Cricket

ଏସିଆ କପରେ ପୁଣି ବିବାହ କରିବେ ଶାହିନ ଆଫ୍ରିଦ

ଏସିଆ କପରେ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ପାକିସ୍ତାନର ଦୃତତମ ବୋଲର ଶାହିନ ଆଫ୍ରିଦି । ଶାହିନ ପାକିସ୍ତାନର ପୂର୍ବତନ କ୍ରିକେଟ ଦଳର ଅଧିନାୟକ ସହିଦ ଆଫ୍ରିଦିଙ୍କ ଝିଅ ଅନଶାଙ୍କୁ ବିବାହ କରିଛନ୍ତି। ଏବେ ସେ ପୁଣି ଥରେ ଅନଶାଙ୍କୁ ବିବାହ କରିବେ। ରିପୋର୍ଟରେ କୁହାଯାଇଛି କି ଆଫ୍ରିଦିଙ୍କ ଏସିଆ କପ୍ ଫାଇନାଲ ଦୁଇ ଦିନ ପରେ ଶାହିନ୍ ସେପ୍ଟେମ୍ବର ୧୯ରେ ପୁଣି ବିବାହ କରିବେ ।

ପ୍ରକୃତ କଥା ହେଉଛି ଶାହିନ୍ ଆଫ୍ରିଦିଙ୍କ ପ୍ରଥମ ବିବାହରେ କେବଳ ନିକଟ ସମ୍ପର୍କୀୟ ଏବଂ ବନ୍ଧୁମାନେ ଯୋଗ ଦେଇଥିଲେ। ତେବେ ଏହି ବିବାହରେ ପାକିସ୍ତାନ ଦଳର ଅଧିନାୟକ ବାବର ଆଜମ ଏବଂ ଉପ-ଅଧିନାୟକ ଶାଦବ ଖାନଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ଶାହିନ୍ ଏବଂ ଅନଶା ନିଜ ବିବାହକୁ ସଠିକ୍ ଭାବରେ ପାଳନ କରିବାକୁ ଚାହୁଁଛନ୍ତି। ରିପୋର୍ଟ ଅନୁଯାୟୀ ତେବେ ସେପ୍ଟେମ୍ବର ୧୯ରେ ଶାହିନ୍‌ ବରଯାତ୍ରୀ ଶୋଭାଯାତ୍ରା ହେବ ଏବଂ ସେପ୍ଟେମ୍ବର ୨୧ରେ ରିସେପ୍ସନ୍ ଅନୁଷ୍ଠିତ ହେବ । ପାକ୍‌ ଟିମ୍‌ର ସମସ୍ତ ଖେଳାଳୀଙ୍କୁ କରାଯାଇଛି ନିମନ୍ତ୍ରଣ। ଏହାପୂର୍ବରୁ ଶାହିନ୍ ଏବଂ ଅନଶା ଚଳିତ ବର୍ଷ ଫେବୃଆରୀରେ ବିବାହ କରିଥିଲେ।

Related posts

ଚମତ୍କାର ବିଜୟ ପରେ ମଧ୍ୟ ଆଇସିସି ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିପାରିନି ଟିମ୍ ଇଣ୍ଡିଆ

Odisha Sports Bureau

ଧୋନୀ ବିରାଟଙ୍କ ନେତୃତ୍ୱକୁ ନେଇ ପୁଣି ଚର୍ଚ୍ଚା

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ୍: ପ୍ରଥମ ଇନିଂସରେ ଭାରତ ୧୮୦ ରନରେ ସୀମିତ

Odisha Sports Bureau