Cricket

ଆଉ ନଜର ଆସିବେନେ ସାଉଥ ଆଫ୍ରିକାର ଅମ୍ପାୟାର ମରାଇସ୍ ଇରାସ୍ମସ୍

ନୂଆଦିଲ୍ଲୀ: ଆଉ ନଜର ଆସିବେନେ ସାଉଥ ଆଫ୍ରିକାର ଅମ୍ପାୟାର ମରାଇସ୍ ଇରାସ୍ମସ୍ । ସେ ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ସିରିଜ ପରେ ଆଉ ତାଙ୍କର ଅମ୍ପାୟାରିଂ ଦେଖିବାକୁ ମିଳିବନି । ତେବେ ୬୦ ବର୍ଷୀୟ ଇରାସ୍ମସ୍ ବର୍ତ୍ତମାନ ସୁର୍ଦ୍ଧା ୮୧ଟି ଟେଷ୍ଟ, ୧୨୪ ଦିନିକିଆ ଏବଂ ୪୩ଟି ଞ-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ରେ ଅମ୍ପାୟାରିଂ କରିସାରିଛନ୍ତି । କେବଳ ସେତିକି ନୁହେଁ ଇରାସ୍ମସ୍ ସବୁ ଫର୍ମାଟକୁ ମିଶାଇ ମୋଟ ୧୩୧ ମ୍ୟାଚ୍ରେ ଟିଭି ଅମ୍ପାୟାର ଭାବେ କାର୍ଯ୍ୟକରିଛନ୍ତି । ଏହା ବାଦ୍ ଇରାସ୍ମସ୍ ୧୮ ମହିଳା ଅନ୍ତରାଷ୍ଟ୍ରୀୟ ଞ-୨୦, ୬୧ ଫାଷ୍ଟ କ୍ଲାସ୍, ୬୬ ଲିଷ୍ଟ-ଏ ଏବଂ ୧୫୦ଟି ଞ-୨୦ ମ୍ୟାଚ୍ରେ ଅମ୍ପାୟାରିଂ କରିସାରିଛନ୍ତି । ଅମ୍ପାୟାରିଂ ପୂର୍ବରୁ ଇରାସ୍ମସ୍ ଘରୋଇ କ୍ରିକେଟରେ ସିମ୍-ବୋଲିଂ ଅଲରାଉଣ୍ଡର ଥିଲେ ।
ଏହା ବାଦ୍ ଇରାସ୍ମସ୍ ୫୩ ଫାଷ୍ଟ କ୍ଲାସ୍ ଏବଂ ୫୪ ଲିଷ୍ଟ-ଏ ମ୍ୟାଚ୍ ଖେଳିଛନ୍ତି । ୨୦୦୬ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଅମ୍ପାୟାରିଂ କରୁଥିବା ଇରାସ୍ମସ୍ ତିନି ଥର ୨୦୧୬, ୨୦୧୭ ଏବଂ ୨୦୨୧ରେ ଆଇସିସି ଅମ୍ପାୟାର ଅଫ୍ ଦି ଇୟର ପୁରସ୍କାର ଜିତିଛନ୍ତି । ନିକଟରେ ଭାଇଜାଗ୍ରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ରେ ଅମ୍ପାୟାରିଂ ଭୁମିକା ତୁଲାଇଛନ୍ତି ଇରାସ୍ମସ୍ ।

Related posts

ପୃଥ୍ୱୀ ଶାଁଙ୍କ ପାଦରେ ଆଘାତ ଲାଗିବା କାରଣରୁ ସିଡନୀରେ ଆରମ୍ଭ ହେବାକୁ ଥିବା ଟେଷ୍ଟରୁ ବାହାର ହୋଇଛନ୍ତି ।

Odisha Sports Bureau

ବିଜୟରୁ ଟି୨୦ ଅଭିଯାନ ଆରମ୍ଭ କଲା ଭାରତୀୟ ମହିଳା ଦଳ

Odisha Sports Bureau

ବିଶ୍ୱକପ ପୂର୍ବରୁ ଅପଗ୍ରେଡ଼ ହେବ ୭ଟି ଷ୍ଟାଡିୟମ, ପ୍ରତି ଷ୍ଟାଡିୟମକୁ ୫୦ କୋଟି ଟଙ୍କା ଦେବ ବିସିସିଆଇ