Cricket

ପ୍ରକାଶ ପାଇଲା ଦିନିକିଆ ବ୍ୟାଟିଂ ମାନ୍ୟତା , ଚତୁର୍ଥରେ ଶୁଭମାନ ଗିଲ

ପ୍ରକାଶ ପାଳୟଇଲା ଆଇସିସି ଦିନିକିଆ ବ୍ୟାଟିଂ ତାଲିକା । ଏହି ତାଲିକାରେ ଶୁଭବାନ ଗିଲ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଗର ସପ୍ତାହରେ ସେ ପଞ୍ଚମ ସ୍ଥାନରେ ଥିଲେ । ଅନ୍ୟ ଭାରତୀୟ ଭାବେ ବିରାଟ କୋହଲି ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ବଜାୟ ରଖିଛନ୍ତି । ସେ ନବମ ସ୍ଥାନରେ ରହିଛନ୍ତି । ତେବେ ଏହି ତାଲିକାରେ ଶୀର୍ଷରେ ଅଛନ୍ତି ବାବର ଆଜମ । ସେହିପରି ଦକ୍ଷିଣ ଆଫ୍ରିକାର ରାଶି ଭାନ ଡର ଡୁସେନ ଦ୍ୱିତୀୟ ଓ ପାକିସ୍ତାନର ଇମାମ ଉଲ୍ ହକ୍ ତୃତୀୟ ସ୍ଥାନରେ ରହିଛନ୍ତି । ବୋଲିଂ ମାନ୍ୟତାରେ ଆଫଗାନିସ୍ତାନର ମୁଜିବ ଉର ରେହମାନ ତୃତୀୟକୁ ଉଠିଛନ୍ତି । ଭାରତୀଙ୍କ ମଧ୍ୟରେ ମହମ୍ମଦ ସିରାଜ ପଞ୍ଚମ ଓ କୁଲଦୀପ ଯାଦବ ଦଶମ ସ୍ଥାନରେ ରହିଛନ୍ତି ।

ଭାରତୀୟ-ଆୟର୍ଲାଣ୍ଡ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ଶେଷ ହୋଇଛି । କେବଳ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଦିନିକିଆ ସିରିଜ ଖେଳାଯାଉଛି । ତେଣୁ ମାନ୍ୟତା ତାଲିକାରେ ବିଶେଷ ପରିବର୍ତ୍ତନ ହୋଇନାହିଁ । ୩୦ ତାରିଖରୁ ଏସିଆ କପ୍ ଆରମ୍ଭ ହେବା ସହ ଦିନିକିଆ ମାନ୍ୟତା ତାଲିକାର ଉତ୍ଥାନ ପତନ ଜାରି ରହିବ ।

Related posts

ଟି-୨୦ ପରେ ଟେଷ୍ଟ ସିରିଜ ଉପରେ ଭାରତର କବଜା

Odisha Sports Bureau

ଡିପିରେ ତ୍ରିରଙ୍ଗା ରଖି ବିସିସିଆଇର ହଟିଲା ବ୍ଲୁ ଟିକ୍

Odisha Sports Bureau

ଅଧିନାୟକ ରୋହିତ ଶର୍ମାଙ୍କ ଆଶା, ଏଥର ଭାରତ ହିଁ ଜିତିବ ଦିନିକିଆ ବିଶ୍ୱକପ

Odisha Sports Bureau