Cricket

ଆଉ ନଜର ଆସିବେନେ ସାଉଥ ଆଫ୍ରିକାର ଅମ୍ପାୟାର ମରାଇସ୍ ଇରାସ୍ମସ୍

ନୂଆଦିଲ୍ଲୀ: ଆଉ ନଜର ଆସିବେନେ ସାଉଥ ଆଫ୍ରିକାର ଅମ୍ପାୟାର ମରାଇସ୍ ଇରାସ୍ମସ୍ । ସେ ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ସିରିଜ ପରେ ଆଉ ତାଙ୍କର ଅମ୍ପାୟାରିଂ ଦେଖିବାକୁ ମିଳିବନି । ତେବେ ୬୦ ବର୍ଷୀୟ ଇରାସ୍ମସ୍ ବର୍ତ୍ତମାନ ସୁର୍ଦ୍ଧା ୮୧ଟି ଟେଷ୍ଟ, ୧୨୪ ଦିନିକିଆ ଏବଂ ୪୩ଟି ଞ-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ରେ ଅମ୍ପାୟାରିଂ କରିସାରିଛନ୍ତି । କେବଳ ସେତିକି ନୁହେଁ ଇରାସ୍ମସ୍ ସବୁ ଫର୍ମାଟକୁ ମିଶାଇ ମୋଟ ୧୩୧ ମ୍ୟାଚ୍ରେ ଟିଭି ଅମ୍ପାୟାର ଭାବେ କାର୍ଯ୍ୟକରିଛନ୍ତି । ଏହା ବାଦ୍ ଇରାସ୍ମସ୍ ୧୮ ମହିଳା ଅନ୍ତରାଷ୍ଟ୍ରୀୟ ଞ-୨୦, ୬୧ ଫାଷ୍ଟ କ୍ଲାସ୍, ୬୬ ଲିଷ୍ଟ-ଏ ଏବଂ ୧୫୦ଟି ଞ-୨୦ ମ୍ୟାଚ୍ରେ ଅମ୍ପାୟାରିଂ କରିସାରିଛନ୍ତି । ଅମ୍ପାୟାରିଂ ପୂର୍ବରୁ ଇରାସ୍ମସ୍ ଘରୋଇ କ୍ରିକେଟରେ ସିମ୍-ବୋଲିଂ ଅଲରାଉଣ୍ଡର ଥିଲେ ।
ଏହା ବାଦ୍ ଇରାସ୍ମସ୍ ୫୩ ଫାଷ୍ଟ କ୍ଲାସ୍ ଏବଂ ୫୪ ଲିଷ୍ଟ-ଏ ମ୍ୟାଚ୍ ଖେଳିଛନ୍ତି । ୨୦୦୬ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଅମ୍ପାୟାରିଂ କରୁଥିବା ଇରାସ୍ମସ୍ ତିନି ଥର ୨୦୧୬, ୨୦୧୭ ଏବଂ ୨୦୨୧ରେ ଆଇସିସି ଅମ୍ପାୟାର ଅଫ୍ ଦି ଇୟର ପୁରସ୍କାର ଜିତିଛନ୍ତି । ନିକଟରେ ଭାଇଜାଗ୍ରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ରେ ଅମ୍ପାୟାରିଂ ଭୁମିକା ତୁଲାଇଛନ୍ତି ଇରାସ୍ମସ୍ ।

Related posts

ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଅସୁସ୍ଥ, ଭିଡିଓ ଭାଇରାଲ୍

Odisha Sports Bureau

ସାମିଲ ହେଲେ ଷ୍ଟାର ବୋଲର ଆର ଅଶ୍ୱୀନ, ବାଦ ପଡିଲେ ଅକ୍ଷର ପଟେଲ

Odisha Sports Bureau

ଆଜି ଗୁଜରାଟ ଟାଇଟନ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ