More Sports

ରାଜ୍ୟ ଓପନ ଚେସ: ପ୍ରିୟବ୍ରତ ପ୍ରଥମ, ମନିଷ ରନର୍ସଅପ

(ଓଡିଶା ସ୍ପୋର୍ଟ): ରାଜ୍ୟ ଓପନ ଚେସ୍‌ ପ୍ରିୟବ୍ରତ ପ୍ରଥମ ସ୍ଥାନରେ ରହି ଚାମ୍ପିୟନ ହୋଇଛନ୍ତି । ଖୋର୍ଦ୍ଧା ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଶୁକ୍ରବାର ଏଠାରେ ଉଦ୍‌ଯାପିତ ହୋଇଛି। ୯ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୩ ଖେଳାଳି ପ୍ରିୟବ୍ରତ ସାମନ୍ତ ସିଂ, ମନୀଷ କୁମାର ଓ ସଞ୍ଜୀବନ ନାୟକ ୭.୫ ପଏଣ୍ଟ ଲେଖାଏ ପାଇଛନ୍ତି।

ମନିଷ ଦ୍ୱିତୀୟ ହୋଇ ରନର୍ସଅପ୍‌ ଏବଂ ସଞ୍ଜୀବନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମହିଳା ବିଭାଗରେ ମିରାକ୍‌ଲ ପଣ୍ଡା, ଅଙ୍କିତା ସାହୁ ଓ ସୁହାନା ଜେନା ପ୍ରଥମ ତିନି ସ୍ଥାନ ପାଇଛନ୍ତି। ଅବସରପ୍ରାପ୍ତ ଡିଜି ଶରତ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଏବଂ ମାଇଣ୍ଡଟ୍ରିର ବିଜ୍‌ନେସ୍‌ ହେଡ୍‌ ସଞ୍ଜୀବ କୁମାର, ଆୟୋଜକ ଆସୋସିଏଶନ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସରୋଜ କୁମାର ବେହେରା, ମୁଖ୍ୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ତାପସ ମହାନ୍ତି, ସନ୍ତୋଷ କୁମାର ମହାପାତ୍ର, ଶିବ ପ୍ରସାଦ ବାରିକ ପ୍ରମୁଖ ଅନ୍ୟତମ ଅତିଥିଭାବେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।

Related posts

ଫିଫା ଅଣ୍ଡ-୧୭ ମହିଳା ବିଶ୍ୱ କପ୍ ପରବର୍ତ୍ତି ବର୍ଷ ଭାରତରେ ଖେଳାଯିବ

Odisha Sports Bureau

ବାସନ୍ଦ ସତ୍ତେ୍ୱ ଜାତୀୟ ଶିବିରରେ ଜିମ୍ନାଷ୍ଟ ଦୀପା କର୍ମକର

ରାଜ୍ୟ ଓପନ୍‌ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତା 

Odisha Sports Bureau