Cricket

ରାଜୀବ ଗାନ୍ଧୀ ଷ୍ଟାଡିୟମରେ ସନରାଇଚର୍ସ ହାଇଦ୍ରାବାଦ କୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ

ହାଇଦ୍ରାବାଦ: ସନରାଇଚର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଆଇପିଲର ଅଷ୍ଟମ ମ୍ୟାଚ ଖେଳାଯିବ । ଦୁଇ ଦଳ ଟୁର୍ଣ୍ଣାମେଣ୍ଟରେ ଏ ପର୍ଯ୍ୟନ୍ତ ଗୋଟି ଲେଖାଏଁ ମ୍ୟାଚ ଖେଳି ପରାଜିତ ହୋଇଛନ୍ତି । ତେଣୁ ଆଜିର ମ୍ୟାଚ ଜିତିବା ଉପରେ ଉଭୟ ଦଳର ନଜର ରହିଛି । ହାଇଦ୍ରାବାଦ ପାଇଁ ଗତ ମ୍ୟାଚରେ ହେନରିକ କ୍ଲାସେନ , ମୟଙ୍କ ଅଗ୍ରୱାଲ ଓ ଟି ନଟରାଜନ କମାଲ ପ୍ରଦର୍ଶନ କରିଥିଲେ । ଆଜି ଏହି ତିନି ଖେଳାଳି ଗତ ମ୍ୟାଚର ପ୍ରଦର୍ଶନ ଦୋହରାନ୍ତି ତେବେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବଡ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିବ । ତେବେ ଗତ ମ୍ୟାଚରେ ହେନରିକ କ୍ଲାସେନ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ଗତ ମ୍ୟାଚରେ ଦମଦାର ପ୍ରଦର୍ଶଦ କରିଥିଲେ । କ୍ଲାସେନ ଧୂଅାଁଧାର ବ୍ୟାଟିଂ କରି ୨୯ ବଲରୁ ୬୩ ରନ କରିଥିଲେ । ଏଥିରେ ୮ ଛକା ସାମିଲ ରହିଛି । ସେ ଆଇପିଏଲରେ ଏ ପର୍ଯ୍ୟନ୍ତ ୨୦ ଟି ମ୍ୟାଚ ଖେଳି ୫୭୭ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ହାସଲ କରିଥିବା କୁହାଯାଉଛି । ସେହିପରି ମୟଙ୍କ ଅଗ୍ରୱାଲ ହାଇଦ୍ରାବାଦର ବଡ ଖେଳାଳିଙ୍କ ମଧ୍ୟରୁ ଜଣେ । ଗତ ମ୍ୟାଚରେ ସେ ୨୧ବଲରୁ ୪ଟଇ ଚୌକା ଓ ୧ଛକା ସହ ୩୧ ରନ କରିଥିବା ଦେଖିବାକୁ ମିଳିଥିଲା । ମୟଙ୍କ ମ୍ୟାଚ ବିଜୟୀ ଇନିଂସ ଖେଳି ପାରି ନ ଥିଲେ ବି ନିଜ ଦମରେ ଦଳକୁ ଜିତାଇବାର ଦକ୍ଷତା ରଖିଛନ୍ତି । ତେବେ ସେ ଏ ପର୍ଯ୍ୟନ୍ତ ୧୨୪ଟି ମ୍ୟାଚ ଖେଳି ୨୬୩୩ ରନ କରିଥିବା କୁହାଯାଉଛି । ସେହିପରି ଟଇ ନଟରାଜନ କେକେଆର ବିପକ୍ଷରେ ୪ଓଭରରେ ୩୨ରନ ଦେଇ ୩ଟି ୱିକେଟ ଦେଇଛନ୍ତି । ସେ ସମୁଦାୟ ଆଇପିଏଲରେ ୪୮ଟି ମ୍ୟାଚ ଖେଳି ୫୧ ୱିକେଟ ନେଇଛନ୍ତି । ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୧୦/୩ ରହିଛି । ଆଜିର ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଦଳ ଆଶା କରାଯାଉଛି ।

Related posts

ଦିନିକିଆ ଆଉ ଏବେ ଟ୍ୱେଣ୍ଟି ଟ୍ୱେଣ୍ଟିି ସିରିଜ୍

Odisha Sports Bureau

ଟି୨୦ ବିଶ୍ବକପ ପୂର୍ବରୁ ସୂର୍ଯ୍ୟ କୁମାରଙ୍କୁ ସମସ୍ତ ଖେଳାଳି ଦେଲେ ଧନ୍ୟବାଦ

Odisha Sports Bureau

ଧୋନୀଙ୍କ ୧୦ହଜାର ଫୁଟ ଉଚ୍ଚତାର ପୋଷ୍ଟର

Odisha Sports Bureau