Cricket

ରାଜୀବ ଗାନ୍ଧୀ ଷ୍ଟାଡିୟମରେ ସନରାଇଚର୍ସ ହାଇଦ୍ରାବାଦ କୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ

ହାଇଦ୍ରାବାଦ: ସନରାଇଚର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଆଇପିଲର ଅଷ୍ଟମ ମ୍ୟାଚ ଖେଳାଯିବ । ଦୁଇ ଦଳ ଟୁର୍ଣ୍ଣାମେଣ୍ଟରେ ଏ ପର୍ଯ୍ୟନ୍ତ ଗୋଟି ଲେଖାଏଁ ମ୍ୟାଚ ଖେଳି ପରାଜିତ ହୋଇଛନ୍ତି । ତେଣୁ ଆଜିର ମ୍ୟାଚ ଜିତିବା ଉପରେ ଉଭୟ ଦଳର ନଜର ରହିଛି । ହାଇଦ୍ରାବାଦ ପାଇଁ ଗତ ମ୍ୟାଚରେ ହେନରିକ କ୍ଲାସେନ , ମୟଙ୍କ ଅଗ୍ରୱାଲ ଓ ଟି ନଟରାଜନ କମାଲ ପ୍ରଦର୍ଶନ କରିଥିଲେ । ଆଜି ଏହି ତିନି ଖେଳାଳି ଗତ ମ୍ୟାଚର ପ୍ରଦର୍ଶନ ଦୋହରାନ୍ତି ତେବେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବଡ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିବ । ତେବେ ଗତ ମ୍ୟାଚରେ ହେନରିକ କ୍ଲାସେନ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ଗତ ମ୍ୟାଚରେ ଦମଦାର ପ୍ରଦର୍ଶଦ କରିଥିଲେ । କ୍ଲାସେନ ଧୂଅାଁଧାର ବ୍ୟାଟିଂ କରି ୨୯ ବଲରୁ ୬୩ ରନ କରିଥିଲେ । ଏଥିରେ ୮ ଛକା ସାମିଲ ରହିଛି । ସେ ଆଇପିଏଲରେ ଏ ପର୍ଯ୍ୟନ୍ତ ୨୦ ଟି ମ୍ୟାଚ ଖେଳି ୫୭୭ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ହାସଲ କରିଥିବା କୁହାଯାଉଛି । ସେହିପରି ମୟଙ୍କ ଅଗ୍ରୱାଲ ହାଇଦ୍ରାବାଦର ବଡ ଖେଳାଳିଙ୍କ ମଧ୍ୟରୁ ଜଣେ । ଗତ ମ୍ୟାଚରେ ସେ ୨୧ବଲରୁ ୪ଟଇ ଚୌକା ଓ ୧ଛକା ସହ ୩୧ ରନ କରିଥିବା ଦେଖିବାକୁ ମିଳିଥିଲା । ମୟଙ୍କ ମ୍ୟାଚ ବିଜୟୀ ଇନିଂସ ଖେଳି ପାରି ନ ଥିଲେ ବି ନିଜ ଦମରେ ଦଳକୁ ଜିତାଇବାର ଦକ୍ଷତା ରଖିଛନ୍ତି । ତେବେ ସେ ଏ ପର୍ଯ୍ୟନ୍ତ ୧୨୪ଟି ମ୍ୟାଚ ଖେଳି ୨୬୩୩ ରନ କରିଥିବା କୁହାଯାଉଛି । ସେହିପରି ଟଇ ନଟରାଜନ କେକେଆର ବିପକ୍ଷରେ ୪ଓଭରରେ ୩୨ରନ ଦେଇ ୩ଟି ୱିକେଟ ଦେଇଛନ୍ତି । ସେ ସମୁଦାୟ ଆଇପିଏଲରେ ୪୮ଟି ମ୍ୟାଚ ଖେଳି ୫୧ ୱିକେଟ ନେଇଛନ୍ତି । ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୧୦/୩ ରହିଛି । ଆଜିର ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଦଳ ଆଶା କରାଯାଉଛି ।

Related posts

୨୦୨୫ IPL : ଅଜିଙ୍କ୍ୟ ରାହାଣେ ହେଲେ କେକେଆର ଅଧିନାୟକ

କଲମ୍ବୋରେ ଭାରତ ଓ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍

Odisha Sports Bureau

ୱାଙ୍ଖଡ଼େରେ ଆଜି ଉନ୍ମୋଚିତ ହେବ ସଚିନଙ୍କ ପ୍ରତିମୂର୍ତ୍ତି

Odisha Sports Bureau