Cricket

ଓଡିଆ କ୍ରିକେଟ ଦଳର କୋଚ ହେଲେ ଦୀନେଶ ମୋଙ୍ଗିଆ ଓ ରୁମେଲି ଧର

ଭୁବନେଶ୍ୱର: ଓଡ଼ିଶା କୋଚ ନିଜୁକ୍ତିରେ ସିନିୟର ମହିଳା ଦଳର ମୁଖ୍ୟ ରୁମେଲି ଧରଙ୍କୁ ନିଜୁକ୍ତି ମିଳିଛି ।ସେହିପରି ପୁରୁଷ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳିବେ ଦୀନେଶ ମୋଙ୍ଗିଆ । ଦୁଇ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ପୁରୁଷ ଓ ମହିଳା କୋଚ୍ ଦାୟିତ୍ୱ ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । ଦୁଇ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ପୁରୁଷ ଓ ମହିଳା କୋଚ୍ ଦାୟିତ୍ୱ ଦେଇଛି ।ଦୀନେଶ ମୋଙ୍ଗିଆ୫୭ ଆନ୍ତର୍ଜାତୀୟ ମ୍ୟଚ ଖେଳିଛନ୍ତି ତା ସହ ଗେଟିଏ ଟି-୨୦ ମ୍ୟାଚ ଖେଳିଛନ୍ତି । ସେହପିରି ରୁମେଲି ଭାରତ ପକ୍ଷରୁ ୪ଟି ଟେଷ୍ଟ, ୭୮ଟି ଦିନିକିଆ ଓ ୧୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ୍ ଦୁଇ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ପୁରୁଷ ଓ ମହିଳା କୋଚ୍ ଦାୟିତ୍ୱ ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ ।ବରିଷ୍ଠ ପୁରୁଷ ଚୟନ କମିଟିରେ ସୌରଜିତ ମହାପାତ୍ର ଓ ସୁବିତ ବିଶ୍ୱାଳ ସଦସ୍ୟ ଅଛନ୍ତି । ଜୁନିୟର ପୁରୁଷ ଦଳର ପ୍ରଭଞ୍ଜନ ମଲ୍ଲିକଙ୍କୁ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି ।ସଦସ୍ୟ ଅଛନ୍ତି ନିରଞ୍ଜନ ବେହେରା ଓ ଶୁଭ୍ରଜିତ ସାହୁ । ସେହିପରି ରଶ୍ମିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ମହିଳା ଦଳ ଚୟନ କମିଟି । ଏଥିରେ ସସ୍ମିତା ପଟ୍ଟନାୟକ, ମଧୁସ୍ମିତା ମହାପାତ୍ର, ଗଙ୍ଗୋତ୍ରୀ ବେହେରା ଓ ସୁଧାଂଶୁବାଳ ସାହୁ ସଦସ୍ୟ ହୋଇଛନ୍ତି ।

 

Related posts

ଭାରତର ଶୋଚନୀୟ ପରାସ୍ତ, ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ

କ୍ରିକେଟର ବଶ୍ୱକପରେ ବଦଳିଲା କାର୍ଯ୍ୟସୂଚୀ; ଭାରତ-ପାକସ୍ତାନ ସମେତ ୯ ମ୍ୟାଚ ପରିବର୍ତ୍ତନ

Odisha Sports Bureau

ଆଜି ବିଶ୍ବକପ୍‌ ମୁକାବିଲାରେ ଭାରତ ବନାମ ପାକିସ୍ତାନ

Odisha Sports Bureau

Leave a Comment