Cricket

ଜାରି ହେଲା ଟି-ଟ୍ୱେଣ୍ଟି ବିଶ୍ୱକପ ସୂଚୀ

ଦୁବାଇ(ଓଡିଶା ସ୍ପୋର୍ଟସ): ୟୁଏଇରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ପୁୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ । ପ୍ରଥମେ ଏହା ଭାରତରେ ହେବା ପାଇଁ ଆୟୋଜନ ହେବାକୁ ତିବା ବେଳେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ ଓମାନ ଏବଂ ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ବହୁ ପ୍ରତିକ୍ଷିତ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ସୂଚୀ ଜାରି କରିଛି ଆଇସିସି । ଆଇପିଏଲ-୧୪ ସଂସ୍କରଣର ବଳକା ମ୍ୟାଚ ଶେଷ ହେବା ପରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା ।
ଆସନ୍ତା ଅକ୍ଟୋବର ୧୭ ତାରିଖରେ ଟି-ଟ୍ୱେଣ୍ଟି ବିଶ୍ୱକପ ଆରମ୍ଭ ହୋଇ ନଭେମ୍ବର ୧୪ ତାରିଖରେ ଏହାର ଫାଇନାଲ ମ୍ୟାଚ ଖେଳାଯିବ । ଅନ୍ୟ ଦେଶରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିଲେ ହେଁ ଆୟୋଜନର ଦାୟିତ୍ୱ ଭାରତ ହାତରେ ରହିବ । ଶେଷ ଥର ପାଇଁ ୨୦୧୬ରେ ବିଶ୍ୱକପ ଭାରତରେ ଅନୁଷ୍ଠିତ ହୋଇଥଲା ।

Related posts

ତୃତୀୟ ମ୍ୟାଚରେ ଇଂଲଣ୍ଡର କମବ୍ୟାକ

Odisha Sports Bureau

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଉଭୟ ଦଳ ପ୍ରଥମ ଇନିଂସରେ ସମାନ ରନ୍‌ କରିଛନ୍ତି

ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ନେଇ ଅନିଶ୍ଚିତତା

Odisha Sports Bureau