Cricket

୨୦୨୨ IPL ସିଜନକୁ ନେଇ ରୈନାଙ୍କ ଖୁଲାସା

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଆଇପିଏଲ ୨୦୨୨କୁ ନେଇ ଚର୍ଚ୍ଚା ଜୋର ଧରିବାକୁ ଲାଗିଲାଣି । ଏହି ସିଜନରେ ୮ ବଦଳରେ ୧୦ଟି ଟିମ ଖେଳିବାକୁ ଯାଉଛନ୍ତି । ଏ ନେଇ ଖେଳାଳୀମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଖୁବ ଅଧିକ ଥିବା ଦେଖାଯାଇଛି । ତେବେ ଏହି ସମୟରେ ମିଷ୍ଟର ଆଇପିଏଲ ତଥା ଚେନ୍ନାଇ ସୁପର କିଙ୍ଗସ ଦଳର ଭରଷାଯୋଗ୍ୟ ଖେଳାଳୀ ସୁରେଶ ରୈନାଙ୍କ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।
ଗତବର୍ଷ ଅଗଷ୍ଟରେ ୧୫ରେ କ୍ରିକେଟ ଜଗତରୁ ଧୋନୀଙ୍କ ଅବସର କରିବାର କିଛିି ସମୟ ପରେ ରୈନା ମଧ୍ୟ କ୍ରିକେଟ ଜଗତରୁ ବିଦାୟ ନେଇଥିଲେ । ଏଥିରୁ ଧୋନୀଙ୍କ ପ୍ରତି ଥିବା ତାଙ୍କର ବନ୍ଧୁତାପଣିଆ ଏବଂ ଭଲପାଇବା ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଏବେ ସେହିଭଳି ଆଉ ଏକ ନିଷ୍ପତ୍ତି ନେଇଛନ୍ତି ଚିନ୍ନା ଥାଲା । ଯାହାଦ୍ୱାରା ସେ ସମସ୍ତ କ୍ରିକେଟ ପ୍ରେମୀଙ୍କ ମନ କିଣି ପାରିଛନ୍ତି । ଆସନ୍ତା ସିଜନରେ ଧୋନୀ ଖେଳିବେ କି ନାହିଁ ଏ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ତେବେ ଯଦି ଧୋନୀ ଆସନ୍ତା ଆଇପିଏଲ ନଖେଳନ୍ତି ତେବେ ସେ ମଧ୍ୟ ଖେଳରୁ ଦୂରେଇ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
ରୈନା ଏହା ମଧ୍ୟ କହିଛନ୍ତ ଯେ ମୋ ପାଖରେ ଆହୁରି ୪-୫ ବର୍ଷ ବାକି ଅଛି ମୁଁ ଖେଳିବାରିବି । ତେବେ ଧୋନ୍ର ଯଦି ନ ଖେଳିବେ ମୁଁ ମଧ୍ୟ କ୍ରିକେଟରୁ ବିଦାୟ ନେବି । ୨ଟି ଟିମ ମେଗା ଅକ୍ସନରେ ଭାଗ ନେଲେ ମଧ୍ୟ ସିଏସକେ ତରଫରୁ ଖେଳିବା ନେଇ ଆଶା ରଖିଛନ୍ତି ମିଷ୍ଟର ଆଇପିଏଲ । ଏଥିସହ ଯଦି ଚଳିତ ଆଇପିଏଲ ସିଜନ ଆମେ ଜିତିବୁ ତ ଆଗାମୀ ସିଜନରେ ଧୋନୀଙ୍କୁ ଖେଳିବା ପାଇଁ କହିବେ ବୋଲି ରୈନା କହିଛନ୍ତି । ତେବେ ଚଳିତ ସିଜନର ବାକି ମ୍ୟାଚ ସେପ୍ଟେମ୍ବର ୧୯ରୁ ଞୁଏଇରେ ଆରମ୍ଭ ହେବାକୁ ଯାଉଛି ।

Related posts

ଅଧିନାୟକ ପଦ ପାଇବ କିଏ ??

Odisha Sports Bureau

ମୁମ୍ବାଇର ୱାଙ୍ଖଡେରେ ଭାରତକୁ ଭେଟିବ ଶ୍ରୀଲଙ୍କା

Odisha Sports Bureau

ସିଡନୀ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରୁ ବାହାରିଲେ ଏହି ଖେଳାଳି, ରୋହିତଙ୍କ ଖେଳିବା ନେଇ ବଢ଼ିଲା ସନ୍ଦେହ

Odisha Sports Bureau