ଗତ ଡିସେମ୍ବରରେ କାର୍ ଦୁର୍ଘଟଣାରେ ଆହତ ହୋଇଥିବା କ୍ରିକେଟର ରିଷଭ ପନ୍ତ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ବିନା ସାହାରାରେ ସିଡି ଚଢିଲେ ପନ୍ତ। ସେ ନିଜେ ଏକ ଭିଡିଓ ସୋସିଅଲ ମିଡିଆରେ ସେୟାର କରିଛନ୍ତି ।
Rishabh Pant has started walking well.
Great news for India. [Pant Instagram] pic.twitter.com/k7ir0bsHbV
— Johns. (@CricCrazyJohns) June 14, 2023
ଭିଡିଓରେ ଦେଖିବାକୁ ମିଳିଛି, ବିନା କୌଣସି ସାହାରାରେ ସିଡି ଚଢୁଛନ୍ତି ରିଷଭ ପନ୍ତ । ସେ ଦୁଇଟି ଅଲଗା ସମୟର ଭିଡିଓ ସେୟାର କରିଛନ୍ତି । ପ୍ରଥମ ଭିଡ଼ିଓରେ ସେ ସିଡି ଚଢିବା ସମୟରେ ଯନ୍ତ୍ରଣା ଅନୁଭବ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ଭିଡିଓରେ ବିନା କୌଣସି ସାହାରାରେ ସହଜରେ ସିଡି ଚଢୁଛନ୍ତି । ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ତାଙ୍କର ପୁନଃଥଇଥାନ ପ୍ରକ୍ରିୟା ଜାରି ରହିଛି।