Cricket

BCCI ଓ୍ଵାନଡେ ଟିମରେ ସାମିଲ ହେଲେ ରିଙ୍କୁ ସିଂ

ଚଳିତ ଆଇପିଏଲରେ ଖୁବ ରେମାଞ୍ଚକ ଥିଲା । ସେହି ମଧ୍ୟରୁ ରିଙ୍କୁ ସିଂ ତାଙ୍କ ଖେଳକୁ ନେଇ ଚର୍ଚ୍ଚରେ ଥିଲେ । ଆଇପିଏଲରେ ରିଙ୍କୁ ସିଂ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଖେଳିଥିବ ମ୍ୟାଚରେ ଶେଷ ଓଭରରେ ୫ଟି ବଲରେ ୫ଟି ଛକାମାରି ଇତିହାସ ରଚିଥିଲେ । ତାଙ୍କର ଏପରି ଖେଳ ପାଇଁ ସେ ରାତାରାତି ଷ୍ଟାର ହୋଇଥିଲେ । ବର୍ତ୍ତମାନ ବିସିଆଇ ଦ୍ୱାରା ୱାନଡେ ଟିମରେ ସାମିଲ କାଯାଇଛି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ରିଙ୍କୁଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ଦିଆଯାଇ ନାହିଁ। ଏନେଇ ଫ୍ୟାନ୍ସମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବର୍ତ୍ତମାନ ରିଙ୍କୁ ସିଂ ଖୁବ୍ ଶୀଘ୍ର ବ୍ୟାଟ୍ ସହିତ ପଡ଼ିଆରେ ଧମାଲ କରୁଥିବା ନଜର ଆସିବେ। ବିସିସିଆଇ ରିଙ୍କୁ ସିଂଙ୍କୁ ଏକ ବଡ ପୁରସ୍କାର ଦେଇଛି। ଘରୋଇ ଓ୍ଵାନଡେ ଟୁର୍ନାମେଣ୍ଟ ଦେଓଧର ଟ୍ରଫି –୨୦୨୩ ପାଇଁ ତାଙ୍କୁ ସେଣ୍ଟ୍ରାଲ ଜୋନ୍ ଟିମ୍ରେ ସ୍ଥାନ ଦିଆଯାଇଛି ।ଏହି ଦଳକୁ ଅଧିନାୟକ ଷ୍ଟାର ବ୍ୟାଟ୍ସମ୍ୟାନ୍ ଭେଙ୍କଟେଶ ଅୟର୍ ପରିଚାଳନା କରିବେ। ୧୮ ଅଗଷ୍ଟରୁ ଆୟର୍ଲାଣ୍ଡ ବିପକ୍ଷରେ ହେବାକୁ ଥିବା ଆଗାମୀ ଟି –୨୦ ସିରିଜ୍ ପାଇଁ ରିଙ୍କୁ ସିଂ ଙ୍କୁ ସୁଯୋଗ ମିଳିପାରେ ।

Related posts

ସଚିନଙ୍କ ରେକର୍ଡ ବ୍ରେକ କରିବେ କି ଗିଲ

Odisha Sports Bureau

ଆଉ ନଜର ଆସିବେନେ ସାଉଥ ଆଫ୍ରିକାର ଅମ୍ପାୟାର ମରାଇସ୍ ଇରାସ୍ମସ୍

Odisha Sports Bureau

ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନ ଦଳରେ ଅଶାନ୍ତି ଆରମ୍ଭ; ବୋଲିଂ କୋଚ୍ ମର୍ନେ ମର୍କେଲ ଇସ୍ତଫା ଦେଇଛନ୍ତି

Odisha Sports Bureau