Uncategorized

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଭାରତ- ଲେବାନନ ଫାଇନାଲ

ଭୁବନେଶ୍ୱର: ଗତ ୯ ତାରିଖଠାରୁ କଳିଙ୍ଗ ଷ୍ଟାଡିୟମରେ ଚାଲି ଆସୁଥିବା ଚତୁଃରାଷ୍ଟ୍ରୀୟ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ୍ର ତୃତୀୟ ସଂସ୍କରଣ ଏବେ ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଛି।ରବିବାର ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଭାରତ ଓ ଲେବାନନ ପରସ୍ପରକୁ ଭେଟିବେ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ସାଢେ ୭ଟାରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଫାଇନାଲରେ ମୁହାଁମୁହିଁ ହେବେ ଆୟୋଜକ ଭାରତ ଓ ଲେବାନନ୍ । ଭାରତ ଫାଇନାଲ ପୂର୍ବରୁ ଜୋରଦାର ଅଭ୍ୟାସ କରିଛି । ଲେବାନନକୁ ହରାଇ ଚାମ୍ପିଅନ ହେବାକୁ କରିଛି ସ୍ବତନ୍ତ୍ର ରଣନୀତି । ଇଣ୍ଟରକଣ୍ଟିନେଣ୍ଟାଲ କପରେ ଭାରତ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏରେ ଡ୍ର’ ରହି ଟେବୁଲରେ ଶୀର୍ଷରେ ରହିଛି । ଏହାସହ ପ୍ରତିଯୋଗିତାରେ ଅପରାଜେୟ ରହିଛି ଟିମ୍ ଇଣ୍ଡିଆ । ଅନ୍ୟପଟେ ଗୋଟିଏ ବିଜୟ ଓ ଦୁଇଟି ଡ୍ର’ ସହ ଲେବାନନ୍ ଟେବୁଲରେ ଦ୍ବିତୀୟରେ ରହି ଫାଇନାଲ ଟିକେଟ ହାତେଇଛି । ଫିଫା ମାନ୍ୟତାରେ ଭାରତ ୧୦୧ ଓ ଲେବାନନ ୯୯ତମ ସ୍ଥାନରେ ରହିଛି। ମାନ୍ୟତାର ଉଚ୍ଚ ସ୍ଥାନରେ ରହିଥିବାରୁ ଲେବାନନକୁ ହରାଇବା ପାଇଁ ଭାରତ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ।
ରାଉଣ୍ଡ ରବିନ ପର୍ୟ୍ୟାୟରେ ଭାରତ ୩ ମ୍ୟାଚ୍ ଖେଳି ୨ ବିଜୟ, ୧ ଡ୍ର ସହ ୭ ପଏଣ୍ଟ ପାଇ ତାଲିକା ଶୀର୍ଷରେ ଓ ଲେବାନନ ୩ ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ୨ ଡ୍ର ସହ ୫ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଭାରତ ଓ ଲେବାନନ ଗ୍ରୁପ୍ ମ୍ୟାଚ୍ ଗୋଲ ଶୂନ୍ୟଭାବେ ଅମୀମାଂସିତ ରହିଥିଲା। ଭାରତ ପ୍ରଥମେ ୨-୦ ଗୋଲରେ ମଙ୍ଗୋଲିଆ, ୧-୦ ଗୋଲରେ ଭାନୁଆଟୁକୁ ପରାସ୍ତ କରିଥିଲା। ସେହିପରି ଲେବାନନ ପ୍ରଥମ ମ୍ୟାଚରେ ଭାନୁଆଟୁକୁ ୩-୧ ଗୋଲରେ ପରାସ୍ତ କରିଥିଲା ଓ ପରେ ମଙ୍ଗୋଲିଆ ଓ ଭାରତ ମ୍ୟାଚ୍କୁ ଗୋଲ ଶୂନ୍ୟଭାବେ ଡ୍ର ରଖିଥିଲା।

Related posts

ମନ୍ କି ବାତରେ ଓଡିଆ ଖେଳାଳିଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

Odisha Sports Bureau

ସରସ୍ବତୀ ବିଦ୍ୟା ମନ୍ଦିରରେ ୩୪ତମ ରାଷ୍ଟ୍ରୀୟ ଖେଳକୁଦ ସମାରୋହ ଉଦଯାପିତ

Odisha Sports Bureau

ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ ନିର୍ବାଚନରେ ପିଟି ଉଷା

Odisha Sports Bureau