Cricket

ପ୍ରଭିଡେଣ୍ଟ ଫଣ୍ଡରେ ହେରଫେର ନେଇ ବ୍ୟାଟ୍ସମ୍ୟାନଙ୍କ ବିରୋଧରେ ଅଭିଯୋଗ

ଅଡୁଆରେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ରବିନ ଉତ୍ଥାପ୍ପା । ପ୍ରଭିଡେଣ୍ଟ ଫଣ୍ଡରେ ହେର୍ଫେର୍ କରିଥିବା ନେଇ ଏହି ବ୍ୟାଟସ୍ ମ୍ୟାନ୍ଙ୍କ ବିରୋଧରେ ଅଭିଯୋଗ ରହିଛି। ଉଥାପ୍ପାଙ୍କ ସେଞ୍ଚୁରିଜ୍ ଲାଇଫଷ୍ଟାଇଲ୍ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡ୍ ନାମକ ଏକ କମ୍ପାନୀ ରହିଛି। ଏହି କମ୍ପାନୀ କର୍ମଚାରୀଙ୍କ ବେତନରୁ କଟାଯାଇଥିବା ଟଙ୍କାକୁ ସେମାନଙ୍କ ଚୠ ଆକାଉଣ୍ଟରେ ଜମା କରି ନାହିଁ। ଯେଉଁ କାରଣରୁ ପ୍ରାୟ ୨୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ରହିଛି।ଡିସେମ୍ବର ୨୭ ପର୍ୟ୍ୟନ୍ତ ତାଙ୍କର ପାଖାପାଖି ୨୪ ଲକ୍ଷ ଦେବାକୁ କୁହାଯାଇଛି । ନଚେତ ସେ ଗିରଫ ହୋଇପାରନ୍ତି । ପୂର୍ବତନ ଟିମ୍ ଇଣ୍ଡିଆ ଖେଳାଳିଙ୍କ ନିକଟରୁ ଉଦ୍ଧାର ହେବାକୁ ଥିବା କମ୍ପାନୀ ପ୍ରାୟ ୨୩,୩୬,୬୦୨ ଟଙ୍କା କ୍ଷତିପୂରଣ ଦେବାରେ ବିଫଳ ହୋଇଛି ବୋଲି ଆଞ୍ଚଳିକ ପିଏଫ୍ କମିଶନର ସାଦାକ୍ଷୀ ଗୋପାଳ ରେଡ୍ଡୀ କହିଛନ୍ତି। ଏହି ୱାରେଣ୍ଟ ଜରି୍ରାରେ ପୁଲକେଶୀନଗର ପୁଲିସକୁ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


ପିଏଫ୍ କମିଶନର ଶାଦକ୍ଷରୀ ଗୋପାଳ ରେଡ୍ଡୀ ଡିସେମ୍ବର ୪ ରେ ପୁଲକେଶୀନଗର ପୁଲିସକୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ଉଥାପ୍ପାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଥିଲା। କିନ୍ତୁ ଉଥାପ୍ପା ତାଙ୍କ ବାସସ୍ଥାନ ବଦଳାଇଥିବା ଦର୍ଶାଇ ପୁଲିସ ୱାରେଣ୍ଟକୁ ପିଏଫ କାର୍ୟ୍ୟାଳୟକୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ଏବେ ଅଧିକାରୀମାନେ ତଦନ୍ତ ଆଗକୁ ବଢ଼ାଇବା ପାଇଁ ବର୍ତ୍ତମାନ ଉଥାପ୍ପା କେଉଁଠାରେ ଅଛନ୍ତି ସେ ନେଇ ଅନୁସନ୍ଧାନ ଜାରି ରଖିଛନ୍ତି।ଶ୍ରୀ ଉଥାପ୍ପା ଭାରତ ପାଇଁ ୫୯ ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ଏବଂ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଜଣେ ଲୋକପ୍ରିୟ ଖେଳାଳି ଭାବରେ କାର୍ୟ୍ୟ କରିଛନ୍ତି। ସେ ମୋଟ ୧,୧୮୩ ରନ୍ ସଂଗ୍ରହ କରିଛନ୍ତି ।

Related posts

ପିତାଙ୍କ ମୃତ୍ୟୁ ପରେ ଭାବପ୍ରବଣ ହୋଇ କ୍ରିକେଟ୍ରୁ ବ୍ରେକ୍ ନେଲେ ଇଂଲଣ୍ଡ ଖେଳାଳି କ୍ରିସ ୱକ୍ସ

Odisha Sports Bureau

୯ ଓକ୍ୱିକେଟରେ ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ, ଭାରତର ସବୁ ବ୍ୟାଟର ଫେଲ୍, ଏକାକୀ ଘାଇଳା କଲେ ଲାୟନ

Odisha Sports Bureau

ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau