Cricket

ଏସିଆ କପ୍ର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଭେଟିବ ୟୁଏଇ କୁ

ନୂଆଦିଲ୍ଲୀ:- ଏସିଆ କପ୍‌ର ୧୭ଶ ସଂସ୍କରଣରେ ଅଭିଯାନ ଆରମ୍ଭ କରିବ ଗତଥରର ଚମ୍ପିଆନ୍‌ ଭାରତ ।  ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍‌ରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)କୁ ଭେଟିବ। ପ୍ରଥମ ମ୍ୟାଚ୍‌ରେ ଦଳୀୟ ସନ୍ତୁଳନ ବଜାୟ ରଖିବା ଭାରତ ପାଇଁ ମୁଖ୍ୟ କାର୍ଯ୍ୟ ହେବ। ଟ୍ବେଣ୍ଟି-୨୦ ଫର୍ମାଟ୍ ରେ ଦ୍ବିତୀୟ ଓ ନବମ ଥର ଲାଗି ଚାମ୍ପିଅନ୍ ହେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଶୁବମନ ଗିଲଙ୍କ ସହ ଅଭିଷେକ ଶର୍ମା ପାଳି ଆରମ୍ଭ କରିବେ ବୋଲି ପ୍ରଶିକ୍ଷକ ଗୌତମ ଗମ୍ଭୀର ସ୍ପଷ୍ଟ ସଙ୍କେତ ଦେଇ ସାରିଛନ୍ତି । ୩ ନମ୍ବର ସ୍ଥାନରେ ସଞ୍ଜୁ ସାମସନ୍ କିମ୍ବା ତିଳକ ବର୍ମା ଖେଳିବେ ସେ ନେଇ ବିତର୍କ ଚାଲିଛି । ତେବେ ତିଳକ ଚୂଡ଼ାନ୍ତ ଏକାଦଶରେ ରହିବାର ସମ୍ଭାବନା ଅଧିକ । ସେହିଭଳି ମ୍ୟାଚ୍ ଫିନିସ୍ କରିବା ଦକ୍ଷତା ଲାଗି ଜିତେଶ ଶର୍ମା ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ରହିବାର ଆଶା ଅଧିକ । ଜଣେ କିମ୍ବା ଦୁଇ ଜଣ ସ୍ପିନରଙ୍କୁ ନେବାର ବିକଳ୍ପ ଟିମ୍ ଇଣ୍ଡିଆ ପାଖରେ ଖୋଲା ରହିବ। ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ଏକାଦଶରେ ସ୍ଥାନ ପାଇପାରନ୍ତି । ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟ ପରଠାରୁ ଭାରତ ୨୭ଟି ଟି-୨୦ ଖେଳି ୨୪ଟିରେ ବାଜି ମାରିଛି । ଏଣୁ ଦଳ ଏହି ସଫଳତା ଧାରାକୁ ଏସିଆ କପ୍ ରେ ମଧ୍ୟ ବଜାୟ ରଖିବା ଯୋଜନାରେ ଅଛି ।

IND-A vs UAE: Check our Dream 11 Prediction, Fantasy Cricket Tips, Playing  Team Picks for Asian Men's T20 Emerging Cup 2024, Match 8 on October 21st

ଅନ୍ୟପକ୍ଷରେ ପୂର୍ବତନ ଭାରତୀୟ ଓପ୍‌ନର ଲାଲଚାନ୍ଦ ରାଜପୁତ ତଥା ୟୁଏଇର ଦଳର ମୁଖ୍ୟ ପ୍ରଶିକ୍ଷକ ତାଙ୍କ ଦଳ ଭାରତକୁ କଡ଼ା ଟକ୍କର ଦେବ ବୋଲି ଚେତାବନୀ ଦେଇଛନ୍ତି । ୟୁଏଇ ନିଜ କ୍ରିକେଟ୍ ଇତିହାସର ସବୁଠୁ ବଡ଼ ବିଜୟ ସ୍ବପ୍ନ ନେଇ ପଡ଼ିଆକୁ ଓହ୍ଲାଇବ । ୟୁଏଇ ୨୦୧୬ ମସିହା ରେ ଭାରତ ବିପକ୍ଷରେ ମାତ୍ର ଗୋଟିଏ ମ୍ୟାଚ୍ ଖେଳି ୯ ୱିକେଟରେ ହାରିଥିଲା । ଟ୍ବେଣ୍ଟି-୨୦ ଫର୍ମାଟ୍ ରେ ଖେଳାଯାଇଥିବା ସେହି ସଂସ୍କରଣରେ କିନ୍ତୁ ୟୁଏଇ ପଞ୍ଚମ ସ୍ଥାନରେ ରହି ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଥିଲା । ଦିନିକିଆ ଫର୍ମାଟ୍ ରେ ଏହି ଦଳ ଭାରତକୁ ତିନି ଥର ଭେଟି ତିନି ଥର ଯାକ ହାରିଛି । ତୃତୀୟ ଥର ଲାଗି ଏସିଆ କପ୍ ଖେଳିବାକୁ ଯାଉଥିବା ୟୁଏଇର ଏହି ଆଶା ପୂରଣ ହେବାର ସମ୍ଭାବନା କମ ବୋଲି କୁହାଯାଉଛି ।

India vs UAE: India Kicks Off Asia Cup 2025 Against UAE, Know head to head  record | Dynamite News

Related posts

ଟପ୍-୫ ବୋଲରରେ ସାମିଲ ହେଲେ ଅଶ୍ୱିନ

ବିଶ୍ୱକପ୍ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖୁସି ଖବର

ଭାରତ-ନ୍ୟୁଜିଲାଣ୍ଡର ପ୍ରଥମ ଦିନ ଖେଳ ଶେଷ

Odisha Sports Bureau