Cricket

ଧୋନୀଙ୍କ ନିଆରା ଅନ୍ଦାଜରେ ଟସ୍ ପକାଇବାକୁ ନେଇ ଚର୍ଚ୍ଚା

ମୁମ୍ବାଇ: ସବୁବେଳେ କିଛି ନା କିଛି ନୂଆ କରି ଚର୍ଚ୍ଚରେ ରୁହୁଥିବା ଏମ୍.ଏସ୍ ଧୋନୀଙ୍କ ନିଆରା ଅନ୍ଦାଜରେ ଟସ୍ ପକାଇବା ଏବେ ଚର୍ଚ୍ଚା ବିଷୟ ପାଲଟିଛି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଚେନ୍ନାଇ ସୁପର କିଙ୍ଗସ୍ (ଉଝକ) ଅହମ୍ମଦାବାଦରେ ଖେଳାଯାଇଥିବା ଆଇପିଏଲ୍ ଫାଇନାଲ୍ ମ୍ୟାଚ୍ ଜିତି ସେମାନଙ୍କର ୫ ତମ ଟାଇଟଲ୍ ହାସଲ କରିଛିଜ୍ଝ ଆଇପିଏଲ ଇତିହାସର ଦୀର୍ଘତମ ଫାଇନାଲ ମ୍ୟାଚରେ ଏମଏସ ଧୋନିଙ୍କ ୟେଲୋ ଆର୍ମି ଗୁଜୁରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରିଛି। ଧୋନି ବର୍ତ୍ତମାନ ମିଳିତ ଭାବେ ଆଇପିଏଲର ସଫଳତମ ଅଧିନାୟକ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ (ଗଓ) ଅଧିନାୟକ ରୋହିତ ଶର୍ମାଙ୍କ ବରାବରି କରିଛନ୍ତି।
ଧୋନି ବାମ ହାତରେ ଟସ୍ ପକାଇଲେ
ଏହି ସମୟରେ, ଯେତେବେଳେ ଟସ୍ ପକେଇବାର ସମୟ ଆସିଲା, ଧୋନି ତାଙ୍କ ବାମ ହାତରେ କଏନକୁ ଫୋପାଡିଥିଲେ । ଏହା ପ୍ରଥମ ଥର ହୋଇଛି ଯେତେବେଳେ ଧୋନି ବାମ ହାତରେ ଟସ୍ କରିଥିଲେ। ଫାଇନାଲ ମ୍ୟାଚ ଜିତିବା ପରେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପ୍ରଶଂସକମାନେ ଏହାକୁ ଧୋନିଙ୍କ ଏହା ଯୁନିକ ଟ୍ୟାଲେଣ୍ଟ ବୋଲି କହିଛନ୍ତି। ପ୍ରଶଂସକମାନେ କହିଛନ୍ତି ଯେ ଏହା ଧୋନିଙ୍କ ଏକ ନିଆରା ପରୀକ୍ଷଣ ଥିଲା। କାରଣ ଫାଇନାଲ ମ୍ୟାଚର ଟସ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ଜ୍ଝ
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟସ୍ ଟ୍ରେନିଂ ଦିଆଯାଇଥିଲା
ଅହମ୍ମଦାବାଦରେ ଆଇପିଏଲ୍ ଫାଇନାଲ୍ ଆସନ୍ତା ୨୮ ରବିବାର ଦିନ ଧାର୍ୟ୍ୟ କରାଯାଇଥିଲା, କିନ୍ତୁ ବର୍ଷା ହେତୁ ରିଜର୍ଭ ଡେରେ ଖେଳାଯାଇଥିଲା। ସୋମବାର ଦିନ ଏକ ମଜାଦାର ଘଟଣା ଘଟିଥିଲା ଯେତେବେଳେ ଧୋନି ଏବଂ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ପାଇଁ ପଡ଼ିଆକୁ ଆସିଥିଲେ। ବାସ୍ତବରେ ଟସ୍ ପୂର୍ବରୁ ଧୋନି ହାର୍ଦ୍ଦିକଙ୍କୁ ଟସ୍ କରିବାକୁ ତାଲିମ ଦେଇଥିଲେ।

Related posts

ଟି-୨୦ ବିଶ୍ୱକପ୍‌ରୁ ବାଂଲାଦେଶର ଓହରିବା ନେଇ ବିବାଦ, ବୟାନରେ ୟୁ-ଟର୍ଣ୍ଣରୁ ତିବ୍ର ହେଲା ରାଜନୈତିକ ଚର୍ଚ୍ଚା

Odisha Sports Bureau

ବିରାଟଙ୍କ ନାମରେ ଷ୍ଟାଣ୍ଡର ନାମକରଣ

Odisha Sports Bureau

ସ୍ଲୋ ଓଭର ରେଟ ପାଇଁ କେଏଲ ରାହୁଲ ଓ ଋତୁରାଜଙ୍କ ଉପରେ ବିସିସିଆଇ ଲଗାଇଲେ ଜରିମାନା

Odisha Sports Bureau