Cricket

ୱାଙ୍ଖଡ଼େରେ ଆଜି ଉନ୍ମୋଚିତ ହେବ ସଚିନଙ୍କ ପ୍ରତିମୂର୍ତ୍ତି

ବ୍ୟୁରୋ : ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ବୁଧବାର ଭାରତୀୟ କିଂବଦନ୍ତି କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ। ମୁମ୍ବାଇ କ୍ରିକେଟ୍‌ ସଂଘ (ଏମ୍‌ସିଏ) ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ପ୍ରତିମୂର୍ତ୍ତିକୁ ମଙ୍ଗଳବାର ଶେଷ ସ୍ପର୍ଶ ଦିଆଯାଇଛି। ୱାଙ୍ଖ୍‌ଡ଼େ ପରିସରରେ ଥିବା ସଚିନ ତେନ୍ଦୁଲକର ଷ୍ଟାଣ୍ଡ ପାଖରେ ଏହି ପ୍ରତିମୂର୍ତ୍ତି ଅବସ୍ଥାପିତ ହେବ। ସଚିନଙ୍କ ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ‌ଫଡନଭିସ୍‌ ଅତିଥି ଭାବେ ଯୋଗ‌ଦେଇ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ବୋଲି ଜଣାପଡ଼ିଛି।

ସଚିନ ଚଳିତ ବର୍ଷ ଏପ୍ରିଲ୍‌ରେ ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଥିଲେ। ତେଣୁ ତାଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଏମ୍‌ସିଏ ପକ୍ଷରୁ ଘୋଷଣା କରାଯାଇଥିଲା। ବିଶ୍ବ କ୍ରିକେଟ୍‌ରେ ଅନେକ କୀର୍ତ୍ତିମାନ ବହନ କରୁଥିବା ସଚିନ ଏହି ଷ୍ଟାଡିୟମ୍‌ରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ୨୦୧୧ ବିଶ୍ବକପ୍‌ ବିଜେତା ହେବା ପରେ ସଚିନଙ୍କୁ ସମସ୍ତ ଭାରତୀୟ ଖେଳାଳି କାନ୍ଧରେ ଟେକିନେଇ ୱାଙ୍ଖ୍ଡ଼େ ପଡ଼ିଆରେ ବୁଲାଇଥିଲେ। ୧୫୯୨୧ ଟେଷ୍ଟ ରନ୍‌ ସହିତ ୧୮୪୨୬ ଆନ୍ତର୍ଜାତିକ ଦିନିକିଆ ରନ୍‌ କରିଥିବା ସଚିନ ଏବେ ବିଶ୍ବ କ୍ରିକେଟ୍‌ର ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ କାର୍ଯ୍ୟ କରୁଛନ୍ତି।

Related posts

ଅଣ୍ଡର ୧୯ ଏସିଆ କପରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ

Odisha Sports Bureau

ସେମିଫାଇନାଲ ସହ ସମାନ ଶ୍ରୀଲଙ୍କା-ପାକ୍ ମ୍ୟାଚ

Odisha Sports Bureau

ଆଇସିସିର ବ୍ୟାନ ପରେ ଆଇପିଏଲକୁ ଫେରିବେ ୱାନିନ୍ଦୁ ହସରଙ୍ଗା

Odisha Sports Bureau