Cricket

କ୍ରିକେଟରୁ ସନ୍ୟାସ ନେଲେ ଷ୍ଟେନ

ନୂଆଦିଲ୍ଲୀ: କ୍ରିକେଟ ଜଗତର ସଫଳତମ ବୋଲର ତଥା ସାଉଥ ଆଫ୍ରିକାର ଷ୍ଟାର ବୋଲର ଡେଲ ଷ୍ଟେନ ଏବେ କ୍ରିକେଟକୁ କହିଛନ୍ତି ଅଲବିଦା । ନିଜ ଟ୍ୱିଟର ପେଜରେ ସେ ଟ୍ୱିଟ କରି ଷ୍ଟେନ ଅବସରର ଘୋଷଣା କରିଛନ୍ତି । ସାଉଥ ଆଫ୍ରିକା ଦଳର ମେରୁଦଣ୍ଡ ବୋଲି କୁହାଯାଉଥିବା ଷ୍ଟେନ ଏବେ କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଛନ୍ତି । ନିଜର ଗତି ଏବଂ ସ୍ୱିଙ୍ଗର ଚମତ୍କାରିତାରେ ବିଶ୍ୱର ଶ୍ରେଷ୍ଠ ଖେଳାଳୀମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲେ ଡେଲ ଷ୍ଟେନ । ଦକ୍ଷିଣ ଆଫ୍ରିକା ତରଫରୁ ଷ୍ଟେନ ୯୩ଟି ଟେଷ୍ଟ, ୧୨୫ ଦିନିକିଆ ଏବଂ ୪୭ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ତେବେ ଟେଷ୍ଟ କ୍ରିକେଟରୁ ୨୦୧୯ରେ ବିଦାୟ ନେଇଥିବା ଷ୍ଟେନ ନିଜ ଟେଷ୍ଟ କ୍ୟାରିୟରରେ ୪୩୯ଟି ୱିକେଟ ଅକ୍ତିଆର କରିଛନ୍ତି । ଏହାପରେ ସେ କେବଳ ସମୀତ ଓଭରର ମ୍ୟାଚ ଖେଳୁଥିଲେ । କିନ୍ତୁ ୨୦୧୬ ଅଷ୍ଟ୍ରେଲିଆ ଗସ୍ତରେ କାନ୍ଧରେ ଲାଗିଥିବା ଆଘାତ ଯୋଗୁଁ ସେବେଠାରୁ ସେ ଆହତ ଜନିତ ସମସ୍ୟା ଦେଇ ଗତି କରୁଥିଲେ । ତେଣୁ ଆଜି ସେ ସମ୍ପୂର୍ଣ୍ଣ କ୍ରିକେଟ ଜଗତରୁ ସନ୍ୟାସ ଘୋଷଣା କରିଛନ୍ତି ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଷ୍ଟେନ୍ କହିଛନ୍ତି, ‘ଆଜି ବିଦ୍ଧିବଦ୍ଧ ଭାବେ କ୍ରିକେଟରୁ ସନ୍ୟାସ ନେଉଛି । ମୁଁ ସବୁଠାରୁ ପସନ୍ଦ କରୁଥିବା ଜିନିଷକୁ ଛାଡିବାକୁ ପଡୁଛି, ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହେଉଛି ଏହି ନିଷ୍ପତ୍ତି ନେବାକୁ ।’
ଘଣ୍ଟା ପ୍ରତି ୧୫୦ କିମି ବେଗରେ ବଲ ଫିଙ୍ଗିବା ସହିତ ଲାଇନ ଏବଂ ଲେନ୍ଥରେ ଖେଳାଳୀମାନଙ୍କୁ ଚକମା ଦେଇବାରେ ସେ ଥିଲେ ମାହିର । ଦିନିକିଆରେ ୧୨୫ ମ୍ୟାଚରୁ ୧୯୬ ୱିକେଟ ଏବଂ ୪୭ ଟି-୨୦ରେ ୬୪ଟି ୱିକେଟ ଅକ୍ତିଆର କରିଛନ୍ତି ଷ୍ଟେନ । ତେବେ ୨୦୦୮ ମସିହାରେ ଷ୍ଟେନଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟର ଅଫ ଦ ଇୟର ଭାବେ ସମ୍ମାନୀତ କରାଯାଇଥିଲା । ଏଥିସହିତ ୨୦୧୩ରେ ଲିଡିଂ କ୍ରିକେଟର ଆୱାର୍ଡ,୨୦୧୧ ଏବଂ ୨୦୧୪ରେ ତାଙ୍କୁ ଆଇସିସି ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଦିନିକିଆ ଖେଳାଳୀ ଭାବେ ମାନ୍ୟତା ମିଳିଥିଲା ।

Related posts

ଇଏ ସେହି ଖେଳାଳୀ, ଯିଏ ବିରାଟ କୋହଲୀଙ୍କୁ ଆଉଟ୍ କରି ପୁରଷ୍କାର ହାତେଇ ଥିଲେ

Odisha Sports Bureau

ଅଷ୍ଟ୍ରେଲିଆକୁ ଏକ ବଡ଼ ଝଟକା; ବ୍ୟକ୍ତିଗତ କାରଣରୁ ମଇଦାନ ଛାଡିଲେ ମିଚେଲ ମାର୍ଶ

Odisha Sports Bureau

ପାକିସ୍ତାନୀ ବୋଲର କହିଲେ- ବିରାଟ କୋହଲି ଜଣେ ନୁହଁନ୍ତି, ସେ ହିଁ ୧୧ ଜଣ ଖେଳାଳିଙ୍କ ସହ ସମାନ