Cricket

ଚେନ୍ନାଇରେ ବିଜୟ ଉତ୍ସବ ପାଳିବେ ଶ୍ରୀନିବାସନ୍

ଚେନ୍ନାଇ: ଗୁଜରାଟ ଟାଇଟନ୍ସକୁ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଚମ ଥର ଆଇପିଏଲ୍ ଟ୍ରଫି ଜିତିଛି । ଦଳର ବିଜୟ ପରେ ସିଏସକେ ମାଲିକ ତଥା ଇଣ୍ଡିଆ ସିମେଣ୍ଟ୍ସ ଉପାଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଏନ୍.ଶ୍ରୀନିବାସନ୍ ଧୋନିଙ୍କୁ ଫୋନ୍ରେ ଶୁଭେଚ୍ଛା ଜଣାଇଥିଲେ। ଏହି ଦଳ ଓ ଖେଳାଳିଙ୍କ ପାଇଁ ଆମେ ଗର୍ବିତ ବୋଲି ଶ୍ରୀନିବାସନ କହିଛନ୍ତି। ଏଥିସହିତ ବିଶ୍ରାମ ନେବା ପରେ ସିଏସକେ ଦଳର ଖେଳାଳିଙ୍କ ସହିତ ଚେନ୍ନାଇରେ ବିଜୟ ଉତ୍ସବ କାର୍ୟ୍ୟକ୍ରମରେ ସାମିଲ ହେବାକୁ ଶ୍ରୀନିବାସନ୍ ଧୋନିଙ୍କୁ ନିମନ୍ତ୍ରଣ ଦେଇଥିଲେ। ପ୍ରତ୍ୟେକ ଷ୍ଟାଡିୟମରେ ପ୍ରଶଂସକମାନେ ସିଏସ୍କେ ଓ ଧୋନିଙ୍କୁ ଯେଉଁ ଭଲପାଇବା ଦେଇଛନ୍ତି ତାହାର ଏହା ପରିଣାମ ବୋଲି ଶ୍ରୀନିବାସନ କହିଥିଲେ ।

Related posts

ଆସିଲା ଆଇପିଏଲ ସୂଚୀ : ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ଆଇପିଏଲ ୨୦୨୫

Odisha Sports Bureau

ପୁରୁଷ ଏବଂ ମହିଳା ପ୍ଲେୟାର ଅଫ୍ ଦି ମନ୍ଥ ପାଇଁ ୩ ଖେଳାଳିଙ୍କୁ ମନୋନୀତ କରିଛି ଆଇସିସି; ଇଂଲଣ୍ଡ ଏବଂ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଆଧିପତ୍ୟ

Odisha Sports Bureau

ଟି -୨୦ ବିଶ୍ଵକପ ପରେ ଭାରତୀୟ ଦଳ ନିଉଜିଲ୍ୟାଣ୍ଡ ଗସ୍ତ କରିବ

Odisha Sports Bureau