Cricket

ନ୍ୟୁଜିଲାଣ୍ଡ ଆଗରେ ୩୫୮ରନର ଟାଗେର୍ଟ ରଖିଛି ଦକ୍ଷିଣ ଆଫ୍ରିକା

ପୁଣେ: ପୁଣେ ର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ କ୍ରିକେଟ ଷ୍ଟାଡିୟମରେ ଆଇସିସି ବିଶ୍ୱକପର ଚାଲିଛି ଏକ ମ୍ୟାଚ । ଯେଉଁ ଥିଲେ ମୁହାମୁହିଁ ଲଢୁଛନ୍ତି ନ୍ୟୁଜିଲାଣ୍ଡ -ଦକ୍ଷିଣ ଆଫ୍ରିକା । ତେବେ ଏହି ମ୍ୟାଚରେ ପ୍ରଥ ଇନିଂସ ଶେଷ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଆଗରେ ୩୫୮ରନର ଟାଗେର୍ଟ ରଖିଛି ଦକ୍ଷିଣ ଆଫ୍ରିକା ।ତେବେ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେଣୁ ବ୍ୟାଟିଂ କରିବାକୁ ପଡିଆକୁ ଆସିଥିଲା ଦକ୍ଷିଣ ଆଫ୍ରିକା ଟିମ୍ । ପ୍ରଥମରୁ ଭଲ ଖେଳ ଆରମ୍ଭ କରିଥିଲେ ବି ଅଧିନାୟକ ତେମ୍ବା ବାଭୁମା ମାତ୍ର ୨୪ ରନ କରି ଆଉଟ ହୋଇଥିଲେ । କିନ୍ତୁ କ୍ବିଣ୍ଟନ ଡିକକ୍ ଓ ରାସି ଭାନ ଡଲ୍ ଦୁସେଁ ଲଢୁଆ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ବୋଲରଙ୍କୁ ହତାସ କରିବା ସହ ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଡିକକ୍ ୧୧୪ରନ କରି ଟିମ ସାଉଥିଙ୍କ ବଲରେ ଆଉଟ ହୋଇଥିଲେ । ତେବେ ଅନ୍ୟପଟେ ଦୁସେଁଙ୍କ ଲଢୁଆ ବ୍ୟାଟିଂ ଜାରି ରହିଥିଲା । ସେ ୧୩୩ ରନ କରି ସାଉଥିଙ୍କ ବଲରେ ବୋଲଡ୍ ହୋଇଥିଲେ । ସେହିପରି ଡେଭିଡ ମିଲର ୫୩ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ବିକେଟ ହରାଇ ୩୫୭ ରନ କରିଥିଲା ।

Related posts

ଦକ୍ଷିଣ ଆଫ୍ରିକା ପାଇଁ ବୋଝ ପାଲଟିଲେ ଅଧିନାୟକ ବଭୁମା;ସମଗ୍ର ଟୁର୍ନାମେଣ୍ଟରେ ହାସଲ କରିପାରିଲେ ନାହିଁ ଅର୍ଦ୍ଧଶତକ

Odisha Sports Bureau

ବୃଦ୍ଧଙ୍କ ଇଚ୍ଛା ପୂରା କରିଲେ ,ହୃଦୟ ଜିତିଲା ମାହି

Odisha Sports Bureau

କନ୍ୟା ସନ୍ତାନର ଜନକ ରୋହିତ ୪ର୍ଥ ଟେଷ୍ଟ ଖେଳିବା ନେଇ ସନ୍ଦେହ

Odisha Sports Bureau