Uncategorized

ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ ଏସ-ଏଲ ୩ରେ ସ୍ୱର୍ଣ୍ଣ ଜିତିଛନ୍ତି ନୀତେଶ କୁମାର

ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଲା ଆଉଏକ ପଦକ । ସେ ପୁରୁଷ ସିଙ୍ଗଲ୍ସ ଏସ୍ଏଲ୍୩ ବର୍ଗରେ ବ୍ୟାଡମିଣ୍ଟନରେ ନୀତେଶ କୁମାର ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେ ବିଟ୍ରେନର ଡାନିୟଲ ବେଥେଲଙ୍କୁ ୨୧-୧୪, ୧୮-୨୧, ୨୩-୨୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା କୁହାଯାଉଛି । ତେଣୁ ସେ ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ସ୍ବର୍ଣ୍ଣ ପଦକ ଜିତିଥିବା ଦ୍ୱିତୀୟ ଭାରତୀୟ ଆଥଲେଟ ହୋଇଛନ୍ତି। ମୋଟ ଉପରେ ୨୦୨୪ ପାରାଲିମ୍ପିକ ଗେମ୍ସରେ ଏହା ହେଉଛି ଭାରତର ନବମ ପଦକ। ନୀତେଶ ପ୍ରଥମ ଥର ପାଇଁ ପାରାଲିମ୍ପିକ ଗେମ୍ସରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରଥମ ପ୍ରୟାସରେ ସ୍ବର୍ଣ୍ଣ ପଦକ ହାସଲ କରି ସେ ଇତିହାସ ସୃଷ୍ଟି କରିଛନ୍ତି। ସେ ବର୍ତ୍ତମାନ ପାରାଲିମ୍ପିକ୍ସର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିବା ତୃତୀୟ ଭାରତୀୟ ଆଥଲେଟ ହୋଇପାରିଛନ୍ତି। ତାଙ୍କ ପୂର୍ବରୁ ପ୍ରମୋଦ ଭଗତ ଏବଂ କୃଷ୍ଣ ନାଗର ଟୋକିଓ ପାରାଲିମ୍ପିକ୍ସରେ ପୁରୁଷ ଏକକ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଥିଲେ।
ସୂଚନା ଅନୁଯାୟୀ, ପ୍ୟାରିସ ପାରାଅଲିମ୍ପିକ୍ସରେ ଅବନୀ ଲେଖରା ଏବଂ ମୋନା ଅଗ୍ରଓ୍ୱାଲଙ୍କ ପରେ ପ୍ରୀତି ପାଲ ଭାରତକୁ ପଦକ ଜିତାଇଥିଲେ । ମୋନା ଅଗ୍ରଓ୍ୱାଲ ମହିଳା ୧୦୦ ମିଟର ରେସରେ ପଦକ ଜିତିଥିଲେ । ଭାରତକୁ ଚତୁର୍ଥ ପଦକ ମନୀଷ ନରଓ୍ୱାଲ ୧୦ ମିଟର ଏୟାର ପିସ୍ତଲରେ ରୌପ୍ୟ ଜିତିଥିଲେ । ରୁବନୀ ଫ୍ରାନ୍ସିସ ୫ମ, ପ୍ରୀତି ପାଲ ୬ଷ୍ଠ, ନିଶାଦ କୁମାର ୭ମ ଏବଂ ଯୋଗେଶ କାଥୁନିୟା ୮ମ ପଦକ ଜିତିଛନ୍ତି ।

Related posts

IWF ବିଶ୍ୱ ଯୁବ ଚାମ୍ପିଅନସିପ୍ ୨୦୨୪ରେ ଓଡ଼ିଆ ଝିଅଙ୍କ ଚମକ

୯ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ଧୋନୀଙ୍କୁ ୱିକେଟ୍ କିପିଂ କରିବାକୁ କୁହାଯାଉ

Odisha Sports Bureau