Cricket

ଡବ୍ଳୁସିଏଲରେ ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ରଦ୍ଦ

ନୂଆଦିଲ୍ଲୀ; ବନ୍ଦ ହେଲା ଭାରତ-ପାକିସ୍ତାନ ମ୍ୟାଚ୍ । ଡବ୍ଳୁସିଏଲରେ ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ରଦ୍ଦ ହୋଇଛି । ବିଧିବଦ୍ଧ ଭାବେ ଡବ୍ଳୁସିଏଲ୍ ଏନେଇ ସୋସିଆଲ ମିଡିଆରେ ଘୋଷଣା କରିଛି । ଇଂଲଣ୍ଡର ବର୍ମିଂହାମଠାରେ ହେବାକୁ ଥିବା ହାଇଟ- ଭୋଲଟେଜ୍ ଭାରତ-ପାକିସ୍ତାନ ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡ ମ୍ୟାଚକୁ ବାତିଲ କରାଯାଇଛି । କାରଣ କିଛି ଭାରତୀୟ ଖେଳାଳି ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିଦେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାମୁତାବକ, କିଛି ମାସ ତଳେ ପହଲଗାମ୍ ରେ ଆତଙ୍କୀ ହାମଲା ହୋଇଥିଲା । ଯେଉଁଥିରେ ଭାରତୀୟ ମୃତ୍ୟୁବରଣ କରିଥିଲେ । ସାରାଦେଶ ପୁରା ସ୍ତବ୍ଧ ହୋଇଯାଇଥିଲା । ଏଥିପାଇଁ କିଛି ଭାରତୀୟ ଖେଳାଳି ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିଦେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ଇଣ୍ଡିଆ ଲିଜେଣ୍ଡସ୍ ଟିମ୍ ବିଶ୍ୱ ଚାମ୍ପିଅନସିପ୍ ଅଫ ଲିଜେଣ୍ଡସ୍ ଡବ୍ଳୁସିଏଲରେ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଓହରିଯାଇଛି । ସେପଟେ ହରଭଜନ ସିଂ, ଇରଫାନ୍ ୟୁସୁଫ୍ ,ଧୱନ ପ୍ରମୁଖ ପହଲଗାମ୍ ଆକ୍ରମଣର ପ୍ରତିବାଦ ସ୍ୱରୂପ ମ୍ୟାଚ୍ ଖେଳିବାକୁ ମନା କରିଛନ୍ତି । ପହଲଗାମ୍ ଆକ୍ରମଣର ପ୍ରତିବାଦର ସ୍ୱରୂପ ମ୍ୟାଚ୍ ଖେଳିବାକୁ ମନା କରିଛନ୍ତି । ଡବ୍ଳୁସିଏଲରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ କୁ ନେଇ ଉତ୍ସାହ ଥିଲା ।

Related posts

ଆଣ୍ଠୁ ଜନିତ ସମସ୍ୟା ପାଇଁ ସ୍ପୋର୍ଟ୍ସ ଅର୍ଥୋପେଡିକ୍ସଙ୍କ ପରାମର୍ଶ ନେବେ ଧୋନି

Odisha Sports Bureau

କ୍ୟାନସରାରେ ପିଡିତ ଥିଲେ ଦେଡରାଣୀ ଦୂତି ଚାନ୍ଦ

Odisha Sports Bureau

ସନରାଇଜର୍ସ ହାଇଦ୍ରାବାଦ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ କଡା ଟକ୍କର