Cricket

ତୃତୀୟ ମ୍ୟାଚରେ ବାଦ ପଡିବେ ଶିବମ ଦୁବେ

ନୂଆଦିଲ୍ଲୀ: ଆସନ୍ତା କାଲି ଭାରତୀୟ ଦଳ ଟି-୨୦ ବିଶ୍ଵକପ୍ ୨୦୨୪ରେ ନିଜର ତୃତୀୟ ମ୍ୟାଚ୍ ଖେଳିବ। ଏହି ମୁକାବିଲା ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ସହ ଆୟୋଜକ ଆମେରିକା ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ଭାରତୀୟ ଦଳରେ ପରିବର୍ତ୍ତନର ସମ୍ଭାବନା ରହିଛି । ଏହା ପଛରେ କୌଣସି ଆଘାତଜନିତ ସମସ୍ୟା ନାହିଁ ବରଂ ଜଣେ ଖେଳାଳିଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ତେଣୁ ତୃତୀୟ ମ୍ୟାଚରେ ଅଲରାଉଣ୍ଡର ଶିବମ ଦୁବେଙ୍କୁ ବାହାରେ ବସିବାକୁ ପଡ଼ିପାରେ। ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋ ସୁ ଗ ମିଳିପାରେ। ଶିବମଶି ଦୁବେ ଟି-୨୦ ବିଶ୍ଵକପର ପ୍ରଥମ ଦୁଇଟି ମ୍ୟାଚ ରେ କୌଣସି ଖାସ୍ ପ୍ରଦର୍ଶନ କରି ପାରି ନାହାନ୍ତି। ଗ୍ରୁ ପର୍ୟ୍ୟାୟର ପ୍ରଥମ ମ୍ୟାଚ୍ରେ ସେ ଦୁଇଟି ବଲ୍ ଖେଳି ଖାତା ଖୋଲି ପାରି ନ ଥିଲେ । କିନ୍ତୁ ସେ ଅପରାଜିତ ଥିଲେ ଏବଂ ଦଳ ମ୍ୟାଚ୍ ଜିତି ଯାଇଥିଲା । ଦ୍ଵିତୀୟ ମ୍ୟାଚ ରେ ସେ ପାକିସ୍ତାନ ବିପକ୍ଷରେ ୯ଟି ବଲ୍ରୁ ମାତ୍ର ୩ ରନ କରି ଆଉଟ୍ ହୋଇ ଥିଲେ । ଏହା ବ୍ୟତୀତ ଅଭ୍ୟାସ୍ ମ୍ୟାଚ୍ରେ ସେ ବାଂଲାଦେଶ ବିପକ୍ଷରେ ୧୬ ବଲ୍ରୁ ୧୪ ରନ କରିଥିଲେ । ହେଲେ ବୋଲିଂ ରେ ଦୁଇଟି ଓ୍ଵିକେଟ୍ ହାତେଇ ଥିଲେ । ଉଲ୍ଲେଖନୀୟ ଯେବେଠୁ ଶିବମ ଦୁବେ ଙ୍କ ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ଚୟନ ହୋଇଛି ତେବେଠୁ ତାଙ୍କ ବ୍ୟାଟ୍ ଶାନ୍ତ ରହିଛି । ଏପ୍ରିଲ ମାସର ଶେଷ ଆଡ଼କୁ ଭାରତୀୟ ଦଳର ବିଶ୍ଵକପ୍ ପାଇଁ ଚୟନ ହୋଇଥିଲା । ଏହା ପରଠୁ ଆଇପିଏଲ୍ ୨୦୨୪ର ପାଞ୍ଚଟି ଇନିଂ ସରୁ ଦୁଇଟିରେ ଖାତା ଖୋଲି ପାରି ନ ଥିଲେ ଦୁବେ। ଅବଶିଷ୍ଟ ତିନୋଟି ମ୍ୟାଚ୍ରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୨୧ ରନ ଥିଲା । ଏହି କାରଣରୁ ତାଙ୍କୁ ବିଶ୍ଵକପ୍ରପ୍ ପରବର୍ତ୍ତୀ ମ୍ୟାଚ୍ରେ ଖେଳାଇବା ନେଇ ପ୍ରଶ୍ନ ଉଠିବାରେ ଲାଗିଛି। କିନ୍ତୁ ଦଳ ପ୍ରବନ୍ଧକଙ୍କ ଦୃଷ୍ଟିରେ ନ୍ୟୁୟର୍କର ପିଚ୍ରେ କୌଣସି ବି ବ୍ୟାଟରଙ୍କୁ ବ୍ୟାଟିଂ କରିବା ସହଜ ନୁହେଁ।ତେଣୁ ତାଙ୍କୁ ଆଉ ଏକ ମ୍ୟାଚ୍ ଖେଳିବା ର ସୁଯୋଗ ମିଳିପାରେ। ଦୁବେଙ୍କୁ ଆଉ ଏକ ମ୍ୟାଚ୍ରେ ସୁଯୋଗ ଦେବା ପଛର ଏହା ମଧ୍ୟ କାରଣ ହୋଇପାରେ ଯେ, ଲିଗ୍ ପର୍ୟ୍ୟା ୟରେ ଭାରତର ଦୁଇଟି ମ୍ୟାଚ୍ ବାକି ଅଛି। ଯଦି ତୃତୀୟ ମ୍ୟାଚ୍ରେ ଶିବମ ଦୁବେ ବିଫଳ ହୁଅନ୍ତି ତେବେ ଚତୁର୍ଥ ମ୍ୟାଚ୍ରେ ସଞ୍ଜୁ ସାମସନଙ୍କୁ ସୁଯୋଗ ଦିଆଯାଇ ପାରିବ।

Related posts

ଭାରତୀୟ ଦଳରେ ପରିବର୍ତ୍ତନର ଆବଶ୍ୟକତା ରହିଛି; ବିରେନ୍ଦ୍ର ସେହୱାଗ୍

Odisha Sports Bureau

ଆଇପିଏଲରେ ପୁଣି ଦମଦାର ଖେଳିଲେ ହାର୍ଦ୍ଦିକ: ପଏଣ୍ଟ ଟେବୁଲର ଟପକୁ ଉଠିଲା ଗୁଜୁରାଟ

Odisha Sports Bureau

ଟ୍ରାଇ ସିରିଜରେ ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନକୁ ୯ୱିକେଟରେ ପରାସ୍ତ କରିଛି

Odisha Sports Bureau