Uncategorized

ମାଞ୍ଚେଷ୍ଟର ଟେଷ୍ଟରେ ୧୯ବର୍ଷର ଇତିହାସ ରଚିପାରନ୍ତି ଗିଲ୍

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଟେଷ୍ଟ ଟିମ୍‌ ରେ କ୍ୟାପଟେନ ଶୁଭମନ ଗିଲ ଖୁବ୍ ପରିଶ୍ରମ କରିଛନ୍ତି । ଏଥିରେ ସେ ଶତକ ମଧ୍ୟ ହାସଲ କରିଥିଲେ । ଏହି ଦୁଇ ଟିମ୍ ମଧ୍ୟରେ ଚତୁର୍ଥ ଟେଷ୍ଟ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ । ଶୁଭମନ ଗିଲ ଏହି ଟେଷ୍ଟ ମ୍ୟାଚ୍ ରେ ୧୯ବର୍ଷର ପୁରୁଣା ରେକର୍ଡ ଭାଙ୍ଗିପାରନ୍ତି । ୧୯ ବର୍ଷ ପୂର୍ବେ ପାକିସ୍ତାନର ମହମ୍ମଦ ୟୁସୁକ ଏହି ରେକର୍ଡ କରିଥିଲେ । ଏହି ରେକର୍ଡ ଭାଙ୍ଗିବା ପାଇଁ ଶୁଭମନ୍ ଙ୍କୁ ୨୫ ରନ୍ର ଆବଶ୍ୟକତା ରହିଛି ।


ସୂଚନା ଯୋଗ୍ୟ ଯେ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଶୁଭମନ ଗିଲ୍ ଏଯାବତ୍ ତିନୋଟି ମ୍ୟାଚ୍‌ରେ ୧୦୧.୧୭ ହାରରେ ୬୦୭ ରନ୍ କରିଛନ୍ତି । ଗିଲ୍ ଗୋଟିଏ ଦ୍ୱିଶତକ ଏବଂ ଦୁଇଟି ଶତକ ମାରିଛନ୍ତି । ଖାଲି ସେତିକି ନୁହେଁ, ସେ ଏହି ସିରିଜ୍‌ରେ ସର୍ବାଧିକ ରନ୍ ସ୍କୋର ହାସଲ କରିଛନ୍ତି ।


କେବଳ ତିନି ଜଣ ଏସୀୟ ଖେଳାଳି ଅଛନ୍ତି ଯେଉଁମାନେ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ରେ ୬୦୦ ରୁ ଅଧିକ ରନ୍ କରିଛନ୍ତି । ରାହୁଲ ଦ୍ରାବିଡ୍ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି । ଯିଏ ୨୦୦୨ ମସିହାରେ ୪ ମ୍ୟାଚ୍‌ରେ ୬୦୨ ରନ୍ କରିଥିଲେ । ଶୁଭମନ ତାଙ୍କୁ ପଛରେ ପକାଇ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଏହି ତାଲିକାର ଶୀର୍ଷରେ ଅଛନ୍ତି ପାକିସ୍ତାନର ମହମ୍ମଦ ୟୁସୁଫ୍, ଯିଏ ୨୦୦୬ ମସିହାରେ ୪ ମ୍ୟାଚ୍‌ରେ ୯୦.୧୪ ହାରରେ ୬୩୧ ରନ୍ କରିଥିଲେ । ତାଙ୍କର ସର୍ବୋତ୍ତମ ସ୍କୋର ୨୦୨ ରନ୍ ଥିଲା । ଯଦି ଗିଲ୍ ମାଞ୍ଚେଷ୍ଟର ଟେଷ୍ଟରେ ଆଉ ୨୫ ରନ୍ କରନ୍ତି, ତେବେ ସେ ମହମ୍ମଦ ୟୁସୁଫ୍‌ଙ୍କ ରେକର୍ଡ ଭାଙ୍ଗିବେ । ଏହି ରେକର୍ଡ ଭାଙ୍ଗିବା ପରେ, ଶୁଭମନ ଗିଲ ଇଂଲଣ୍ଡରେ ସର୍ବାଧିକ ରନ କରିଥିବା ଏସୀୟ ବ୍ୟାଟର ହେବେ। ଟିମ୍ ଇଣ୍ଡିଆ ପାଇଁ ମାଞ୍ଚେଷ୍ଟର ଟେଷ୍ଟ ଜିତିବା ଗୁରୁତ୍ୱପୂର୍ଣ୍ଣ ଏବଂ ଗିଲ୍ ଏହି ମ୍ୟାଚ୍‌ରେ ଏକ ବଡ଼ ସ୍କୋର ଉପରେ ନଜର ରଖିବେ।

Related posts

କାନସାସରେ ପୁରୁଷ ହାଇଜମ୍ପ ଟାଇଟଲ ଜିତିଲେ ତେଜସ୍ୱିନ ଶଙ୍କର

Odisha Sports Bureau

ମନ୍ କି ବାତରେ ଓଡିଆ ଖେଳାଳିଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

Odisha Sports Bureau

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଭାରତ- ଲେବାନନ ଫାଇନାଲ