Cricket

ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍‌କୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ : ୧୪ ଅକ୍ଟୋବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଭାରତ-ପାକିସ୍ତାନ ମ୍ୟାଚ | ଏହି ମ୍ୟାଚକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଖେଳାଯିବାକୁ ଥିବା ମ୍ୟାଚ ପାଇଁ ୧୧ ହଜାର ପୋଲିସ କର୍ମୀ, ବୋମା ନିଷ୍କ୍ରିୟକାରୀ ଟିମ୍‌ ନିୟୋଜିତ ରହିଛନ୍ତି । ଦିନିକିଆ ବିଶ୍ୱକପରେ ଭାରତ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି । ଭାରତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଆଜି ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚ ଖେଳିବ ଭାରତ । ସେହିପରି ଆସନ୍ତା ୧୪ ଅକ୍ଟୋବରରେ ଭାରତ-ପାକିସ୍ତାନ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ହାଇଭୋଲଟେଜ ମ୍ୟାଚକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଏହି ମ୍ୟାଚ ପାଇଁ ଅହମଦାବାଦ ସହରର ସମସ୍ତ ସୁରକ୍ଷା ଏଜେନ୍ସୀର ୧୧ ହଜାରରୁ ଅଧିକ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି । ଏନଏସଜି, ରାପିଡ ଆକ୍ସନ ଫୋର୍ସ, ହୋମ ଗାର୍ଡ ଏବଂ ଗୁଜରାଟ ପୋଲିସ ସାମିଲ ରହିଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧ ଲକ୍ଷରୁ ଅଧିକ ଦର୍ଶକ ଉପସ୍ଥିତ ରହିବେ । ଏହି ଷ୍ଟାଡିୟମର କ୍ଷମତା ୧.୩୦ ଲକ୍ଷରୁ ଅଧିକ । ଏହି ହାଇ ଭୋଲଟେଜ ମ୍ୟାଚ ପାଇଁ ସବୁ ଟିକେଟ ବିକ୍ରି ସରିଛି । ଏଥିପାଇଁ ଅହମଦାବାଦର ପୋଲିସ କମିଶନର ଜ୍ଞାନେନ୍ଦ୍ର ସିଂ ମଲିକଙ୍କ ମୁତାବକ, ମ୍ୟାଚ ପାଇଁ ୭ ହଜାରରୁ ଅଧିକ ପୋଲିସ କର୍ମୀ ଏବଂ ୪ ହଜାର ହୋମଗାର୍ଡ ଯବାନ ନିୟୋଜିତ ରହିଛନ୍ତି । ଏନଏସଜିର ୩ଟିମ୍‌ ଏବଂ ଆଣ୍ଟି ଡ୍ରୋନ ଟିମ ରହିଛି । ବୋମା ନିଷ୍କ୍ରିୟକାରୀ ସ୍କ୍ଵାର୍ଡ ସହିତ ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍‌ ନିୟୋଜିତ ରହିଛି । ଭାରତ-ପାକିସ୍ତାନ ମ୍ୟାଚ ନେଇ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଗୃହ ରାଜ୍ୟ ମନ୍ତ୍ରୀ ହର୍ଷ ସଂଘବୀଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଥିଲା ।

Related posts

ମାହିଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ

Odisha Sports Bureau

ଦିନିକିଆ ହାରିବାର କାରଣ କହିଲେ କୋହଲି

Odisha Sports Bureau

ଏସିଆ କପ ମ୍ୟାଚ୍ ଦେଖିବାକୁ ବିସିସିଆଇ ସଚିବଙ୍କୁ ନିମନ୍ତ୍ରଣ କଲା ପାକିସ୍ତାନ

Odisha Sports Bureau