Cricket

ଭାରତୀୟ ଟିମର ଅଭ୍ୟାସ ସେଶନରେ ଯୋଗ ଦେଲେ ସାମୀ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଟିମର ଅଭ୍ୟାସ ସେଶନ ଆରମ୍ଭ ହୋଇଛି । ଆଘାତରୁ ମୁକୁଳିଥିବା ମହମ୍ମଦ ସାମୀ ୧୪ ମାସ ପରେ ଟିମ ଇଣ୍ଡିଆ ସହିତ ଜଡିତ ହୋଇଛନ୍ତି । ସାମୀ ବାମ ଗୋଡରେ ବ୍ୟାଣ୍ଡେଜ ବାନ୍ଧି ଅଭ୍ୟାସ କରିଥିଲେ । ବୋଲିଂ କୋଚ ମୋର୍ଣ୍ଣେ ମୋର୍କେଲ ଦୀର୍ଘ ସମୟ ସାମୀଙ୍କ ସହିତ କାଟିଥିଲେ । ପ୍ରାୟ ୧ ଘଣ୍ଟା ଧରି ବୋଲିଂ ଅଭ୍ୟାସ କରିବା ପରେ ସେ ଫିଲ୍ଡିଂ ମଧ୍ୟ କରିଥିଲେ । ଅଭିଷେକ ଶର୍ମା ଓ ତିଳକ ବର୍ମାଙ୍କ ପରେ ଯୁବ ବ୍ୟାଟ୍ସମ୍ୟାନ ସାମୀଙ୍କ ବୋଲିଂକୁ ଉଚିତ ମୁକାବିଲା ମରିପାରି ନ ଥିଲେ ।
ସାମୀ ଏବେ ଟି ୨୦ ସିରିଜରେ ଖେଳିବେ । ସାମୀ ଏହା ପୂର୍ବରୁ ରଣଜୀ ଟ୍ରଫି, ସୟେଦ ମୁସ୍ତାକ ଅଲି ଟି ୨୦ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଖେଳିଥିଲେ । ଅର୍ଶଦୀପ ସିଂଙ୍କ ବ୍ୟତୀତ ଅନ୍ୟ ସମସ୍ତ କେଳାଳି ଏହି ଅଭ୍ୟାସ ସେଶଦରେ ଯୋଗ ଦେଇଥିଲେ । ଅର୍ଶଦୀପ ଖୁବ ଶୀଘ୍ର ଦଳ ସହିତ ଯୋଗ ଦେବେ । ସୋମବାର ସମ୍ପୂର୍ଣ୍ଣ ଟିମ ଅଭ୍ୟାସ କରିବ ।

Related posts

କ’ଣ ଟିମ୍ ଇଣ୍ଡିଆ ପାଖକୁ ଆସିବ ତୃତୀୟ ବିଶ୍ୱକପ୍? ଉତ୍ତର ଦେଲେ ରୋହିତ ଶର୍ମା

Odisha Sports Bureau

ସତ୍ୟତା ଉପରୁ ପରଦା ଉଠାଇଲେ ଦାଦା

Odisha Sports Bureau

ଭାରତ ଖେଳିବାକୁ ଥିବା ମ୍ୟାଚ ପାଇଁ ଟିକେଟ ଆଜିଠାରୁ ବିକ୍ରି ହେବ

Odisha Sports Bureau