Football

‘ଫିଫା’ ବିଶ୍ବକପ୍ ଫୁଟବଲ୍ ମ୍ୟାଚରେ ବେଲଜିୟମ୍ ହାରିଯିବାରୁ ଦଙ୍ଗାଗୋଳ

ବ୍ରସେଲ୍ଜ୍: କାତାରରେ ହେଉଥିବା ମୋରୋକୋଠାରୁ ‘ଫିଫା’ ବିଶ୍ବକପ୍ ଫୁଟବଲ୍ ମ୍ୟାଚରେ ବେଲଜିୟମ୍ ହାରିଯିବାରୁ ରାଜଧାନୀ ବ୍ରସେଲଜରେ ଗଣ୍ଡୋଗୋଳ କରି ଗୋଟାଏ କାର୍ ଓ କେତୋଟି ଇଲେକ୍ଟ୍ରିକ୍ କାର୍ ପୋଡ଼ି ପକାଇବାରୁ ରବିବାର ଦିନ ବେଲଜିୟମ୍ ପୁଲିସ ଜଣଙ୍କୁ ଗିରଫ କରିବା ସହିତ ୧୨ଜଣଙ୍କୁ ଅଟକ ରଖିଛି । ଏହାଛଡ଼ା, ସେମାନେ କେତେକ କାର୍ ଉପରକୁ ଟେକାପଥର ଫିଙ୍ଗିଛନ୍ତି ଓ ଅନ୍ୟାନ୍ୟ ଯାନବାହନ ଓଲଟାଇ ପକାଇଛନ୍ତି । ମୋରୋକୀୟ ଜାତୀୟ ପତାକା ଘୋଡ଼ାଇ ହୋଇ ଡଜନାଧିକ ଫୁଟବଲ ପ୍ରେମୀ ବ୍ରସେଲଜର କେତେକ ଅଞ୍ଚଳରେ ଦଙ୍ଗାଗୋଳ କରିଥିଲେ। ଫଳରେ ପୁଲିସ ସେମାନଙ୍କ ଉପରକୁ ପାଣିମାଡ଼ କରିବା ସହିତ ଲୁହବୁହା ବାଷ୍ପ ଛାଡ଼ିଥିଲା । ପୁଲିସ ମୁଖପାତ୍ରୀ ଇଲ୍ଜି ଭେନ୍ ଡି କିୟିର୍ କହିଛନ୍ତି, ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ପରିସ୍ଥିତି ଶାନ୍ତ ପଡ଼ିଥିଲା, କିନ୍ତୁ ଦଙ୍ଗା ହୋଇଥିବା ଅଞ୍ଚଳରେ ପାଟ୍ରୋଲିଙ୍ଗ୍ ଅବ୍ୟାହତ ରହିଥିଲା ।

Related posts

ଫିଫା ପୁରୁଷ ଫୁଟବଲ ମାନ୍ୟତା ଶୀର୍ଷରେ ଆର୍ଜେଣ୍ଟିନା

Odisha Sports Bureau

କିଟ ଓ କିସ୍ ରେ ଆରମ୍ଭ ହୋଇଛି ପ୍ରଥମ ଜନ ଜାତୀୟ ଖେଳ ମହୋତ୍ସବ

Odisha Sports Bureau

ପ୍ରଖ୍ୟାତ ଫୁଟବଲର ପିକେ ବାନାର୍ଜୀଙ୍କ ପରଲୋକ

Odisha Sports Bureau