Khokho

ଭାରତୀୟ ଖୋଖୋ ଶିବିରରେ ସୁନ୍ଦରଗଡ଼ର ପୁଅ

ସୁନ୍ଦରଗଡ଼: ଓଡିଶା ପାଇଁ ଗୌରବ ଆଣିଲେ ସୁନ୍ଦରଗଡ଼ର ପୁଅ | ଭାରତୀୟ ଖୋଖୋ ଶିବିରରେ ସୁନ୍ଦରଗଡ଼ର ପୁଅ ବିଶାଳ ଓରାମ। ଆସନ୍ତା ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ସ୍ଥିତ ଜବାହାରଲାଲ ନେହରୁ ଷ୍ଟାଡ଼ିୟମରେ ହେବାକୁ ଥିବା ଜାତୀୟ ଖୋଖୋ ଶିବିରରେ ସେ ସ୍ଥାନ ପାଇଛନ୍ତି। ବାଲିଶଙ୍କରା ବ୍ଲକ୍ ତଳସରା ପଞ୍ଚାୟତ ଅଧୀନସ୍ଥ କଣ୍ଟାବାହାଲ ଗାଁର ତୁଳସୀ ଓରାମ ଓ ଭଗବତୀଙ୍କ ପୁଅ ବିଶାଳ ଖୋଖୋ କୋଚ୍ ଅନିଲ ସାହୁଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଉଥିଲେ।

କିଞ୍ଜିର୍ମା ମହାବିଦ୍ୟାଳୟରେ ଦ୍ବିତୀୟ ବର୍ଷ କଳାରେ ପଢ଼ୁଥିବା ଶ୍ରୀ ଓରାମଙ୍କ ଏହି ସଫଳତା ପାଇଁ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣସମ୍ପାଦକ ପ୍ରଭାତ କୁମାର ଭୋଳ, ଖୋଖୋ ସମ୍ପାଦକ ଅକ୍ଷୟ ନାଏକ, ପ୍ରଶାନ୍ତ କୁମାର ପଟେଲ, ସହସମ୍ପାଦକ ଜୟଦେବ ପାତ୍ର, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକଙ୍କ ସମେତ ସମସ୍ତ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି।

Related posts

ପୁରୀରେ ନୂଆ ଓ ରାଜ୍ୟ ସ୍ତରୀୟ ଖୋଖୋ ପ୍ରତିଯୋଗିତା ଶୁଭାରମ୍ଭ

Odisha Sports Bureau

ଜାତୀୟ ଖୋ ଖୋ ଟିମ୍ କୁ ରାଜ୍ୟ ସରକାର 3 ବର୍ଷ ପାଇଁ ସ୍ପନସର୍ କରିବେ

Odisha Sports Bureau

ନାନୋଇଙ୍କୁ ରୌପ୍ୟ, ରୋଜି, ଅର୍ଶୀଙ୍କୁ କାଂସ୍ୟ

Odisha Sports Bureau