Cricket

୨୯ ରନ୍‌ରେ ବାଙ୍ଗାଲୋରକୁ ପରାସ୍ତ କଲା ରାଜସ୍ଥାନ ଟିମ୍

ନୂଆଦିଲ୍ଲୀ: ରାଜସ୍ଥାନ ଟିମ୍ ୨୯ ରନ୍‌ରେ ବାଙ୍ଗାଲୋରକୁ ପରାସ୍ତ କରିଛି । ଏହି ବିଜୟ ସହିତ ୮ ରୁ ୬ଟି ମ୍ୟାଚ ଜିତି ଶୀର୍ଷରେ ପହଞ୍ଚିଛି ଆରସିବି । ଗତକାଲି ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆରସିବି ଟିମ୍ ୨୦ ଓଭରରେ ୮ ୱିକେଟ ହରାଇ ୧୪୪ ରନ୍ କରିଥିଲା । ରିୟାନ ପରାଗ ୩୧ ବଲ୍‌ରୁ ୪ ଟି ଛକ୍କା ଓ ୩ଟି ଚୌକା ବଳରେ ଧୁଆଁଧାର ୫୬ ରନ୍ କରି ନଟ୍ଆଉଟ୍ ରହିଥିଲେ । ୧୪୫ ରନ୍ ବିଜୟ ଲକ୍ଷ୍ୟର ପିଛା କରି ବାଙ୍ଗାଲୋର ଟିମ୍ ୧୯ ଓଭର ୩ଟି ବଲ୍‌ରେ ୧୧୫ ରନ୍ କରି ଅଲ୍ଆଉଟ ହୋଇଥିଲା । ବାଙ୍ଗଲୋରର ୪ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଥିଲେ । ଅଶ୍ୱୀନ ୪ ଓଭରରୁ ମାତ୍ର ୧୭ ରନ୍ ଦେଇ ୩ଟି ୱିକେଟ ନେଇଥିବା ବେଳେ କୁଳଦୀପ ସେନ ୪ଟି ୱିକେଟ ନେଇଥିଲେ । ଆଇପିଏଲ୍‌ରେ ଆଜି ସଂଧ୍ୟାରେ ଗୋଟିଏ ମ୍ୟାଚ ରହିଛି । ଗୁଜରାଟ ଟାଇଟନ୍ସକୁ ଭେଟିବ ହାଇଦ୍ରାବାଦ ସନରାଇଜର୍ସ ।

Related posts

ବାଂଲାଦେଶକୁ ୧୦୬ ରନ୍‌ରେ ଅଲ୍‌ଆଉଟ୍‌ କରିଛି ବିରାଟ କୋହଲିଙ୍କ ଟିମ୍‌

Odisha Sports Bureau

ଅସୁସ୍ଥ ହେଲେ କ୍ରିକେଟ କିମ୍ବଦନ୍ତି ବ୍ୟାଟସ୍ ମ୍ୟାନ ରିକି ପଣ୍ଟିଂ

Odisha Sports Bureau

ରୋହିତ ଏବଂ ବିରାଟଙ୍କ ଶତକର ଭିଡିଓ ସେୟାର କଲା BCCI, ପ୍ରଶଂସକମାନେ ସବୁଠାରୁ ଧନୀ ବୋର୍ଡକୁ ତାଚ୍ଛଲ୍ୟ କଲେ

Odisha Sports Bureau