଟର ଆଇପିଏଲ । ଏଥିସହ ଯଦି ଚଳିତ ଆଇପିଏଲ ସିଜନ ଆମେ ଜିତିବୁ ତ ଆଗାମୀ ସିଜନରେ ଧୋନୀଙ୍କୁ ଖେଳିବା ପାଇଁ କହିବେ ବୋଲି ରୈନା କହିଛନ୍ତି । ତେବେ ଚଳିତ ସିଜନର ବାକି ମ୍ୟାଚ ସେପ୍ଟେମ୍ବର ୧୯ରୁ ଞୁଏଇରେ ଆରମ୍ଭ ହେବାକୁ ଯାଉଛି ।
previous post
next post