Cricket

ଜୁନ ୧୨ ରୁ ଜୁନ ୨୮ ଯାଏଁ ଓଡ଼ିଶା ଟି ଟ୍ୱେଣ୍ଟି କ୍ରିକେଟ ଲିଗ

ଭୁବନେଶ୍ୱର: ଜୁନ ୧୨ ରୁ ଜୁନ ୨୮ ଯାଏଁ ଓଡ଼ିଶା ଟି ଟ୍ୱେଣ୍ଟି କ୍ରିକେଟ ଲିଗ । ଏହାକୁ ଆୟୋଜନ କରୁଛି ଓଡିଶା କ୍ରିକେଟ ଆସୋସିଏସନ । ଓଡିଶା ଟି ଟ୍ୱେଣ୍ଟି କ୍ରିକେଟ ଲିଗର ସମସ୍ତ ମ୍ୟାଚ ଟ୍ୱେଣ୍ଟି ଟ୍ୱେଣ୍ଟି ଫର୍ମାଟରେ ହେବ। ମୋଟ ୬ ଟି ଟିମ ଏହି କ୍ରିକେଟ ଲିଗରେ ଭାଗ ନେଉଛନ୍ତି। ଡ୍ରିମସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ସମସ୍ତ ମ୍ୟାଚ। ପ୍ରତ୍ୟେକ ଟିମ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ପୂର୍ବରୁ ୧୦ ଟି ମ୍ୟାଚ ଖେଳିବେ। ସମସ୍ତ ମ୍ୟାଚ ଫ୍ୟାନ କୋଡ଼ ଆପ୍ଲିକେସନରେ ଲାଇଭ ଟେଲିକାଷ୍ଟ ହେବ।
ଏଥିରେ ଭାଗ ନେବେ ଓଡିଶା ଲାୟନ୍ସ , ଓଡିଶା ଟାଇଗର୍ସ , ଓଡିଶା ଜାଗୁଆର୍ସ, ଓଡିଶା ପୁମାସ , ଓଡିଶା ପାନ୍ଥରର୍ସ ଓ ଓଡିଶା ଚିତାସ ଏହି ମେଗା ପ୍ରତିଯୋଗୀତାରେ ଦେଖାଇବ ଦମ । ଏହି ଦଳ ମାନଙ୍କର ଅଧିନାୟକ ହେବେ ଟାଇଗର୍ସର ଅଧିନାୟକ ଭାର ଶୁଭ୍ରାଂଶୁ ସେନାପତି , ଚିତାସ ର ଅଧିନାୟକ ସୂର୍ୟ୍ୟକାନ୍ତ ପ୍ରଧାନ , ପାନ୍ଥର୍ସ ର ଅଧିନାୟକ ସନ୍ଦୀପ ପଟ୍ଟନାୟକ , ପୁମାସ ର ସ୍ୱସ୍ତିକ ସାମଲ , ଲାୟନ୍ସ ର ଅଧିନାୟକ ବିପ୍ଳବ ସାମନ୍ତରାୟ ,ଓ ଜାଗୁଆର୍ସ ର ଅଧିନାୟକ ଅଭିଜ୍ଞ ଗୋବିନ୍ଦ ପୋଦାର ରହିବେ । ପ୍ରତ୍ୟେକ ଟିମ ୧୦ଟି ଲେଖାଏଁ ମ୍ୟାଚ ଖେଳିବେ। ମୋଟ ୩୩ ଟି ମ୍ୟାଚ ଏହି ଲିଗ ରେ ଖେଳାଯିବ।
ଆଇପିଏଲ ଭଳି ଲାଲ ଓ ସବୁଜ କ୍ୟାପ ମଧ୍ୟ ଅଧିକ ଙ୍ଗସମଳରଗ୍ଧ ଟେକର ଓ ରନ ସ୍କୋରର ଙ୍କ ପାଇଁ ଉପଲବ୍ଧ କରିଛି ଓଡିଶା କ୍ରିକେଟ ସଂଘ। ଯେଉଁମାନେ ରାଜ୍ୟ ର ଦକ୍ଷ ଖେଳାଳି ରହିଛନ୍ତି ସେମାଙ୍କୁ ଓସିଏ ଚୟନ କମିଟି ଚୟନ କରିଛି ।

Related posts

ଧୋନିଙ୍କ ପାଦ ଛୁଇଁ ସୋସିଆଲ ମିଡିଆରେ ଭାଇରଲ ହେଉଛନ୍ତ ବୈଭବ ସୂର୍ଯ୍ୟବଂଶୀ

ରେକର୍ଡ଼ କଲେ ବିରାଟ

Odisha Sports Bureau

ପ୍ଲେ ଅଫ୍‌ ରେସ୍‌ରୁ ଚେନ୍ନାଇ ସୁପରକିଙ୍ଗ୍ସ ଆଉଟ୍‌