Cricket

ନ୍ୟୁଜିଲାଣ୍ଡ-ଏ ବିପକ୍ଷ ମ୍ୟାଚ୍‌ ନେଇ ଭାରତୀୟ-ଏ ଦଳ ଘୋଷିତ, ରାଜ ବାୱା ଦଳରେ ସାମିଲ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ-ଏ ବିପକ୍ଷ ୩ ମ୍ୟାଚ୍‌ ବିଶି‌ଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ଭାରତୀୟ ‘ଏ’ ଦଳ ଘୋଷିତ ହୋଇଛି। ଏହି ଦଳରେ ହାର୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଭାବେ ରାଜ ଅଙ୍ଗଦ ବାୱାଙ୍କୁ ସ୍ଥାନ ମିଳିଛି। ଶୃଙ୍ଖଳାର ୩ଟି ଯାକ ମ୍ୟାଚ୍‌ ଚେନ୍ନାଇରେ ଚଳିତ ମାସ ୨୨, ୨୫ ଓ ୨୭ ତାରିଖରେ ଖେଳାଯିବ। ଚଣ୍ଡିଗଡ଼ ପକ୍ଷରୁ କେବଳ ଦୁଇଟି ରଣଜୀ ମ୍ୟାଚ୍‌ ଖେଳିଥିବା ବାୱାଙ୍କୁ କିନ୍ତୁ ପାଣ୍ଡ୍ୟାଙ୍କ ବିକଳ୍ପ ଭାବେ ଚେତନ ଶର୍ମାଙ୍କ ନେତୃତ୍ବାଧୀନ ଚୟନ ସମିତି ଦଳରେ ସ୍ଥାନ ଦେଇଛି। ଭାରତ-ଏ’ ଦଳ ରେ ଅଛନ୍ତି ପୃଥ୍ବୀ ସ’, ଅଭିମନ୍ୟୁ ଈଶ୍ବରନ, ଋତୁରାଜ ଗାଏକ୍ବାଡ, ରାହୁଲ ତ୍ରିପାଠୀ, ରଜତ ପଟିଦାର, ସଂଜୁ ସାମସନ (ଅଧିନାୟକ), କେଏସ୍‌ ଭରତ, କୁଲଦୀପ ଯାଦବ, ଶାହବାଜ ଅହମ୍ମଦ, ରାହୁଲ ଚହର, ତିଲକ ବର୍ମା, କୁଲଦୀପ ସେନ, ଶାର୍ଦୁଲ ଠାକୁର, ଉମ୍ରାନ ମଲିକ, ନବଦୀପ ‌ସୈନି, ରାଜ ଅଙ୍ଗଦ ବାୱା।

Related posts

ଭାରତର ଇନିଂସ ବିଜୟ

Odisha Sports Bureau

ରବି ବିଷ୍ଣୁ ଭାରତ ଲାଗି ଟ୍ରମ୍ପ କାର୍ଡ ହୋଇପାରନ୍ତି : ଡାନିଶ କାନେରିଆ

Odisha Sports Bureau

ନିରାଶ ହେଲେ କ୍ରିକେଟ ଫ୍ୟାନ୍ସ: କୁଆଡ଼େ ଗଲା ବଳକା ୨୨ ହଜାର ଟିକେଟ