Cricket

ଟସ୍ ଜିତିଲା ଭାରତ, ପ୍ରଥମେ କରିବ ବୋଲିଂ, ପ୍ଲେଇଂ-୧୧ରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଦ୍ବିତୀୟ ଟି-୨୦ରେ ଭାରତର ଚୁଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ କୁଲଦୀପ ଯାଦବ ଓ ଜସପ୍ରୀତ ବୁମରାହ୍‌ଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିଛି । ତେବେ ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ଲେଇଂ ୧୧ରେ ଦୁଇଟି ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ଲେଇଂ ୧୧ରେ ତିନୋଟି ପରିବର୍ତ୍ତନ କରାଯାଇଛି।

ଟିମ୍ ଇଣ୍ଡିଆ ଆଜି ଜସପ୍ରିତ ବୁମରାହଙ୍କୁ ବିଶ୍ରାମ ଦେଇଛି। ପ୍ରଥମ ମ୍ୟାଚ୍ ରେ ଆଘାତ ପାଇଥିବା ଅକ୍ଷର ପଟେଲ ମଧ୍ୟ ଖେଳୁନାହାଁନ୍ତି। ହର୍ଷିତ ରାଣା ଏବଂ କୁଲଦୀପ ଯାଦବଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଛି । ଭାରତର ଚୁଡ଼ାନ୍ତ ଏକାଦଶ: ସଞ୍ଜୁ ସାମସନ୍‌, ଅଭିଷେକ ଶର୍ମା, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ହର୍ଷିତ ରାଣା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଓ ଯଶପ୍ରୀତ ବୁମରାହ ।

Related posts

ଆଇସିସି ଟି-୨୦ ରାଙ୍କିଙ୍ଗରେ ଇଶାନଙ୍କ କମାଲ

ସଚିନ ତେନ୍ଦୁଲକରଙ୍କ ୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ…

ଇଂଲଣ୍ଡରେ ଭାରତ ଖେଳିବ ଲିମିଟେଡ ଓଭର କ୍ରିକେଟ

Odisha Sports Bureau