Cricket

ମୋ ଜୀବନର ଅତ୍ୟନ୍ତ ଭୟାନକ ସମୟ ଥିଲା; ରିକି ପଣ୍ଟିଂ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଗତ ଶୁକ୍ରବାର ହଠାତ ଅସ୍ୁସ୍ଥ ହୋଇପଡିଥିଲେ । ଅସୁସ୍ଥତା କାରଣରୁ ସେ କମେଣ୍ଟ୍ରି କରୁଥିବା ସମୟରେ ହିଁ ତଳେ ପଡିଯାଇଥିଲେ । । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ପୁଣି ଥରେ ସେ କମେଣ୍ଟ୍ରି କରୁଥିବାର ନଜର ଆସିଥିଲେ ।

ସୂଚନାମୁତାବକ, ୨୪ ଘଣ୍ଟା ପରେ କମେଣ୍ଟ୍ରି ବକ୍ସକୁ ଫେରିଛନ୍ତି ରିକି ପଣ୍ଟିଂ । କମେଣ୍ଟିକୁ ଫେରିବା ପରେ ସେ ତାଙ୍କ ଯନ୍ତ୍ରଣା ବିଷୟରେ କହିଛନ୍ତି । ସେ କହିଥିଲେ ଯେ, ତାଙ୍କୁ ପ୍ରଥମେ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ହେଲେ ସେଥି ପ୍ରତି ଧ୍ୟାନ ନଦେଇ ସେ କମେଣ୍ଟି କରିବାକୁ ଲାଗିଲେ । ଯାହା ଦ୍ୱାରା ତାଙ୍କର ଯନ୍ତ୍ରଣା ଧୀରେ ଧୀରେ ବଢିବାକୁ ଲାଗିଲା । ରିକି ପଣ୍ଟିଂଙ୍କ କହିବା ମୁତାବକ, ତାଙ୍କ ଜୀବନରେ ସେହି ସମୟଟା ଅତ୍ୟନ୍ତ ଭୟାନକ ଥିଲା ଏବଂ ସେହି ସମୟରେ ତାଙ୍କୁ ସବୁଠୁ ଅଧିକ କଷ୍ଟ ହୋଇଥିଲା । ଶେଷରେ ତାଙ୍କ ପାଖରେ ବସିଥିବା ସାଥୀ କମେଣ୍ଟରଙ୍କୁ ଏ ବିଷୟରେ ଜଣାଇଥିଲେ । ସାଥୀ କମେଣ୍ଟର ଓ ଷ୍ଟାଡିୟମରେ ଥିବା ଅଧିକାରୀମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ୧୦ରୁ ୧୫ ମିନିଟ୍ ଧରି ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ରିକି । ଡାକ୍ତର ଓ ନର୍ସଙ୍କ ପରିଶ୍ରମ ଲାଗି ସେ ସୁସ୍ଥ ହୋଇପାରିଛନ୍ତି । ପୁରା ସୁସ୍ଥ ହେବା ପରେ ସେ ଆଜି ପଡିଆକୁ ଆସିଛନ୍ତି  ବୋଲି ରିକି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପର୍ଥରେ ଟେଷ୍ଟ ମ୍ୟାଚ୍ ଚାଲିଥିଲା । ପଣ୍ଟିଂ ଏଥିରେ କମେଣ୍ଟ୍ରି ଦେଉଥିଲେ। ହେଲେ ଛାତିରେ ସମସ୍ୟା ଯୋଗୁ ବିପଦର ଆଶଙ୍କା କରି ତାଙ୍କୁ ତୁରନ୍ତ ଡାକ୍ତରଖାନା ଭର୍ତ୍ତି କରାଯାଇଛି। ତେବେ ପଣ୍ଟିଂ ସୁସ୍ଥ ଅଛନ୍ତି ବୋଲି ତାଙ୍କ ସାଙ୍ଗ କହୁଥିବା ବେଳେ ପରିବାର ପକ୍ଷରୁ କିନ୍ତୁ କୌଣସି ସୂଚନା ମିଳିପାରି ନାହିଁ।

Related posts

ଆଫଗାନିସ୍ତାନକୁ ପରାସ୍ତ କରି ସେମିଫାଇନାଲ ଲକ୍ଷରେ ଅଷ୍ଟ୍ରେଲିଆ

Odisha Sports Bureau

ପୂର୍ବତନ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍ ବାସିଲ ବାଉଚରଙ୍କ ପରଲୋକ

Odisha Sports Bureau

ଏସୀୟ କ୍ରୀଡ଼ାର ପ୍ରଥମ ଦୁଇ ମ୍ୟାଚ୍ରୁ ବାଦ ପଡିବେ ହର୍ମନପ୍ରୀତ୍

Odisha Sports Bureau

Leave a Comment