Cricket

ଆଇପିଏଲରେ ନିଜ କମାଲ ଦେଖାଉଛନ୍ତି ରିଙ୍କୁ ସିଂ

ଉତ୍ତରପ୍ରଦେଶ: କ୍ରିକେଟର ରିଙ୍କୁ ସିଂ । ଉତ୍ତରପ୍ରଦେଶ ଅଲିଗଡର ଗୋଟିଏ ଗରିବ ପରିବାରରରୁ ଆସିଥବା ଏହି ଯୁବକ ଏବେ ଆଇପିଏଲରେ ଦେଖଅଉଛନ୍ତି ନିଜର କମାଲ । ଅନେକ ଘାତ ପ୍ରତିଘାତ ପରେ କ୍ରିକେଟର ହୋଇଛନ୍ତି ରିଙ୍କୁ । ସେ ଏଥର ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ କରୁଛନ୍ତି ଚମକପ୍ରଦ ପ୍ରଦର୍ଶନ ।

ଘରେ ଘରେ ଗ୍ୟାସ ସିଲିଣ୍ଡର ଦେବା କାର୍ଯ୍ୟ କରନ୍ତି ରିଙ୍କୁଙ୍କ ବାପା । ଏହି କ୍ରିକେଟରଙ୍କର୫ ଭାଇ ଭାଉଣୀ ଆଛନ୍ତି । ଗରିବ ପରିବାରରେ ଜନ୍ମ ନେଇଥିବାରୁ ତାଙ୍କ ବାପାଚାହୁଁଥିଲେ ରିଙ୍କୁ ପାଠ ପଢି ଭଲ ଚାକିରି କରିବା ପାଇଁ । ହେଲେ ରିଙ୍କୁ ସ୍କୁଲ ଯିବା ବାହାନାରେ ଚାଲି ଯାଉଥିଲେ ଖେଳିବାକୁ । ଖେଳ ପ୍ରତି ରିଙ୍କୁଙ୍କର ରହିଥିଲା ଅନେକ ଦୁର୍ବଳତା ହେଲେ ଆର୍ଥିକ ପରିସ୍ଥିତି ହେତୁ ତାଙ୍କ ବାପା କ୍ରିକେଟ ସାମଗ୍ରୀ ଯୋଗାଇ ପାରୁ ନଥିଲେ । ହେଲେ ରିଙ୍କୁଙ୍କ ଜଣେ ସାଙ୍ଗ ତାଙ୍କୁ ସବୁ କିଟ୍ ଯୋଗାଇ ଦେଉଥିଲେ । ଜୀବନରେ ଏପରି ସମୟ ଆସିଥିଲେ ଯେ, ପରିବାର ଚଳାଇବା ପାଇଁ କିଛି ଦିନ ସଫେଇ କର୍ମଚାରୀ ଭାବେ କାମ କରିଥିଲେ ରିଙ୍କୁ ।

ଏବେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପ୍ରଦର୍ଶନ ପରେ ଚର୍ଚ୍ଚାକୁ ଆସିଛନ୍ତି ରିଙ୍କୁ ସିଂ । ୨୩ ବଲରେ ୪୨ ରନର ଇନିଂସ ଖେଳିଥିଲେ । ୭ ୱିକେଟରେ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ ହେବା ସହ ରିଙ୍କୁ ହୋଇଥିଲେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ । ରିଙ୍କୁଙ୍କ ଏହି ସଫଳତା ତାଙ୍କୁ ବଡ ଷ୍ଟାର ବନାଇ ଦେଇଛି । ଆଉ ସେ ପ୍ରମାଣ କରି ଦେଇଛନ୍ତି ଯେ ଅକ୍ଳାନ୍ତ ପରିଶ୍ରମ କଲେ କିଛି ବି କରି ହେବ ।

Related posts

ମଇଦାନରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଞ୍ଜାବ

Odisha Sports Bureau

ମଇଦାନକୁ ଓହ୍ଳାଇଲା ଆଫଗାନିସ୍ତାନ

Odisha Sports Bureau

ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂର ଦିବାନା ଡି ଭିଲିୟର୍ସ

Odisha Sports Bureau

Leave a Comment