Uncategorized

ବିଶ୍ବ ଜାଭଲିନ୍‌ ଥ୍ରୋ ମାନ୍ୟତାରେ ନଂ ୱାନ୍‌କୁ ଉନ୍ନୀତ ହେଲେ ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ପ୍ରଥମ ଜାଭେଲିନ ଖେଳାଳି ଭାବେ ପରିଚିତ ହୋଇଛନ୍ତି ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା | ବିଶ୍ବ ମାନ୍ୟତାରେ ନଂ ୧କୁ ଉନ୍ନୀତ ହୋଇଛନ୍ତି ଏହି ଦିଗଜ ଖେଳାଳି । ତେବେ ପ୍ରଥମ ଭାରତୀୟ ଭାବେ ଲୁସାନେ ଡାଇମଣ୍ଡ ଲିଗ୍ ଜିତି ଭାରତକୁ ଗୌରବନ୍ବିତ କରିଥିବା ନିରଜ ଏବେ ପ୍ରଥମ ଭାରତୀୟ ଜାଭେଲିନ ଫିଙ୍ଗାଳି ଭାବେ ବିଶ୍ଵ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଗତବର୍ଷ ଅଗଷ୍ଟ ୩୦ରୁ ଦ୍ବିତୀୟ ସ୍ଥାନରେ ରହି ଆସିଥିଲେ । ୧୪୫୫ ପଏଣ୍ଟ ପାଇ ବିଶ୍ବ ଚାମ୍ପିଅନ୍‌ ଆଣ୍ଡରସନ ପିଟର୍ସଙ୍କୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିଛନ୍ତି।

ନୀରଜ ଚୋପ୍ରା ୨୦୨୧ ଟୋକିଓ ଅଲିମ୍ପିକ୍ସରେ ୮୭.୫୮ ମିଟର ଜାଭେଲିନ ଫିଙ୍ଗି ଭାରତୀୟ କ୍ରୀଡା ଇତିହାସରେ ନିଜର ନାମ ଲିପିବଦ୍ଧ କରିଥିଲେ। ଏହା ପରେ ନୀରଜ ଚୋପ୍ରା ନିଜ ଖେଳରେ ନିରନ୍ତର ଉନ୍ନତି ଘଟାଇ ଚାଲିଛନ୍ତି। ଟୋକିଓ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ଜାକୁବ ଭାଡଲେଜେଚ୍‌ ୮୮.୬୩ ମିଟର ଜାଭେଲିନ ଫିଙ୍ଗି ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ବିଶ୍ଵ ଚାମ୍ପିଅନ ଆଣ୍ଡରସନ ପିଟର୍ସ ଯିଏ ଗତ ବର୍ଷ ଦୋହାରେ ୯୩ ମିଟର ଜାଭେଲିନ ଫିଙ୍ଗିଥିଲେ ସେ ନିଜର ଶ୍ରେଷ୍ଠ ପ୍ରୟାସରେ ୮୫.୮୮ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି କାଂସ୍ୟ ପଦକ ଜିତିଛନ୍ତି।

Related posts

ରୋଇଂ ପ୍ରତିଯୋଗିତାରେ ଭାରତକୁ ମିଳିଛି ଆଉ ଏକ ପଦକ

Odisha Sports Bureau

୨୭ ତାରିଖରୁ ଆରମ୍ଭ ହେବ ଟେବୁଲ ଟେନିସ୍: ମୈଦାନକୁ ଓହ୍ଲାଇବେ ହର୍ମିତ୍ ଦେଶାଇ

ଫେଡେରେସନ୍‌ କପ୍‌ ଦୌଡ଼କୁଦରେ ଶ୍ରାବଣୀ ଓ ଅମିୟଙ୍କୁ ସ୍ବର୍ଣ୍ଣ