Uncategorized

ରାଜନୀତିରେ ପ୍ରବେଶ କରିଛନ୍ତି କୁସ୍ତି ଯୋଦ୍ଧା ବିନେଶ ଫୋଗତ ଏବଂ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ରାଜନୀତିରେ ପ୍ରବେଶ କରିଛନ୍ତି କୁସ୍ତି ଯୋଦ୍ଧା ବିନେଶ ଫୋଗତ ଏବଂ ବଜରଙ୍ଗ ପୁନିଆ । ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଉଭୟ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ଦୁହେଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। କଂଗ୍ରେସରେ ମିଶିବା ପରେ ବିନେଶ କହିଛନ୍ତି ଯେ, ଆଶା ପୂରଣ କରିବାକୁ ଚେଷ୍ଟା ଜାରି ରହିବ। କଂଗ୍ରେସ ଆମ ଲୁହକୁ ବୁଝିଲା। ଖରାପ ସମୟରେ ଜଣାପଡ଼େ ଯେ ନିଜର କିଏ। ଦେଶର ଲୋକଙ୍କ ସେବା କରିବା ପାଇଁ ଏହା ଏକ ସୁଯୋଗ। ନୂଆ ଇନିଂସ ଆରମ୍ଭ କରିବା ମୋ ପାଇଁ ଗର୍ବର ବିଷୟ।

ଅପରପକ୍ଷେ କଂଗ୍ରେସ ଏବଂ ଦେଶକୁ ମଜଭୁତ କରିବେ ବୋଲି କହିଛନ୍ତି ବଜରଙ୍ଗ ପୁନିଆ। ବିଜେପି ଆମ ସହ ଛିଡ଼ା ହେଲାନାହିଁ। କଂଗ୍ରେସକୁ ଆସିବା ପରେ ସମାଲୋଚନା କରାଯାଉଛି ବୋଲି କହିଛନ୍ତି ବଜରଙ୍ଗ ପୁନିଆ।

Related posts

ସେପଟେ ସୁନ୍ଦରଗଡରେ ନାହାନ୍ତି ମହିଳା କୋଚ୍

Odisha Sports Bureau

ବିଶ୍ବ ଜାଭଲିନ୍‌ ଥ୍ରୋ ମାନ୍ୟତାରେ ନଂ ୱାନ୍‌କୁ ଉନ୍ନୀତ ହେଲେ ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା

ନୋଭାକ ଜୋକୋଭିଙ୍କୁ ୨୪ତମ ଗ୍ରାଣ୍ଡସ୍ଲାମ

Odisha Sports Bureau