Cricket

ଟେଷ୍ଟ ସିରିଜରେ ଦର୍ଶକଙ୍କୁ ମନା

ନୂଆଦିଲ୍ଲୀ: କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ । କିନ୍ତୁ ଏହାରି ଭିତରେ ସାରା ବିଶ୍ୱକୁ ଘାରିଛି ଓମିକ୍ରନର ଭୟ । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ମଧ୍ୟ ଦେଖିବାକୁ ମିଳିଛି । ତେବେ ଓମିକ୍ରନକୁ ଦୃଷ୍ଟିରେ ରଖି ଏକ ବଡ ନିଷ୍ପତ୍ତି ନେଇଛି ସାଉଥ ଆଫ୍ରିକା କ୍ରିକେଟ ବୋର୍ଡ । ମ୍ୟାଚ ପାଇଁ ଟିକେଟ୍ ବିକ୍ରି କରୁନାହିଁ ସାଉଥ ଆଫ୍ରିକା କ୍ରିକେଟ ବୋର୍ଡ । କରୋନା କଟକଣାକୁ ଦୃଷ୍ଟିରେ ରଖି ସେଠାକାର ସରକାର ମାତ୍ର ୨ ହଜାର ଲୋକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ଦେଇଛନ୍ତି । ସେଥିପାଇଁ ମାତ୍ର କିଛି ଲୋକ ହିଁ ମ୍ୟାଚ ଦେଖିପାରିବେ ।
ସିରିଜର ପ୍ରଥମ ଏବଂ ଦ୍ୱିତୀୟ ମ୍ୟାଚ ପାଇଁ କୌଣସି ଟିକେଟ ବୁକିଂ କରାଯାଇ ନାହିଁ । ଷ୍ଟାଡିୟମ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ, ‘ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ପ୍ରଥମ ଟେଷ୍ଟ ପାଇଁ ଟିକେଟ୍ ବୁକିଂ ବର୍ତ୍ତମାନ ସୁଦ୍ଧା କରାଯାଇନାହିଁ। ଦ୍ବିତୀୟ ମ୍ୟାଚ ପାଇଁ ମଧ୍ୟ ଟିକେଟ୍ ବିକ୍ରି ନେଇ କୌଣସି ଘୋଷଣା ହୋଇନାହିଁ । ଆଗାମୀ ଦିନରେ ଏହା ସ୍ପଷ୍ଟ ହୋଇଯିବ ଯେ ଅନ୍ୟ ମ୍ୟାଚ ଗୁଡିକରେ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ମିଳିବ କି ନାହିଁ ।’
ସୂଚନାଯୋଗ୍ୟ, ଗତ କିଛି ଦିନହେଲା ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଭ୍ୟାରିଆଣ୍ଟ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧିପାଇବାରେ ଲାଗିଛି । ଏଥିପାଇଁ ଘରୋଇ ଟୁର୍ଣ୍ଣାମେଣ୍ଟ ଏବଂ ଅନ୍ୟ ଫ୍ରାଞ୍ଚାଇଜ୍ ସିରିଜର ମ୍ୟାଚଗୁଡିକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି । ଏହି ମ୍ୟାଚ ଡିସେମ୍ବର ୧୬ରୁ ୧୯ ଏବଂ ଡିସେମ୍ବର ୧୯ ରୁ ୨୨ ମଧ୍ୟରେ ହେବାର ଥିଲା ।

Related posts

ପର୍ଥ ଟେଷ୍ଟର ଚତୁର୍ଥ ଦିନ ଭାରତ ଆଗରେ ୨୮୭ର ବିଜୟ ଲକ୍ଷ୍ୟ

Odisha Sports Bureau

ବସ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଗାଙ୍ଗୁଲିଙ୍କ ଝିଅ

Odisha Sports Bureau

ଯଶସ୍ୱୀ ଜୟସୱାଲ ଏବଂ ଶେଫାଲି ବର୍ମାଙ୍କୁ NADA ପଠାଇଲା ନୋଟିସ…

Odisha Sports Bureau